ଅଧ୍ୟାପକ କରିଥିଲେ ଦୁର୍ବ୍ୟବହାର: କଲେଜ ଆଗରେ ନିଜକୁ ଜାଳିଲେ …

ବାଲେଶ୍ଵର,୧୨।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । କଲେଜ ଫାଟକ ସମ୍ମୁଖରେ ନ୍ୟାୟ ପାଇଁ ଧାରଣାରେ ବସିଥିବା ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟ ଛାତ୍ରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଛାତ୍ରୀ ଜଣକର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗର ବିଭାଗ ପ୍ରମୁଖ ଅଧ୍ୟାପକ ସମୀର କୁମାର ସାହୁଙ୍କ ନାମରେ ପୂର୍ବରୁ ନିର୍ଯାତନାର ଅଭିଯୋଗ ଆଣିଥିଲେ ଜନୈକ ଛାତ୍ରୀ। ଛାତ୍ରୀ ଜଣକ ହେଉଛନ୍ତି ଉକ୍ତ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ ।

ସୂଚନା ମୁତାବକ ପାଖାପାଖି ଛଅ ମାସ ତଳେ ଅଧ୍ୟାପକ ଜଣକ ଛାତ୍ରୀଙ୍କ ଠାରୁ ଶାରୀରିକ ପ୍ରାପ୍ୟ ଆଶା କରିଥିଲେ। ମାତ୍ର ଛାତ୍ରୀ ଜଣକ ଅସ୍ବୀକାର କରିବାରୁ ଅଧ୍ୟାପକ ସମୀର ସାହୁ ଛାତ୍ରୀ ଜଣଙ୍କୁ ପ୍ରଥମେ କ୍ଲାସ ଅନୁପସ୍ଥିିତିକୁ କେନ୍ଦ୍ରକରି ଫେଲ୍ କରିଦେବାର ଧମକ ଦେଇଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନର କିଛି ଘଟଣାବଳୀକୁ ତାଙ୍କ ପିତାମାତାଙ୍କୁ ଫୋନ ସାହାଯ୍ୟରେ ଜଣାଇଥିଲେ। ଯାହାକି ସମ୍ପୂର୍ଣ୍ଣ ରୂପେ ଅଯୌକ୍ତିକ ଥିଲା। ଛାତ୍ରୀ ଜଣକ ଆତ୍ମରକ୍ଷା ପ୍ରଶିକ୍ଷଣରେ ଜଣେ ତାଲିମ ପ୍ରାପ୍ତ ଟ୍ରେନର। ସରକାରୀ ପ୍ରଶିକ୍ଷଣ ଶିବିର ଏବଂ ନିଜର ବ୍ୟକ୍ତିଗତ କାରଣରୁ ବହୁ ସମୟରେ ଅନୁପସ୍ଥିତ ରୁହନ୍ତି। ଏହି ସୁଯୋଗର ଫାଇଦା ଉଠାଇ ବାରମ୍ବାର ଛାତ୍ରୀ ଜଣକୁ ଅପମାନ କରିବା ସହ ଦୀର୍ଘ ମାସ ଧରି ନିର୍ଯାତନା ଦେଇ ଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ।ଏ ନେଇ ଛାତ୍ରୀଜଣକ କଲେଜ ଅଧ୍ୟକ୍ଷ ଓ ସହଦେଵଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତଭାର ଦିଆଯାଇଥିଲେହେଁ ଏଯାବତ ଛାତ୍ରୀଙ୍କୁ ନ୍ୟାୟ ମିଳିନଥିଲା । ଏ.ଏସ.ପି ନିରଞ୍ଜନ ବେହେରା, ସହଦେବଖୁଣ୍ଟା ଥାନା ଅଧିକାରୀ ଅଜୟ କୁମାର ମୁର୍ମୁଙ୍କ ଉପସ୍ଥିତିରେ କଲେଜ କର୍ତ୍ତୃପକ୍ଷ ଏ ଘଟଣାର ତଦନ୍ତ କରିବା ସହିତ କାର୍ଯ୍ଯାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ନ କଲେ ଛାତ୍ରୀ ଜଣକ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri