ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା ଦିଅ: ମୁଖ୍ୟମନ୍ତ୍ରୀ

ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା): ବିଭିନ୍ନ କ୍ଷେତ୍ରରେ ବୈଷୟିକ ଶିକ୍ଷା ଲାଭ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ପ୍ରାୟ ସମସ୍ତ ଜିଲାରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଉଛି। ତେଣୁ ଓଡ଼ିଶାର ଶିକ୍ଷିତ ଯୁବତୀଯୁବକମାନେ ଦକ୍ଷତା ବିକାଶ ଶିକ୍ଷା ଲାଭ କରି ଶିଳ୍ପ କାରଖାନାଗୁଡ଼ିକରେ କିପରି ବହୁସଂଖ୍ୟାରେ ନିଯୁକ୍ତି ପାଇବେ ସେ ନେଇ ଉଦ୍ୟମ ହେଉଛି। ଏହି କ୍ରମରେ ଶିକ୍ଷା ସହ ଦକ୍ଷତା ରଖିଥିବା ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଥମିକତା ଦେବାକୁ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ତେଲିବାହାଳି ମହାପାଟ ପଡ଼ିଆଠାରେ ବୁଧବାର ନୂଆ ଶିଳ୍ପ, ନୂଆ ଆଶା ସମୃଦ୍ଧ ପଥେ ସାରା ଓଡ଼ିଶା ଶୀର୍ଷକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି, ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଆହୁରି ଗତିଶୀଳ ହେଉଛି। ରାଜ୍ୟର ୧୪ଟି ଜିଲାରେ ୩୯,୩୮୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ୪୬ଟି ମଧ୍ୟମ ଓ ବୃହତ୍‌ ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଏବଂ ଉଦ୍‌ଘାଟନ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହାଦ୍ୱାରା ୪୨,୫୧୨ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା ରହିଛି। ଏହି ପଦକ୍ଷେପ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିିତ କରିବ। ଆଜି ଯେଉଁ ଶିଳ୍ପ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହେଉଛି, ତାହା ରାଜ୍ୟର ଦ୍ୱିତୀୟ ଶିଳ୍ପ ବିପ୍ଳବର ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଆମ ସରକାର ଆସିବା ପୂର୍ବରୁ ଶିଳ୍ପ ନିବେଶ କେବଳ ଏକ ସ୍ଲୋଗାନ ଏବଂ ପ୍ରଚାର ପ୍ରସାରର ମାଧ୍ୟମ ହୋଇ ରହିଥିଲା। କିନ୍ତୁ ଆମେ ପ୍ରତିଟି ବୁଝାମଣାପତ୍ର(ଏମ୍‌ଓୟୁ)କୁ ବାସ୍ତବ ରୂପ ଦେଇ କାରଖାନା ନିର୍ମାଣ କରି ଉତ୍ପାଦନ ଆରମ୍ଭ କରିଛୁ। ଆମର ଓ ପୁଅଝିଅଙ୍କୁ ନିଯୁକ୍ତି ଦେବାରେ ସମର୍ଥ ହୋଇଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାର କେନ୍ଦ୍ରରେ ରହିଛି ଓ ଆଗାମୀ ୧୦ ବର୍ଷ ଭିତରେ ରାଜ୍ୟର ଅର୍ଥନୀତିକୁ ୫୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ପାଇଁ ସମୃଦ୍ଧ ଓ ଗଠନର ଲକ୍ଷ୍ୟ ରଖିଛୁ। ନୀତି ଆୟୋଗର ସୂଚକାଙ୍କ ଅନୁସାରେ ଓ ବର୍ତ୍ତମାନ ଦେଶରେ ପୁଞ୍ଜି ଆକର୍ଷଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ଆମ ସରକାରଙ୍କ ଉପରେ ଶିଳ୍ପ ଜଗତର ଦୃଢ଼ ଆସ୍ଥାର ପ୍ରମାଣ ଦେଉଛି। ଯାଜପୁରର କଳିଙ୍ଗନଗର ଅଞ୍ଚଳ ଆଜି ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି। ଶିଳ୍ପ କେବଳ କିଛି ନିର୍ଦ୍ଦିିଷ୍ଟ ଜିଲାରେ ସୀମିତ ନ ରହି ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସ୍ଥାପନ ହେବା ଉଚିତ। ଏହି ନୀତିକୁ ଆଧାର କରି କେନ୍ଦୁଝର ଓ ସୁନ୍ଦରଗଡ଼ରେ ଇସ୍ପାତ ଶିଳ୍ପ, ଅନୁଗୋଳ ଓ ଢେଙ୍କାନାଳରେ ଅକ୍ଷୟ ଶକ୍ତି ପ୍ରକଳ୍ପ, ଖୋର୍ଦ୍ଧାରେ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପୁରୀ, କଟକ, ବରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ ଆଦି ଜିଲାରେ ବିଭିନ୍ନ ପର୍ଯ୍ୟଟନ, ହସ୍ପିଟାଲିଟି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପଗୁଡ଼ିକୁ ସ୍ଥାନ ଦିଆଯାଇଛି। ଦୁଇ ବର୍ଷରୁ କମ ସମୟ ମଧ୍ୟରେ ୧୫୧ଟି ପ୍ରକଳ୍ପର ଭୂମିପୂଜନ କିମ୍ବା ଉଦ୍‌ଘାଟନ କରାଯାଇ ୩ ଲକ୍ଷ ୧୧ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ ହୋଇଛି। ଏହାଦ୍ୱାରା ୨ ଲକ୍ଷ ୪୦ ହଜାରରୁ ଅଧିକ ଯୁବତୀଯୁବକଙ୍କ ପାଇଁ ନିଯୁକ୍ତିର ପଥ ଉନ୍ମୁକ୍ତ ହୋଇଛି। ଆଜିର ପ୍ରକଳ୍ପକୁ ମିଶାଇଲେ ରାଜ୍ୟରେ ସମୁଦାୟ ୩ ଲକ୍ଷ ୫୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ସମାରୋହରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ଗ୍ରୁପ୍‌ କାର୍ବନ ଷ୍ଟିଲ୍‌ ଏବଂ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଓ ନୂତନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ସେହିପରି ଟାଟା ଷ୍ଟିଲ୍‌ର ନୂତନ ଡାଉନଷ୍ଟ୍ରିମ ସୁବିଧା, ସ୍ଲରି ପାଇପ ଲାଇନ, ଗ୍ରାଇଣ୍ଡିଂ ଏବଂ ଫିଲ୍‌ଟରେଶନ ୟୁନିଟ ଆଦି ପ୍ରକଳ୍ପ ଜରିଆରେ ହାଇ-ଭାଲ୍ୟୁ ଷ୍ଟିଲ୍‌ ଉତ୍ପାଦନକୁ ଆହୁରି ମଜଭୁତ କରିବ। ଏହାସହିତ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ ଲିମିଟେଡ(ଇମ୍ଫା), ଜଟିଆ ଷ୍ଟିଲ ଲିମିଟେଡ୍‌, ବିକେ ଉତ୍କଳ ଷ୍ଟିଲ ଏବଂ ଶ୍ରୀ ଏମ୍‌. କେ. ଷ୍ଟିଲ୍‌ ଭଳି ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ପ୍ରକଳ୍ପଗୁଡ଼ିକ ଏହି କ୍ଷେତ୍ରର ଶିଳ୍ପ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବ। ଏହି ଶିଳ୍ପଗୁଡ଼ିକ ରାଜ୍ୟର ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ଜିଲାରେ ପ୍ରତିଷ୍ଠା ହେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ସମାରୋହରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ସମସ୍ତ ପ୍ରକଳ୍ପ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ, ଜେଏସ୍‌ଏଲ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ, ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହ ଆରମ୍ଭରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଯାଜପୁର ଜିଲାପାଳ ଅମ୍ବର କୁମାର କର ଧନ୍ୟବାଦ ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?