କୋରାପୁଟ,୧୦।୩(ଅମିତାଭ ବେହେରା): ବଲିଉଡ ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା
କୋରାପୁଟ ଜିଲାରେ ପହଞ୍ଚିଛନ୍ତି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ଆଗାମୀ ଫିଲ୍ମ ଶୁଟିଂ କୋରାପୁଟରେ ଚାଲିଛି। କୋରାପୁଟର ତାଲାମାଳିରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଶୁଟିଂ ସେଟରେ ଏକ ଆକ୍ସନ ଦୃଶ୍ୟ ଶୁଟ କରୁଥିବାର ନଜର ଆସିଛି। ତଳମାଳିରେ ମହେଶ ବାବୁଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିବାବେଳେ ଆଜି ସାରେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସେମିଳିଗୁଡାରେ ପହଞ୍ଚିଛନ୍ତି।
ରବିବାର କୋରାପୁଟ ଜିଲାରେ ମହେଶ ବାବୁଙ୍କ ଶୁଟିଂ ହେଉଥିବା ଦୃଶ୍ୟର ଅନଧିକୃତ କ୍ଲିପ ଅନେକ X ଆକାଉଣ୍ଟରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ, ଦଳ କପିରାଇଟ ଷ୍ଟ୍ରାଇକ କରିଥିଲା, ଯାହା ଫଳରେ ପ୍ଲାଟଫର୍ମଗୁଡ଼ିକୁ ଫୁଟେଜ ହଟାଇବାକୁ ବାଧ୍ୟ କରିଥିଲା।
ବର୍ତ୍ତମାନ ସଦ୍ୟତମ ରିପୋର୍ଟଗୁଡ଼ିକ ସୂତ୍ରରୁ ପ୍ରକାଶ ପାଇଛି ଯେ SSMB29 ଦଳ ଏକ ତିନି-ସ୍ତରୀୟ ସୁରକ୍ଷା ସେଟ ଅପ ହୋଇଛି ଯାହା ବର୍ତ୍ତମାନ ସେମିଲିଗୁଡ଼ାର ତଳମାଲି ହିଲଟପ ସୁଟିଂ ସାଇଟରେ ଲିକ ରୋକିବା ପାଇଁ ଲାଗୁ କରାଯାଇଛି।