ଗ୍ରାହକ ସନ୍ତୁଷ୍ଟିକୁ ଅଗ୍ରାଧିକାର

ପାରିବାରିକ ବ୍ୟବସାୟ ଓ ବାଣିଜ୍ୟ ବିଭାଗର ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ଅହେତୁକ ଆଗ୍ରହ ରହିଥିଲା। ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଶେଷକରି ବାପାଙ୍କ ସହ ବ୍ୟବସାୟରେ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ହୋଇଥିଲି। ସମୟକ୍ରମେ ନୂତନ ବ୍ୟବସାୟର ଅୟମାରମ୍ଭ ସହ ବ୍ୟବସାୟରେ ଅଭିବୃଦ୍ଧି ପାଇଁ ଆବଶ୍ୟକ କାର୍ଯ୍ୟ ଓ କଠିନ ପରିଶ୍ରମ ମଧ୍ୟ କରିଥିଲି। ବହୁ ଘାତପ୍ରତିଘାତ ଫଳରେ ବ୍ୟବସାୟକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରିବା ସହିତ ନୂଆ ନୂଆ ବ୍ୟବସାୟରେ ମଧ୍ୟ ପ୍ରବେଶ କଲି। ପାରିବାରିକ ବ୍ୟବସାୟରୁ ଏକ ପ୍ରତିଷ୍ଠିତ ବ୍ୟବସାୟ ମଧ୍ୟରେ ଅନେକ ସ୍ମୃତି ଓ ସଫଳତା ଅର୍ଜନ କରିଛି। ସେହି ସଫଳ ବ୍ୟବସାୟୀ ତଥା ଆକାଶ ମୋଟର୍ସ ପ୍ରାଇଭେଟ ଲିମିଟେଡ୍‌(ଏଏମ୍‌ପିଏଲ୍‌)ର ଏମ୍‌ଡି ଆକାଶ ଅଗ୍ରଓ୍ବାଲଙ୍କ ସହ ଧରିତ୍ରୀର ବିଶେଷ ଆଳାପ…

ପ୍ର-୧: ବାଣିଜ୍ୟ ଛାତ୍ରରୁ ବ୍ୟବସାୟିକ ଯାତ୍ରାର ଅୟମାରମ୍ଭ କିଭଳି ରହିଥିଲା?
ଉ- ଦୀର୍ଘଦିନର ପାରିବାରିକ ବ୍ୟବସାୟିକ ପରିବେଶ ମଧ୍ୟରେ ଆମେ ବଢ଼ିଛୁ। ଏପରିକି ପିଲାଟି ଦିନରୁ ଆମେ ଆମ ବାପାଙ୍କୁ ବ୍ୟବସାୟ କରିଆସୁଥିବା ଦେଖିଛୁ। ବିଶେଷକରି ୧୯୯୩ରେ ମୋର ଉଚ୍ଚଶିକ୍ଷା (ବାଣିଜ୍ୟ ସ୍ନାତକ) ଶେଷ ହେବା ପରେ ମୁଁ ପ୍ରାଥମିକ ସ୍ତରରେ ବାପାଙ୍କ ସହ ବ୍ୟବସାୟରେ ସହଯୋଗ କରିବା ପାଇଁ ଜଡିତ ହୋଇଥିଲି। ସମୟକ୍ରମେ ମୁଁ ବ୍ୟବସାୟରେ ଆବଶ୍ୟକ ନୀତିନିୟମ ଓ କାର୍ଯ୍ୟଶୈଳୀ ଭଲ ଭାବେ ଜାଣିଲା ପରେ ଅନ୍ୟ ବ୍ୟବସାୟ ଆରମ୍ଭ ପାଇଁ ଆଶାପ୍ରକଟ କରୁଥିଲି। ସେହି ସମୟରେ ହିରୋ କମ୍ପାନୀର ଏକ ବିଜ୍ଞାପନ ଆଧାରରେ ଗାଡ଼ି ବ୍ୟବସାୟ ପ୍ରତି ମନବଳାଇବା ଏବଂ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ୧୯୯୯ରେ ଆନୁଷ୍ଠାନିକ ଭାବେ ହିରୋ ଡିଲରଶିପ ଜରିଆରେ ଆକାଶ ମୋଟର୍ସ ନାମରେ ଗାଡ଼ି ବ୍ୟବସାୟ ଆରମ୍ଭ କରିଥିଲି। ବହୁ ଘାତପ୍ରତିଘାତ ମଧ୍ୟରେ ଗାଡି ବ୍ୟବସାୟ ସହ ଅନ୍ୟ କେତେକ ବ୍ୟବସାୟିକ ସେବା ମନୋବୃତ୍ତି ଓ ଗ୍ରାହକ ସନ୍ତୁଷ୍ଟି ଆଧାରରେ ଆଗକୁ ଆଗକୁ ବଢ଼ି ଚାଲିଛି।
ପ୍ର-୨: ଆକାଶ ମୋଟର୍ସର ଯାତ୍ରା କିଭଳି ରହିଛି?
ଉ- ଦୀର୍ଘ ପ୍ରୟାସ ପରେ ୧୯୯୯ରେ ଆନୁଷ୍ଠାନିକ ଭାବେ ଆକାଶ ମୋଟର୍ସର ଅୟମାରମ୍ଭ ଏକ ଚ୍ୟାଲେଞ୍ଜ ମଧ୍ୟରେ ଆରମ୍ଭ ହୋଇଥିଲା। ବରଗଡ଼ ଭଳି କୃଷିପ୍ରଧାନ ଜିଲା ଓ ଗ୍ରାମୀଣ ସହରରେ ହିରୋ ଗାଡ଼ି ବିକ୍ରି ହେବ ନାହିଁ ବୋଲି କମ୍ପାନୀ ଆଶାପୋଷଣ କରୁଥିବା ବେଳେ ଆକାଶ ମୋଟର୍ସ ଆରମ୍ଭର ୬ ମାସ ମଧ୍ୟରେ ମାସିକ ୨ ଗୁଣା ଗାଡ଼ି ଧାର୍ଯ୍ୟଲକ୍ଷ୍ୟଠାରୁ ବିକ୍ରି କରିଥିଲା। ଏପରିକି ସମଗ୍ର ପଶ୍ଚିମ ଓଡ଼ିଶାରେ ଆକାଶ ମୋଟର୍ସର ବିକ୍ରି ଓ ବିକ୍ରି ପରବର୍ତ୍ତୀ ସେବା ସାରା ରାଜ୍ୟରେ ପ୍ରଚାରିତ ହୋଇଯାଇଥିଲା। ବିଶେଷକରି କମ୍ପାନୀର ବିଶ୍ୱାସ ଓ ଗ୍ରାହକଙ୍କ ଭରସା ବ୍ୟବସାୟ ଅଗ୍ରଗତିରେ ବେଶ୍‌ ସହାୟକ ହୋଇଛି। ବିଗତ ୨ ଦଶନ୍ଧି ମଧ୍ୟରେ ଆକାଶ ମୋଟର୍ସ ୧ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି କରିପାରିଛି।
ପ୍ର-୩: ବ୍ୟବସାୟିକ ସମ୍ପ୍ରସାରଣର ଆଭିମୁଖ୍ୟ କ’ଣ ରହିଛି?
ଉ- ବର୍ତ୍ତମାନର ପ୍ରତିଯୋଗିତାମୂଳକ ବ୍ୟବସାୟରେ ଗୁଣାତ୍ମକ ସେବା ଓ ସାମଗ୍ରୀ ସାଙ୍ଗକୁ ଲୋକସମ୍ପର୍କର ମଧ୍ୟ ଆବଶ୍ୟକତା ରହିଛି। ତଥାପି ବର୍ତ୍ତମାନର ବ୍ୟବସାୟ (ହିରୋ ଗାଡି ଶୋ’ରୁମ୍‌, ତନିସ୍କ ଅଳଙ୍କାର ପ୍ରତିଷ୍ଠାନ ଓ ଟାଇଟନ)ର ଆଧୁନିକୀକରଣ ସାଙ୍ଗକୁ ବିକ୍ରି ବୃଦ୍ଧି ଓ ଗ୍ରାହକସନ୍ତୁଷ୍ଟି ସହିତ ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱାରୋପ କରାଯାଉଛି। ଆଗାମୀ ଦିନରେ ଫର୍ନିଚର ଏବଂ ଅଳଙ୍କାର ବ୍ୟବସାୟରେ ନୂତନ ଆଉଟଲେଟ ଖୋଲିବାର ଯୋଜନା ରହିଛି।
ପ୍ର-୪: ବ୍ୟବସାୟରେ ବ୍ରାଣ୍ଡ୍‌ କେତେ ସାହାଯ୍ୟ କରିଥାଏ?
ଉ- ସବୁ ବ୍ୟବସାୟରେ ବ୍ରାଣ୍ଡ୍‌ର ଭୂମିକା ରହିଥାଏ। ହେଲେ ଗାଡି ବ୍ୟବସାୟରେ ହିରୋ ବ୍ରାଣ୍ଡ ବର୍ତ୍ତମାନ ମଧ୍ୟ ସବୁ କ୍ଷେତ୍ରରେ ବେଶ୍‌ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ଏପରିକି ବ୍ୟବସାୟରେ ବ୍ରାଣ୍ଡ୍‌ ଯେତିକି ସହାୟ ହୋଇଥାଏ, ସେହି ଅନୁଯାୟୀ ବ୍ୟବସାୟିକ ପ୍ରତିଷ୍ଠାନ (ଆକାଶ ମୋଟର୍ସ)ର ଭୂମିକା ସହିତ ଗ୍ରାହକଙ୍କ ନିକଟତର ହେବା ପାଇଁ ଅନେକ ପଦକ୍ଷେପ ଏବଂ ସୁବିଧା ଯୋଗାଇବାକୁ ପଡିବ। ତଥାପି ବ୍ୟବସାୟରେ କଠିନ ପରିଶ୍ରମ ଓ ସହନଶୀଳତାକୁ ମୂଳମନ୍ତ୍ର କରିବାକୁ ହେବ।
ପ୍ର-୫: କୋଭିଡ୍‌ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଚାହିଦା କିଭଳି ରହିଛି?
ଉ- କୋଭିଡ ପୂର୍ବରୁ ଦୁଇ ଚକିଆ ଯାନ ବିକ୍ରି ଏବଂ ଚାହିଦା ଭଲ ରହିଥିଲା। ହେଲେ କୋଭିଡ୍‌ କାରଣରୁ ଅଟୋଶିଳ୍ପରେ ଅନେକ ସମସ୍ୟା ସାଙ୍ଗକୁ ମାନ୍ଦାବସ୍ଥା ଲାଗିରହିଛି। ଫଳରେ କୋଭିଡ୍‌ ପରବର୍ତ୍ତୀ ସମୟରେ ବଜାରରେ ସୁଧାର ଆସୁଛି ହେଲେ ଚାହିଦା ପୂର୍ବ ଭଳି ନାହିଁ। ଆସନ୍ତା ଆର୍ଥିକ ବର୍ଷରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଗ୍ରାହକଙ୍କୁ ଆବଶ୍ୟକ ସେବା ଯୋଗାଇଦେବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ବ୍ୟବସାୟର ଅଭିବୃଦ୍ଧି ପାଇଁ ଉଭୟ କମ୍ପାନୀ ଓ ଶୋ’ରୁମ୍‌ ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ଅନେକ ସୁବିଧା ଓ ସହଯୋଗ ଯୋଗାଇବାକୁ ହେଉଛି।
ପ୍ର- ୬: ଅବସର ସମୟରେ କିପରି ସମୟ କାଟିଥାନ୍ତି?
ଉ- ବର୍ତ୍ତମାନ ସମୟରେ ଅବସର ପାଇଁ ସମୟ ମିଳୁ ନାହିଁ, କାରଣ ପ୍ରତିଯୋଗିତାମୂଳକ ବ୍ୟବସାୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପମାନ ଗ୍ରାହକଙ୍କ ପାଇଁ ନେବାକୁ ପଡୁଛି। ବ୍ୟବସାୟରେ ତିଷ୍ଠି ରହିବାକୁ ହେଲେ ଗ୍ରାହକଙ୍କ ପାଇଁ ସବୁ କିଛି କରିବାକୁ ହେବ। ସବୁ ପରେ ଯେଉଁ କିଛି ସମୟ ମିଳିଥାଏ ପରିବାର ଓ ପରିଜନ ସହ ବିତାଇବାକୁ ଭଲଲାଗେ। ବିଶେଷ ସମୟରେ ଧାର୍ମିକ କାର୍ଯ୍ୟରେ ଯୋଗଦେବା ସହ ସାମାଜିକ କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?