ବିନା ଏନ୍‌ଓସିରେ ଚାଲିଛି ବେସରକାରୀ ସ୍କୁଲ

ରାଉରକେଲା,୯।୨(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ବେସରକାରୀ ବିଦ୍ୟାଳୟ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ଉକ୍ତ ସ୍କୁଲଗୁଡିକ ଆବଶ୍ୟକ ସରକାରୀ ମାନଦଣ୍ଡ ପୂରଣ କରୁ ନ ଥିବାରୁ ସେମାନଙ୍କୁ ଏନ୍‌ଓସି ମିଳିପାରୁନାହିଁ। ଫଳରେ ରାଉରକେଲାରେ ୪୦ ପ୍ରତିଶତ ବେସରକାରୀ ସ୍କୁଲ ବିନା ଏନ୍‌ଓସିରେ ଚାଲିଛି। ଏହାଦ୍ୱାରା ସରକାରୀ ସ୍କୁଲ ପ୍ରଭାବିତ ହେଉଛି।
ସୂଚନା ଅନୁସାରେ, ରାଉରକେଲା ଶିକ୍ଷା ବିଭାଗ ଅଧୀନ ବିଶ୍ରା ଶିକ୍ଷାଞ୍ଚଳରେ ମୋଟ ୩୧୭ଟି ସରକାରୀ ଓ ବେସରକାରୀ ସ୍କୁଲ ରହିଛି। ସରକାରୀ ପ୍ରାଇମେରୀ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୪ହଜାର ପିଲା ପଢୁଛନ୍ତି। ସେହିପରି ବେସରକାରୀ ସ୍କୁଲରେ ୩୩ହଜାରରୁ ଊର୍ଦ୍ଧ୍ୱ ପିଲା ଅଧ୍ୟୟନ କରୁଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷରେ ବେସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ ସଂଖ୍ୟା ୨୩ହଜାର ଥିବାବେଳେ ୨୦୨୩ରେ ୧୦ହଜାର ବୃଦ୍ଧି ହୋଇଛି। ସେହିପରି ସରକାରୀ ସ୍କୁଲରେ ୨୦୧୯-୨୦ରେ ୨୪ହଜାର ପିଲା ଥିବା ବେଳେ ୩ବର୍ଷରେ ୧୦ହଜାର ବଢିଛି। ବିଶ୍ରା ଶିକ୍ଷାଞ୍ଚଳରେ ମୋଟ ୧୨୪ ବେସରକାରୀ ସ୍କୁଲ ଥିବା ବେଳେ ବର୍ତ୍ତମାନ ସେଥିରୁ ୪୦ପ୍ରତିଶତ ସ୍କୁଲ ବିନା ଏନ୍‌ଓସିରେ ଚାଲୁଥିବା ବିଭାଗ ସୂତ୍ରରୁ ଜଣାପଡିଛି। ବେସରକାରୀ ବିଦ୍ୟାଳୟକୁ ଏନ୍‌ଓସି ପାଇବା ପାଇଁ ହେଲେ ସ୍କୁଲରେ ତାଲିମପ୍ରାପ୍ତ କୁଶଳୀ ଶିକ୍ଷକ, ସ୍କୁଲ ନାଁରେ ଜମି, ନାମଲେଖା ପାଇଁ ୨୫ପ୍ରତିଶତ ଫି ଆଦାୟ ଭିତିକ ସରକାରୀ ଅନୁମୋଦନ ପ୍ରମାଣପତ୍ର, ଶିକ୍ଷକଙ୍କ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଏବଂ ସ୍କୁଲ ପରିଚାଳନା କମିଟି ଆଦି ରାଇଟ୍‌ ଟୁ ଏଜୁକେଶନ ଆକ୍ଟ ଅନୁଯାୟୀ ୫୧ଟି ମାନଦଣ୍ଡ ପୂରଣ କରୁଥିବା ଆବଶ୍ୟକ। ମାତ୍ର ଏସବୁ ମାନଦଣ୍ଡ ଅଭାବରୁ ବାରମ୍ବାର ଆବେଦନ ସତ୍ତ୍ୱେ ବିଶ୍ରା ଶିକ୍ଷାଞ୍ଚଳର ଅନେକ ସରକାରୀ ବିଦ୍ୟାଳୟ ଗୁଡିକୁ ଏନ୍‌ଓସି ମିଳିପାରୁନାହିଁ। ଏନଓସି ପାଇ ନ ଥିବା ସ୍କୁଲଗୁଡିକୁ ଆବଶ୍ୟକ ମାନଦଣ୍ଡ ପ୍ରସ୍ତୁତ କରିବା ପାଇଁ ନୋଟିସ ମଧ୍ୟ ଜାରି ହେଉଛି। ମାତ୍ର ବର୍ଷ ବର୍ଷ ଧରି ଏହି ସ୍କୁଲଗୁଡିକ ସେ ଦିଗରେ ଧ୍ୟାନ ଦେଉନାହାନ୍ତି। ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ବେସରକାରୀ ସ୍କୁଲଗୁଡିକ ବିନା ଏନ୍‌ଓସିରେ ଚାଲୁଛି। ତେଣୁ ଏହାର ସିଧାସଳଖ ପ୍ରଭାବ ସରକାରୀ ସ୍କୁଲ ଉପରେ ପଡୁଥିବା ଅଭିଯୋଗ ହେଉଛି। ଏ ନେଇ ବିଶ୍ରା ଶିକ୍ଷାଧିକାରୀ ବେଣୁଧର ସ୍ବାଇଁଙ୍କୁ ପଚାରିବାରୁ ସେ କହିଲେ, ଆଗକୁ ଏନ୍‌ଓସି ନ ଥିବା ପ୍ରାଇଭେଟ ସ୍କୁଲଗୁଡିକୁ ତୃଣମୂଳ ସ୍ତରରେ ଯାଞ୍ଚ କରାଯିବ। ଆଗକୁ ସରକାରୀ ସ୍କୁଲ ପ୍ରତି ପିଲାମାନଙ୍କ ଆଗ୍ରହ ବୃଦ୍ଧି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri