ଏକ୍ସପାଏରି ଔଷଧ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ପ୍ରଧାନ, ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

ପାରାଦୀପ,୨୪।୭(ଶରତ ରାଉତ): ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ପାରାଦୀପ ପୌରାଞ୍ଚଳର ଅଠରବାଙ୍କୀ ଲକ୍‌ପଡା ସରକାରୀ ବିଦ୍ୟାଳୟରେ ଏକ୍ସପାଏରି ଔଷଧ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ହେବା ଘଟଣାରେ ମଙ୍ଗଳବାର ବିଭାଗ ପକ୍ଷରୁ ଯାଞ୍ଚ ପରେ ୨ ଜଣ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ସାମଲ, ସହକାରୀ ଶିକ୍ଷୟିତ୍ରୀ ଦିପ୍ତୀକୁମାରୀ ସ୍ବାଇଁ। ଏନେଇ କୁଜଙ୍ଗ ମଣ୍ଡଳ ଶିକ୍ଷାଧିକାରୀ(ବିଇଓ) ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି। ଯାଞ୍ଚ ବେଳେ ବିଦ୍ୟାଳୟ ମଧ୍ୟରୁ ଏକ୍ସପାଏରି ହୋଇଥିବା ହଜାରରୁ ଅଧିକ ଟାବ୍‌ଲେଟ୍‌ ଷ୍ଟ୍ରିପ ଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜବତ କରାଯାଇଛି। ଏତେ ମାତ୍ରାରେ ପୁରୁଣା ଔଷଧ କିପରି ଷ୍ଟକ ରହିଛି ସେନେଇ ଦିନ ତମାମ ଖୋଳତାଡ କରାଯାଇଥିଲା। ଉକ୍ତ ଘଟଣାର ସବିଶେଷ ରିପୋର୍ଟ ଉପରିସ୍ଥ ଅଧିକାରୀମାନଙ୍କୁ ପଠାଯିବ ବୋଲି ଯାଞ୍ଚ ଅଧିକାରୀମାନେ କହିଛନ୍ତି। ପ୍ରାଥମିକ ରିପୋର୍ଟ ଆଧାରରେ ୨ଜଣ ଶିକ୍ଷୟିତ୍ରୀଙ୍କକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଇଓ ମନୋଜ କୁମାର ବେହେରା କହିଛନ୍ତି। ସେହିପରି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଏଡିପିଏଚଓ)ଡାକ୍ତର ପ୍ରମୋଦ କୁମାର ବାରିକ କହିଛନ୍ତି,ଏହା ଉପରେ ମୂଳରୁ ଚୂଳ ଯାଏ ତଦନ୍ତ କରାଯିବ। ସେହି ଆଧାରରେ ପଦକ୍ଷେପ ନିଆଯିବ। ମଙ୍ଗଳବାର ଦିନ ତମାମ ଦୁଇ ବିଭାଗର ଅଧିକାରୀମାନେ ଯାଞ୍ଚ କରିଥିଲେ। ତେଣୁ ପାଠପଢ଼ା ବନ୍ଦ ରହିଥିଲା। ଅଧିକାରୀମାନେ ପ୍ରଥମେ ଔଷଧ ଖାଇଥିବା ୮୭ ଜଣ ପିଲାଙ୍କ ଘରକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସମସ୍ତ ପିଲାଙ୍କ ଅବସ୍ଥା ଭଲ ଥିବା ଡାକ୍ତରୀ ଟିମ୍‌ କହିଛି। ପରେ ସ୍ଥାନୀୟ ଅଭିଭାବକମାନଙ୍କ ଉପସ୍ଥିତିରେ ବିଦ୍ୟାଳୟ ଖୋଲା ଯାଇଥିଲା। ଆଲମାରୀ ଖୋଲିବା ପରେ ସେଥିରେ ଏକ୍ସପାଏରି ଔଷଧ ଥିବା ଟିମ୍‌ ଦେଖିଥିଲେ। ଏନେଇ ଶିକ୍ଷୟିତ୍ରୀମାନଙ୍କ ବୟାନ ରେକର୍ଡ କରାଯାଇଥିଲା। ଏ ସମ୍ପର୍କରେ ବିଇଓ ବେହେରା କୁହନ୍ତି, ଜୁନରେ ଔଷଧ ଷ୍ଟକ ନ ଥିଲା। ଜୁନ ୨ ରେ ଔଷଧ ଯୋଗାଣ କରାଯାଇଥିଲା ବୋଲି ଖାତାରେ ଉଲ୍ଲେଖ ଅଛି। କିନ୍ତୁ ୨ରୁ୩ ବର୍ଷ ତଳର ଔଷଧ ଆଲମାରୀ ଭିତରେ ଅଛି। ଦୁଇ ସପ୍ତାହ ପିଲାଙ୍କୁ ଔଷଧ ଦିଆଯାଇନାହିଁ। ଗତ ସୋମବାର ଔଷଧ ଦେଇଥିଲେ। ଦେବା ପୂର୍ବରୁ ଶିକ୍ଷୟିତ୍ରୀମାନେ ଆଗେ ତାରିଖ ଯାଞ୍ଚ କରି ନିଜେ ଖାଇବା ପରେ ପିଲାଙ୍କୁ ଦେବା କଥା। କିନ୍ତୁ ତାହା କରାଯାଇନାହିଁ। ସମସ୍ତ ଘଟଣା ଉପରେ ବିଭାଗ ପକ୍ଷରୁ କଠୋର ପଦକ୍ଷେପ ନିଆଯିବ ବୋଲି ବିଇଓ ବେହେରା କହିଛନ୍ତି। ଏଡିପିଏଚ୍‌ଓ ଡାକ୍ତର ବାରିକ କୁହନ୍ତି, ପାରାଦୀପର ସବୁ ବିଦ୍ୟାଳୟ ପାଇଁ ଚଳିତ ମାସ ଗତ୧୬ରେ ଔଷଧ ଯୋଗାଇ ଦିଆଯାଇଛି। ଏ ସମ୍ପର୍କରେ ନିଲମ୍ବିତ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା କୁହନ୍ତି, ୨୪।୬।୨୦୨୪ରେ ଔଷଧ ରିସିଭ କରିଛୁ। ସିଆର୍‌ସିସି ସୁକାନ୍ତ ସ୍ବାଇଁ କୁହନ୍ତି,ମାସେ ତଳେ ଔଷଧ ଦିଆଯାଇଛି। ଏମିତି କାହା କଥା ମଧ୍ୟରେ ତାଳମେଳ ନ ଥିଲା। ସେହିପରି ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପ୍ରସଙ୍ଗରେ ସୋମବାର ୧୧୫ ଥିବା କୁହାଯାଇଥିଲା। ମଙ୍ଗଳବାର ଯାଞ୍ଚ ବେଳେ ରେକର୍ଡରେ ୯୮ଜଣ ଛାତ୍ରୀଛାତ୍ରଙ୍କ ନାମ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri