Posted inଖେଳ

କିଏ ସେହି Priyansh Arya? ଗମ୍ଭୀରଙ୍କ ଗୁରୁଙ୍କଠାରୁ ନେଇଛନ୍ତି ଟ୍ରେନିଂ, ୪୩ ଛକା ମାରି ପକାଇଥିଲେ ଚହଳ; ଏବେ କଲେ IPL ଡେବ୍ୟୁ

ନୂଆଦିଲ୍ଲୀ,୨୫।୩: IPL ୨୦୨୫ ରେ ନିଜର ପ୍ରଥମ ମ୍ୟାଚ୍‌ରେ, ପଞ୍ଜାବ କଙ୍ଗ୍ସ ଦିଲ୍ଲୀ ପ୍ରିମିୟର ଲିଗରେ ବିସ୍ଫୋରକ ବ୍ୟାଟିଂ କରି ଚହଳ ପକାଇଥିବା ଜଣେ ଖେଳାଳିଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ଦେଇଛି। ଏହି ଖେଳାଳି ହେଉଛନ୍ତି ପ୍ରିୟାଂଶ ଆର୍ଯ୍ୟ , ଯିଏ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ପ୍ରିୟାଂଶ ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ ଖେଳନ୍ତି । ଗତ ବର୍ଷ ସେ ଦିଲ୍ଲୀ ପ୍ରିମିୟର ଲିଗ୍‌ରେ ସର୍ବାଧିକ ରନ(୬୦୮) ସ୍କୋର କରି ଏକ ଝଡ଼ ସୃଷ୍ଟି କରିଥିଲେ। ଏହି ଖେଳାଳି ସେହି ଟୁର୍ନାମେଣ୍ଟରେ ୪୩ଟି ଛକା ମାରିଥିଲେ ଏବଂ ଗୋଟିଏ ମ୍ୟାଚ୍‌ରେ ସେ ଲଗାତାର ୬ଟି ଛକା ମାରି ଚର୍ଚ୍ଚାକୁ ଆସିଥିଲେ।
ପ୍ରିୟାଂଶ ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ଯେତେବେଳେ ଏହି ବାମହାତୀ ବ୍ୟାଟସମ୍ୟାନ ମଇଦାନକୁ ଆସନ୍ତି, ସେତେବେଳେ ବଡ଼  ବଡ଼ ବୋଲରଙ୍କ ଲାଇନ-ଲେନ୍ଥ ଏପଟସେପଟ ହୋଇଯାଏ। ଏହି ଖେଳାଳି ପାୱାର ପ୍ଲେରେ ତାଙ୍କର ବିସ୍ଫୋରକ ହିଟିଂ ପାଇଁ ଜଣାଶୁଣା। ଅଭିଷେକ ଶର୍ମାଙ୍କ ଭଳି ପ୍ରିୟାଂଶଙ୍କର ମଧ୍ୟ ସମାନ ଖେଳିବା ଶୈଳୀ ରହିଛି।
ପ୍ରିୟାଂଶଙ୍କର ମଧ୍ୟ ଗୌତମ ଗମ୍ଭୀରଙ୍କ ସହିତ ଏକ ସ୍ବତନ୍ତ୍ର ସମ୍ପର୍କ ଅଛି। କାରଣ ପ୍ରିୟାଂଶ ସେହି ବ୍ୟକ୍ତିଙ୍କଠାରୁ କ୍ରିକେଟ ଶିଖିଛନ୍ତି ଯିଏ ଗୌତମ ଗମ୍ଭୀରଙ୍କୁ ଆଜି ସଫଳତାର ସୋପାନରେ ପହଞ୍ଚାଇଛନ୍ତି। ପ୍ରିୟାଂଶଙ୍କ ଗୁରୁ ମଧ୍ୟ ସଞ୍ଜୟ ଭରଦ୍ୱାଜ। ପ୍ରିୟାଂଶ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ବ୍ୟାଟିଂ ଏବଂ ସଟ୍‌ ଖେଳିବା କୌଶଳ ସବୁକିଛି ସଞ୍ଜୟ ଭରଦ୍ୱାଜଙ୍କ ଟ୍ରେନିଂ ଯୋଗୁ ଶିଖିଛନ୍ତି। ତାଙ୍କ ଆଦର୍ଶ ହେଉଛନ୍ତି ଯୁବରାଜ ସିଂହ ଏବଂ ପିଲାଦିନରୁ ସେ ତାଙ୍କ ବ୍ୟାଟିଂରୁ ଅନେକ କିଛି ଶିଖିଛନ୍ତି।
ତେବେ ତାଙ୍କ ବ୍ୟତିତ ସୂର୍ଯ୍ୟାଂଶ ଶେଡ଼ଗେଙ୍କୁ ମଧ୍ୟ ପଞ୍ଜାବ କିଙ୍ଗ୍ସ ଡେବ୍ୟୁ କରିବାର ସୁଯୋଗ ଦେଇଛି। ଏହି ଖେଳାଳି ଜଣେ ମହାନ ଅଲରାଉଣ୍ଡର ମଧ୍ୟ। ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ସୂର୍ଯ୍ୟାଂଶ ଲମ୍ବା ଛକା ମାରିବା ପାଇଁ ମଧ୍ୟ ଜଣାଶୁଣା।
ପଞ୍ଜାବ କିଙ୍ଗସ:
ପ୍ରଭସିମରନ ସିଂହ, ପ୍ରିୟାଂଶ ଆର୍ଯ୍ୟ, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ, ଗ୍ଲେନ ମ୍ୟାକ୍ସୱେଲ, ସୂର୍ଯ୍ୟାଂଶ ସେଡଗେ, ଆଜମାତୁଲ୍ଲା ଓମାରଜାଇ, ମାର୍କୋ ଜାନସେନ, ଅର୍ଶଦୀପ ସିଂହ ଏବଂ ୟୁଜବେନ୍ଦ୍ର ଚହଲ।
ଗୁଜରାଟ ଟାଇଟାନ୍ସ:
ଶୁଭମନ ଗିଲ, ସାଇ ସୁଦର୍ଶନ, ଜୋସ ବଟଲର୍‌, ରାହୁଲ ତେୱାଟିଆ, ଶାହରୁଖ ଖାନ, ସାଇ କିଶୋର, ଅର୍ଶଦ ଖାନ, ରଶିଦ ଖାନ, କାଗିସୋ ରାବାଡା, ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?