Posted inଖେଳ

ବିଦ୍ରୋହ କରିଦେଲ ପୃଥ୍ୱୀ ଶ’, ଦଳରୁ ବାଦ ପଡିବା ପରେ ରାଗରେ ନିଆଁ…

ନୂଆଦିଲ୍ଲୀ,୧୭।୧୨: ଭାରତୀୟ ଦଳର ଷ୍ଟାର ଓପନର ପୃଥ୍ୱୀ ଶ’ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ମୁମ୍ବାଇ ଦଳରୁ ବାଦ ପଡ଼ିବା ପରେ ଏଥର ସେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିସିସିଆଇର ଘରୋଇ ଟୁର୍ନାମେଣ୍ଟ ବିଜୟ ହଜାର ଟ୍ରଫି ୨୧ ଡିସେମ୍ବରରୁ ୧୮ ଜାନୁଆରୀ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୩୮ ଟିମ୍ ଅଂଶଗ୍ରହଣ କରିବେ। ଏଥିପାଇଁ ସମସ୍ତ ଦଳ ଟିମ୍ ଘୋଷଣା କରିଦେଇଛନ୍ତି।

ଏହି କ୍ରମରେ ମୁମ୍ବାଇ ୧୭ ଜଣିଆ ଦଳ ଘୋଷଣା କରିଛି। ତେବେ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲି ଟ୍ରଫିରେ ଖରାପ ପ୍ରଦର୍ଶନ ପାଇଁ ମୁମ୍ବାଇ ଦଳରୁ ପୃଥ୍ୱୀଙ୍କୁ ବାଦ ଦିଆଯାଇଛି। ପୂର୍ବରୁ ସୟଦ ମୁସ୍ତାକ ଅଲି ଟ୍ରଫିରୁ ମଧ୍ୟ ତାଙ୍କୁ ବାଦ କରିଦିଆଯାଇଥିଲା। ତେଣୁ ପୁନର୍ବାର ତାଙ୍କୁ ଦଳରୁ ବାଦ କରାଯିବାରୁ ସେ ନିଜର କ୍ଷୋବ ପ୍ରକାଶ କରିଛନ୍ତି।

ଇନଷ୍ଟାଗ୍ରାମରେ ପୃଥ୍ୱୀ ଏକ ଷ୍ଟୋରି ପୋଷ୍ଟ କରି ନିଜର ପ୍ରଥମ ଶ୍ରେଣୀ ରେକର୍ଡ ଦର୍ଶାଇ ଲେଖିଛନ୍ତି, ”ମୋତେ କୁହ ଭଗବାନ, ମତେ ଆଉ କଣ ଦେଖିବାକୁ ପଡିବ…। ଯଦି ୬୫ ଇନିଂସ, ୫୫.୭ ହାର ଏବଂ ୧୨୬ ଷ୍ଟ୍ରାଇକ ରେଟରେ ୩୩୯୯ ରନ୍ କରିବା ପରେ ମଧ୍ୟ ମୁଁ ସେତିକି ଯୋଗ୍ୟ ନୁହେଁ…। କିନ୍ତୁ ମୋର ଆପଣଙ୍କ ଉପରେ ବିଶ୍ୱାସ ରହିଛି। ଆଶା ଅଛି ଏବେ ମଧ୍ୟ ଲୋକମାନେ ମୋ ଉପରେ ଭରସା କରୁଛନ୍ତି। କାରଣ ମୁଁ ନିଶ୍ଚିତ ପ୍ରତ୍ୟାବର୍ତନ କରିବି। ଓମ ସାଇ ରାମ। ”


Enter your email to get our daily news in your inbox.

All Right Reserved By Dharitri.Com

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri