Categories: Video

ପରଲୋକରେ ପ୍ରିନ୍ସ ଫିଲିପ୍‌

ଇଂଲଣ୍ଡର କୁଇନ୍ ଏଲିଜାବେଥ୍ ଦ୍ବିତୀୟଙ୍କ ପତି ପ୍ରିନ୍ସ ଫିଲିପ୍‌ଙ୍କ ୯୯ ବର୍ଷ ବୟସରେ ପରଲୋକ ହୋଇଛି । ଏନେଇ ଆଜି ବକିଂହାମ୍ ପ୍ୟାଲେସ୍ ପକ୍ଷରୁ ଘୋଷଣା କରାଯାଇଛି । ଗତ କିଛି ଦିନ ହେଲା ସେ ହୃଦ ରୋଗରେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ପରବର୍ତ୍ତୀ ସମୟରେ ସେ ସୁସ୍ଥ ମଧ୍ୟ ହୋଇଥିଲେ । ଗତ ଫେବ୍ରୁଆରି ମାସରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚ ୧୬ରେ ସେ ସୁସ୍ଥ ହୋଇ ଓ୍ବିଣ୍ଡସର୍ କାସଲ ଫେରିଥିଲେ । ଏବେ ତାଙ୍କର ଦେହାନ୍ତ ହୋଇଥିବା ଖବର ଆସିଛି ।