ନୂଆଦିଲ୍ଲୀ,୫।୨: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଗଙ୍ଗା ପୂଜା କରୁଛନ୍ତି। ଏହି ସମୟରେ ସିଆରପିଏଫ ଏବଂ ସେନା କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି।
Prime Minister Narendra Modi takes a holy dip at Triveni Sangam in Prayagraj, Uttar Pradesh
(Source: ANI/DD)#MahaKumbh2025 pic.twitter.com/gfXuw352yN
— ANI (@ANI) February 5, 2025
ପ୍ରଧାନମନ୍ତ୍ରୀ ପୂର୍ବରୁ ମହାକୁମ୍ଭର ମହାନ କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ପ୍ରୟାଗରାଜ ଯାଇଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସକାଳ ୧୦ଟାରେ ପ୍ରୟାଗରାଜ ବିମାନବନ୍ଦରରେ ପହଞ୍ଚିଥିଲେ।

