The Governor of Nagaland, Shri R.N. Ravi calling on the Prime Minister, Shri Narendra Modi, in New Delhi on August 08, 2019.
କଟକ,୧୬।୧୨: ଜାନୁଆରୀ ମାସରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଆସନ୍ତା ମାସରେ ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସକୁ ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଏଥିସହିତ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆସିବେ।
ସୂଚନାଯୋଗ୍ୟ ଗତମାସ (ନଭେମ୍ବର) 29 ତାରିଖରୁ ଚଳିତମାସ (ଡିସେମ୍ବର)ପହିଲା ପର୍ଯ୍ୟନ୍ତ ୩ ଦିନ ଭୁବନେଶ୍ୱରରେ ସର୍ବଭାରତୀୟ ପୋଲିସ ମହାନିର୍ଦେଶକ ଓ ମହାନିରୀକ୍ଷକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ତିନିଦିନ ଓଡ଼ିଶାରେ ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲ ପ୍ରମୁଖଙ୍କ ଉପସ୍ଥିତରେ ବୈଠକ ହୋଇଥିଲା ।
ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟର ପୋଲିସ ମୁଖ୍ୟମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ପୋଲିସର ଭୂମିକା, ଭାବମୂର୍ତ୍ତି, କାର୍ଯ୍ୟଶୈଳୀ, ତଟରକ୍ଷା ଉପରେ ଆଲୋଚନା କରିଥିଲେ । ସ୍ମାର୍ଟ ପୋଲିସିଂ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କାର୍ଯ୍ୟକ୍ରମରେ ଉଦଯାପନୀ ସମ୍ବୋଧନ ରଖିଥିଲେ । ବିଭାଗ ରେ ସ୍ବଚ୍ଛତା ବଜାୟ ରଖି ଲୋକଙ୍କ ନିକଟତର ହେବା ସହ ଉତ୍ତମ ସେବା ଯୋଗାଇବା ଉପରେ ସମ୍ବୋଧନରେ ଗୁରୁମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ ।