‘ଘରୋଇ କ୍ଷେତ୍ର ଅଭିବୃଦ୍ଧିର ବାହକ’

ନୂଆଦିଲ୍ଲୀ,୨୨।୨:  ଦେଶର ଘରୋଇ କ୍ଷେତ୍ର ଅଭିବୃଦ୍ଧିର ବାହକ। ସରକାର ଫାସିଲିଟେଟର ବା ସୁବିଧା ଯୋଗାଣକାରୀ ଭାବେ କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢାଇବା ଦିଗରେ ଘରୋଇ କ୍ଷେତ୍ରର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି କ୍ଷେତ୍ର ଉତ୍ସାହିତ ନ ହେଲେ ଭାରତ ଏକ ବଡ ସୁଯୋଗ ହାତଛଡା କରିବ ବୋଲି ଅର୍ଥମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି, ଘରୋଇ କ୍ଷେତ୍ରର ଅଂଶ ଗ୍ରହଣ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହି କ୍ଷେତ୍ର ଠିକ୍‌ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଉକ୍ତ କ୍ଷେତ୍ର ଉତ୍ସାହିତ ମଧ୍ୟ ରହିବାର ଗୁରୁତ୍ୱକୁ ବୁଝିବାକୁ ହେବ। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ସରକାର ଫାସିଲିଟେଟର ଭାବେ କାର୍ଯ୍ୟ କରୁଛନ୍ତି। ଏହା ନ ହେଲେ ଭାରତ ବଡ ସୁଯୋଗ ହରାଇବ ବୋଲି ବାଙ୍ଗାଲୋର ଚାମ୍ବର ଅଫ କମର୍ସର ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ସୀତାରାମନ ମତବ୍ୟକ୍ତ କରିଛନ୍ତି। ଦେଶର ଆଶା ଆକାଂକ୍ଷା ଏବଂ ଚାହିଦାକୁ ପୂରଣ କରିବା ଦିଗରେ କେବଳ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ସକ୍ଷମ ହେବେ ନାହିଁ। କରୋନା ଭ୍ୟାକ୍‌ସିନ ସରକାରୀ ଏବଂ ବେସରକାରୀ ସହଭାଗିତାର ଏକ ଭଲ ଉଦାହରଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୭ରେ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୬-୩: ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଦେଶର ବ୍ୟାଙ୍କ ସଂଘଗୁଡିକ ଚଳିତ ମାସ ୨୭ରେ ଧର୍ମଘଟ ଡାକରା ଦେଇଛନ୍ତି। ଏହି ସଂଘଗୁଡିକ ମଧ୍ୟରେ ଅଲ ଇଣ୍ଡିଆ...

କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କା ବୋନସ ଦେବ ଫେସବୁକ

ଓ୍ବାଶିଂଟନ,୧୮।୩: କରୋନା ସଂକ୍ରମଣ ଆତଙ୍କରେ ସାରା ପୃଥିବୀ ଭୟଭୀତ। ଫେସବୁକ୍‌ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଏହା...

ରିଲାଏନ୍ସ ଜିଓର ୩ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ପର୍ଯ୍ୟଟକଙ୍କ ଚାହିଦାକୁ ଦେଖି ସୁବିଧା

ସମ୍ବଲପୁର ମାଝିପାଲି ଅଞ୍ଚଳରେ ଥିବା ‘ଦି ଓ୍ବେଲ୍‌କମ୍‌ ରିସର୍ଟ ଆଣ୍ଡ୍‌ ସ୍ପା’ ପର୍ଯ୍ୟଟକଙ୍କ ରହଣି ପାଇଁ ଏକ ଉପଯୁକ୍ତ ସ୍ଥାନ। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ...

ଓଡ଼ିଶାରେ ଗ୍ରାହକଙ୍କ କ୍ରୟଶକ୍ତି ବେଶ୍‌ ଉନ୍ନତ: ସଞ୍ଜୟ ଲୋହିଆ

ବ୍ରାଣ୍ଡେଡ୍‌ ଜୋତାର ସୁପର ଷ୍ଟକିଷ୍ଟ ଭାବେ ଭୁବନେଶ୍ୱରର ରାମ୍‌ଜୀ ଏଣ୍ଟରପ୍ରାଇଜେସ ଡିଲର ଏବଂ ଡିଷ୍ଟ୍ରିବ୍ୟୁଟର୍ସଙ୍କ କ୍ଷେତ୍ରରେ ବେଶ୍‌ ଜଣାଶୁଣା। ଶୁ’ର ବିଭିନ୍ନ ବ୍ରାଣ୍ଡ ଯୋଗାଣ ଦିଗରେ...

ଏନ୍‌ସିସିବିଏମ୍‌ର ନୂତନ ବିଲ୍ଡିଂ ଶିଳାନ୍ୟାସ

ଭୁବନେଶ୍ୱର,୨୪।୧୦: ନ୍ୟାଶନାଲ କାଉନସିଲ୍‌ ଫର୍‌ ସିମେଣ୍ଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସ(ଏନ୍‌ସିସିବିଏମ୍‌) ଭୁବନେଶ୍ୱର ୟୁନିଟ୍‌ର ସମ୍ପ୍ରସାରଣ ପାଇଁ ଏକ ଅତ୍ୟାଧୁନିକ ‘ରିସର୍ଚ୍ଚ ଆଣ୍ଡ ଲାବରେଟୋରି’ ବିଲ୍ଡିଂର ଶିଳାନ୍ୟାସ...

ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ଟପିଲା

ନୂଆଦିଲ୍ଲୀ, ୨୦।୯: ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ୩୦ ଲକ୍ଷରୁ ଅଧିକରେ ପହଞ୍ଚିଛି। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଏଭଳି ହୋଇଥିବା ଟ୍ରାଇ...

ଏପ୍ରିଲରୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଜିଏସ୍‌ଟି ରିଟର୍ନ ଫାଇଲିଂ

ନୂଆଦିଲ୍ଲୀ,୩-୧୦: ଆସନ୍ତା ବର୍ଷ ଏପ୍ରିଲରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ଏସ୍‌ ଏମ୍‌ଏସ୍‌ ଦ୍ୱାରା ରିଟର୍ନ ଫାଇଲ କରିହେବ। ନିଲ୍‌ ରିଟର୍ନ କ୍ଷେତ୍ରରେ...

Advertisement
Archives

Model This Week