ବ୍ୟବସାୟିକ ଆହ୍ବାନ: ଧୈର୍ଯ୍ୟ ଶ୍ରେଷ୍ଠ ଉପାୟ

ଭାରତର ଗାର୍ମେଣ୍ଟ ଶିଳ୍ପରେ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ଏସ୍‌ ସ୍କୋୟାର ମାର୍କେଟିଂ ପ୍ରାଇଭେଟ୍‌ ଲିମିଟେଡ୍‌ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଚିତ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ଏହାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମସୁନ୍ଦର ସନ୍ଥୋଲିଆ ୧୯୬୧ରେ ଜନ୍ମ ଗ୍ରହଣ କରିଥିଲେ। ଶୈଶବ ସେଠାରେ କଟିଥିଲେ ମଧ୍ୟ ରାଜସ୍ଥାନରେ ଶିକ୍ଷାଲାଭ କରିଛନ୍ତି। କୋଲକାତାରେ ପ୍ରଥମେ ୧୫୦ ଟଙ୍କା ବେତନରେ ଫାବ୍ରିକ ସେକ୍ଟରରେ ଚାକିରି ଜୀବନ ଆରମ୍ଭ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ଉଦ୍ୟୋଗ ଜଗତରେ ପାଦ ଦେଇଥିଲେ। ସମଗ୍ର ଔଦ୍ୟୋଗିକ ଯାତ୍ରା ସମ୍ପର୍କରେ ତାଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର-ବ୍ୟବସାୟିକ ଯାତ୍ରା କେବେ ଆରମ୍ଭ କରିଥିଲେ, କେତେ ସଫଳ ହୋଇଛନ୍ତି?
ଉ- ୧୯୭୬ରେ ଓଡ଼ିଶା ଫେରିବା ପରେ ନିଜର ବ୍ୟବସାୟ ପାଇଁ ସ୍ଥିର କରିଥିଲି। ବ୍ୟବସାୟରେ ସଫଳ ହେବି କି ନାହିଁ ବୋଲି କିଛି ଚିନ୍ତା କରି ନ ଥିଲି। କହିବାକୁ ଗଲେ ଜିରୋ ଇନଭେଷ୍ଟମେଣ୍ଟରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିଲି। ବର୍ତ୍ତମାନ ଓଡ଼ିଶା ସମେତ ଛତିଶଗଡ଼ ଓ ମଧ୍ୟପ୍ରଦେଶକୁ ବ୍ୟବସାୟ ବିସ୍ତାର ହୋଇଛି। ୩୦ରୁ ଅଧିକ ସ୍ଥାନୀୟ ବ୍ରାଣ୍ଡ୍‌ ଓ ନ୍ୟାଶନାଲ୍‌ ବ୍ରାଣ୍ଡ୍‌ର ମେଲ୍‌ ଓ ଫିମେଲ୍‌ ଗାର୍ମେଣ୍ଟ ଆମେ ଗ୍ରାହକଙ୍କ ପାଖରେ ପହଞ୍ଚାଇପାରୁଛୁ। ୨୦୧୦ରେ ଜ୍ୱାଇଁ ଉମେଶ ଅଗ୍ରଓ୍ବାଲ ବ୍ୟବସାୟରେ ଯୋଡ଼ିହୋଇଥିବାବେଳେ ଏସ୍‌ ସ୍କୋୟାର ଅଧୀନରେ ୧୮୦ ଫ୍ରାଞ୍ଚାଇଜ୍‌ ଏବଂ ନିଜସ୍ବ ୧୫ଟି ଷ୍ଟୋର ରହିଛି।
ପ୍ର-ଏସ୍‌ ସ୍କୋୟାର ଲୋକପ୍ରିୟତା ପଛର ରହସ୍ୟ କ’ଣ?
ଉ- ୩୦ ବର୍ଷର ବ୍ୟବସାୟ ମଧ୍ୟରେ ବ୍ୟପାରୀଙ୍କ ସହ ଉତ୍ତମ ସମ୍ପର୍କ, ଉତ୍ତମ ମାନର ଉପତ୍ାଦ ଯୋଗାଣ ଏବଂ ଚାହିଦା ମୁତାବକ ସାଇଟ୍ରସ୍‌, କ୍ରିମଶନ୍‌ କ୍ଲବ, ମାନ୍ୟବର, ମୁଫତି, ରୁକିସ୍‌, ସକସେସ୍‌ ଓ ଟର୍ଟଲ ଭଳି ଏକ୍ସକ୍ୟୁସିଭ୍‌ ବ୍ରାଣ୍ଡର ମେନସ୍‌ ଗାର୍ମେଣ୍ଟ ଉପଲବ୍ଧ କରାଇ ଏସ୍‌ ସ୍କୋୟାର ଲୋକପ୍ରିୟତା ହାସଲ କରିଛି। ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ପକେଟକୁ ସୁହାଇଲା ଭଳି ଦରରେ ବ୍ୟବସାୟୀ ଆମଠାରୁ ଜିନିଷ ପାଉଛନ୍ତି।
ପ୍ର- ବାର୍ଷିକ ଟର୍ନଓଭର କେତେ ରହୁଛି ଓ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛନ୍ତି?
ଉ- ରାଜ୍ୟ ତଥା ରାଜ୍ୟବାହାରେ ବ୍ୟବସାୟ ଚାଲିଥବବାବେଳେ ବାର୍ଷିକ ଟର୍ନଓଭର ୨୫୦ କୋଟିରୁ ଅଧିକ ରହୁଛି। ବର୍ତ୍ତମାନ ଶତାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛୁ। ଆଗକୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଯୋଜନା ରହିଛି।
ପ୍ର- ଅନଲାଇନ୍‌ ବ୍ୟବସାୟ ଏହି ଶିଳ୍ପ ଉପରେ କ’ଣ ପ୍ରଭାବ ରହିଛି? ବ୍ୟବସାୟ ସମ୍ପ୍ରସାରଣ ନେଇ କ’ଣ ଚିନ୍ତା କରିଛନ୍ତି?
ଉ- ଅନଲାଇନ୍‌ ବ୍ୟବସାୟ ଆମ ଶିଳ୍ପରେ ବିଶେଷ ପ୍ରଭାବ ପକାଇପାରିନାହିଁ। କାରଣ ଆମ ପାଖରେ ଉପଲବ୍ଧ ହେଉଥିବା ଉପତ୍ାଦ ବ୍ୟବସାୟୀମାନେ ଆଖିରେ ଦେଖି ହାତରେ ପରଖି କିଣିବାର ସୁଯୋଗ ପାଉଛନ୍ତି। ଯାହା ଅନଲାଇନ୍‌ରେ ସମ୍ଭବ ନୁହେଁ। ବର୍ତ୍ତମାନ ଆମ ବ୍ୟବସାୟରେ ମେନସ୍‌ କାଜୁଆଲ, ଜିନ୍ସ, ବ୍ଲେଜର ଆଦି ଉପଲବ୍ଧ ରହିଛି। ୫ରୁ ଅଧିକ ବ୍ରାଣ୍ଡର ଓ୍ବିମେନସ୍‌ ଗାର୍ମେଣ୍ଟ ଏଣିକି ଯୋଡ଼ାଯାଇଥିବାବେଳେ ଏହାକୁ ସମ୍ପ୍ରସାରିତ କରିବା ଯୋଜନା ରହିଛି। ଆଗକୁ କିଡସ୍‌ କ୍ୟାଟୋଗୋରୀକୁ ଧ୍ୟାନ ରଖି କିଛି ଅଭିନବ ଉପାୟରେ ବ୍ୟବସାୟ ଆଗକୁ ବଢ଼ାଇବୁ।
ପ୍ର-ଏହି ଶିଳ୍ପରେ ଆସୁଥିବା ଆହ୍ବାନର ମୁକାବିଲା ପାଇଁ ନୂଆ ଉଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ପ୍ରତ୍ୟେକ ଶିଳ୍ପ ପରି ଏହି ବ୍ୟବସାୟରେ ମଧ୍ୟ ଅନେକ ଆହ୍ବାନ ରହିଛି। ତେବେ ସମସ୍ତ ଆହ୍ବାନର ମୁକାବିଲା ପାଇଁ ଶ୍ରେଷ୍ଠ ଉପାୟ ହେଉଛି ଧୈର୍ଯ୍ୟ। ଧୈର୍ଯ୍ୟର ସହ କଠିନ ପରିଶ୍ରମ ଦ୍ୱାରା ସଫଳତାର ରାସ୍ତା ପରିଷ୍କାର ହୋଇଯାଇଥାଏ। ବ୍ୟବସାୟରେ ସଚ୍ଚୋଟତା ରକ୍ଷା କରିବା, ବ୍ୟବସାୟୀ ହୁଅନ୍ତୁ ବା ଗ୍ରାହକ ସଭିଁଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ସବୁ କଥା ସଫଳତାର ମୂଳମନ୍ତ୍ର ବୋଲି ମୁଁ ବିଚାର କରେ। ତେଣୁ ସଫଳ ଉଦ୍ୟୋଗୀ ହେବା ପାଇଁ ଏଥିପ୍ରତି ସଜାଗ ରହିବା ଉଚିତ୍‌।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri