୮୦% କ୍ଷମତାରେ ଘରୋଇ ଉଡ଼ାଣ

ନୂଆଦିଲ୍ଲୀ,୪।୧୨ – ଲକ୍‌ଡାଉନ କଟକଣାକୁ ସରକାର ପର୍ଯ୍ୟାୟକ୍ରମେ କୋହଳ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶ ମଧ୍ୟରେ ବିମାନ ଚଳାଚଳ ଲାଗି ବିଭିନ୍ନ ସୁବିଧା କରୁଛନ୍ତି। ଗୁରୁବାରଠାରୁ ଦେଶ ମଧ୍ୟରେ ୮୦% ପର୍ଯ୍ୟନ୍ତ କ୍ଷମତାରେ ବିମାନ ଚଳାଚଳ କରାଇବା ଲାଗି ସରକାର ଅନୁମତି ଦେଇଛନ୍ତି। ଏବେ ଯାଏ ପ୍ରାୟ ୭୦% କ୍ଷମତାରେ ବିମାନଗୁଡିକ ପରିଚାଳିତ ହେଉଥିଲା। ଏହି ସୀମାକୁ ସରକାର ୧୦% ବଢାଇଛନ୍ତି। କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ଦେଶ ମଧ୍ୟରେ ପ୍ରାୟ ୨ ମାସ ବିମାନ ଚଳାଚଳ ବନ୍ଦ ରହିଥିଲା। ମେ ମାସ ୨୫ ପରଠାରୁ କଟକଣା ସହ ବିମାନ ସେବାକୁ ଅନୁମତି ଦିଆଯାଇଥିଲା।
ଏହି ପରିପ୍ରେକ୍ଷୀରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ୨୫ ମେ’ରେ ଦେଶ ମଧ୍ୟରେ ୩୦ ହଜାର ଯାତ୍ରୀଙ୍କୁ ବିମାନଯାତ୍ରା କରିବା ଲାଗି ଅନୁମତି ମିଳିଥିଲା। ଏହା ବର୍ତ୍ତମାନ ୨.୫୨ ଲକ୍ଷ ଛୁଇଁଛି। ବିମାନ କମ୍ପାନୀଗୁଡ଼ିକ କୋଭିଡ୍‌-୧୯ ପୂର୍ବବର୍ତ୍ତୀ ସମୟ ଯେଉଁ କ୍ଷମତାରେ ପରିଚାଳିତ ହେଉଥିଲେ ସେହି ଅନୁସାରେ ଏବେ ଚାଲିପାରିବେ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ସୂଚନା ମୁତାବକ ୨୦୨୦-୨୧ ଶୀତକାଳୀନ ସମୟ ଅବଧି ଲାଗି ଦେଶର ୯୫ ବିମାନ ବନ୍ଦରରେ ସାପ୍ତାହିକ ୧୨,୯୮୩ ବିମାନ ଉଡ଼ାଣକୁ ଅନୁମତି ଦିଆଯାଇଛି।
୨୦୧୯-୨୦ ସମାନ ଅବଧିରେ ସାପ୍ତାହିକ ୨୩,୩୦୭ ବିମାନ ଉଡ଼ାଣକୁ ଅନୁମତି ମିଳିଥିଲା। ଅର୍ଥାତ୍‌ ଚଳିତ ବର୍ଷ ଶୀତକାଳୀନ ସମୟ ଲାଗି ୪୪.୩% କମ୍‌ ବିମାନକୁ ଅନୁମତି ମିଳିଛି। ଏହା ମଧ୍ୟରେ ୨ଥର ଉଡ଼ାଣ କ୍ଷମତା ୨ ଥର ବଢିଛି। ପ୍ରତି ଥର ୧୦% ଲେଖାଏ କ୍ଷମତା ବୃଦ୍ଧି କରାଯାଇଛି। ଫଳରେ ପୂର୍ବ ସୂଚୀ ଅନୁସାରେ ସାପ୍ତାହିକ ୪ ହଜାର ଅଧିକ ବିମାନ ଉଡ଼ିପାରିବ। ସୂଚନାଯୋଗ୍ୟ, ଘରୋଇ ଉଡ଼ାଣ କ୍ଷେତ୍ରରେ ସରକାର ଧାର୍ଯ୍ୟ କରିଥିବା ଭଡ଼ା ନିୟମ ୨୦୨୧ ଫେବୃୟାରୀ ଯାଏ ବାଧ୍ୟତାମୂଳକ ରହିବ। ଏହା ପୂର୍ବରୁ ନଭେମ୍ବର ୨୪ ଯାଏ ରହିଥିବା ବେଳେ ୩ ମାସ ସମୟ ବଢ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri