ଜେଲ୍‌ ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଲେ କଏଦୀ

ପୁରୀ,୨୫ା୯(ଅଜିତ ମହାନ୍ତି): ପୁରୀ ଜିଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି। କଏଦୀ ଜଣକ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ଜଣାପଡ଼ିଛି। ତେବେ ମୃତକ ଜଣକ ପିପିଲିର ବୁଲୁ ବେହେରା। ହେସ ଜୁଲାଇରୁ ଜେଲ୍‌ରେ ଥିଲେ। ପୋକ୍ସୋ ମାମଲାରେ ଗିରଫ ହୋଇ ସଜା କାଟୁଥିଲେ।