Posted inଖେଳ

ପୃଥ୍ବୀ ଶ’ ହେଲେ ଅଧିନାୟକ, ଫିଟ୍‌ ହେଉ ହେଉ ମାରିଲେ ୨୭ ଚୌକା

ନୂଆଦିଲ୍ଲୀ,୨୭।୨: ପୁଣି ଥରେ ଫର୍ମକୁ ଫେରିଛନ୍ତି ପୃଥ୍ବୀ ଶ’। ଏହି ବିସ୍ଫୋରକ ଡାହାଣହାତୀ ବ୍ୟାଟ୍ସମ୍ୟାନ ତାଙ୍କର ଖରାପ ଫିଟନେସ ଯୋଗୁ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରୁ ବାହାର ହୋଇଯାଇଥିଲେ। କିନ୍ତୁ ଏବେ ଏହି ଖେଳାଳି ଫେରି ନିଜ ବ୍ୟାଟିଂର ଦମ୍‌ ଦେଖାଇଛନ୍ତି। ପୃଥ୍ବୀ ଶ’ ବର୍ତ୍ତମାନ ଡିୱାଇ ପାଟିଲ ଟି-୨୦ ଲିଗରେ ଖେଳୁଛନ୍ତି, ଯେଉଁଠାରେ ଏହି ଖେଳାଳି ଦୁଇଟି ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ମାରିଛନ୍ତି। ସେ ରୁଟ ମୋବାଇଲ ଟିମ୍‌ ପାଇଁ ଖେଳୁଥିବା ବେଳେ ୨ ମ୍ୟାଚ୍‌ରେ ୧୨୮ ରନ କରିଛନ୍ତି। ଶ’ଙ୍କ ଷ୍ଟ୍ରାଇକ ରେଟ ୨୦୦ ରୁ ଅଧିକ ଥିବା ବେଳେ ସେ ଏହି ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ୨ଟି ଛକା ଏବଂ ୨୫ଟି ଚୌକା ମାରିସାରିଛନ୍ତି।

ପୃଥ୍ବୀ ଶ’ ଡି ଓ୍ବାଇ ପାଟିଲ ଟି୨୦ ଲିଗ୍‌ରେ ସର୍ବପ୍ରଥମେ ଟାଟା ଟିମ୍‌ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ। ପୃଥ୍ବୀଙ୍କ ଦଳକୁ ୨୦୮ ରନର ଏକ ବିଶାଳ ଟାର୍ଗେଟ ମିଳିଥିଲା, ଯାହାକୁ ହାସଲ କରିବାରେ ସେମାନଙ୍କୁ କୌଣସି ଅସୁବିଧା ହୋଇନଥିଲା। ପୃଥ୍ବୀ ଅଧିନାୟକତ୍ୱର ଇନିଂସ ଖେଳି ୩୬ ବଲ୍‌ରେ ୬୩ ରନ୍‌ କରିଥିଲେ। ଏହି ଖେଳାଳିଙ୍କ ବ୍ୟାଟରୁ ୧୨ ଚୌକା ଆସିଥିଲା। ପୃଥ୍ବୀଙ୍କ ବ୍ୟତୀତ ଅଥର୍ବ କାଲେ ଅପରାଜିତ ୯୪ ରନ କରିଥିଲେ। କାଲେ ୧୪ ଚୌକା ଏବଂ ୨ ଛକା ମାରିଥିଲେ।

ପୃଥ୍ବୀ ଶ’ ମଧ୍ୟ ଟେକ ସ୍ପୋଟର୍‌ସ ଦଳ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ଏଥର ସେ ୨୫ ବଲ୍‌ରେ ଅପରାଜିତ ୬୫ ରନ୍‌ କରିଥିଲେ। ଶ’ ୧୩ ଚୌକା ଏବଂ ୨ ଛକା ମାରିଥିଲେ ଏବଂ ତାଙ୍କର ଷ୍ଟ୍ରାଇକ ରେଟ୍‌ ୨୬୦ରୁ ଅଧିକ ଥିଲା। ମାତ୍ର ୨୭ ମିନିଟ ବ୍ୟାଟିଂ କରି ସେ ଚୌକା ଏବଂ ଛକା ମାଧ୍ୟମରେ ୬୫ ରନ ମଧ୍ୟରୁ ୬୪ ରନ କରିଥିଲେ। ଏହା ସ୍ପଷ୍ଟ ଯେ ପୃଥ୍ବୀ ଶ’ଙ୍କୁ ଏକ ଭିନ୍ନ ଫର୍ମରେ ଦେଖାଯାଉଛି। ବର୍ତ୍ତମାନ ସମୟରେ ସେ ତାଙ୍କ ଫିଟନେସ ଉପରେ ବହୁତ କାମ କରିଛନ୍ତି। ତାଙ୍କର ଓଜନ ବହୁତ ହ୍ରାସ ପାଇଛି। ବର୍ତ୍ତମାନ ଶ’ କୌଣସି IPL ୨୦୨୫ ଦଳରେ ସ୍ଥାନ ପାଇନାହାନ୍ତି କିନ୍ତୁ ଟୁର୍ନାମେଣ୍ଟ ମଝିରେ ତାଙ୍କୁ ବଦଳ ଖେଳାଳି ଭାବରେ ସୁଯୋଗ ମିଳିପାରେ। ଶ’ ନିରନ୍ତର ଭଲ ଇନିଂସ ଖେଳି ଦଳରେ ସାମିଲ ହେବାର ସୁଯୋଗକୁ ଅନାଇ ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri