ପୋଲାଣ୍ଡ ମାଟିରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି: ଚାରିଆଡେ ଚର୍ଚ୍ଚା

ଓ୍ବାର୍ସ,୨୨।୮: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ୟୁକ୍ରେନ ଏବଂ ପୋଲାଣ୍ଡ ଗସ୍ତରେ ଅଛନ୍ତି। ମୋଦି ପୋଲାଣ୍ଡର ରାଜଧାନୀ ୱାର୍ସରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ଷ୍ଟାନିସ୍ଲାଭ ଜାନୁସ ମୋଦିଙ୍କୁ ବିମାନବନ୍ଦରକୁ ନେଇଥିଲେ। ଏହି ସମୟରେ ମୋଦି ନୱାନଗର ମେମୋରିଆଲ ଏବଂ କୋଲହାପୁର ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ପରେ ସେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ମୋଦି କହିଛନ୍ତି, ଏହା ଯୁଦ୍ଧର ଯୁଗ ନୁହେଁ, ଆମେ ଶାନ୍ତି ବିଷୟରେ କଥାବାର୍ତ୍ତା କରୁଛୁ।
ପୋଲାଣ୍ଡରେ ୫ ହଜାର ଛାତ୍ରଙ୍କ ସମେତ ମୋଟ ୨୫ ହଜାର ଭାରତୀୟ ନାଗରିକ ଅଛନ୍ତି। ଭାରତୀୟ ନାଗରିକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମସ୍ତ ଲୋକ ପୋଲାଣ୍ଡର ବିଭିନ୍ନ ସ୍ଥାନରୁ ଆସିଛନ୍ତି। ସମସ୍ତଙ୍କର ଭାଷା ଏବଂ ଉପଭାଷା ଅଲଗା, କିନ୍ତୁ ସମସ୍ତେ ଭାରତୀୟତାର ଭାବନା ସହିତ ଜଡିତ।
୪୫ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତ କରିଛନ୍ତି।
ଏହି ଅବସରରେ ମୋଦି କହିଛନ୍ତ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ପୋଲାଣ୍ଡ ଅସୁବିଧାର ସମ୍ମୁଖୀନ ହୋଇଥିଲା, ସେତେବେଳେ ଜାମ ସାହେବ ଏବଂ ଡିଜିଭାଇ ସିଂ ରଣଜିତ ସିଂ ପୋଲାଣ୍ଡର ହଜାର ହଜାର ମହିଳା ଏବଂ ଶିଶୁଙ୍କ ପାଇଁ ଏକ ସ୍ବତନ୍ତ୍ର ଶିବିର ନିର୍ମାଣ କରିଥିଲେ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ କୌଣସି ଜାଗା ପାଇପାରୁ ନାହାଁନ୍ତି, ଭାରତ ସେମାନଙ୍କୁ ନିଜ ଜମିରେ ଏବଂ ହୃଦୟରେ ବସାଇଛି। ଏହା ହେଉଛି ଭାରତର ସଂସ୍କୃତି। ଆମେ ଗର୍ବିତ ଯେ ବିଶ୍ୱର ଅନ୍ୟ ଦେଶମାନେ ଭାରତକୁ ବିଶ୍ୱ ଭାଇ ବୋଲି କୁହନ୍ତି। ପ୍ରତିବର୍ଷ ଆମେ ପୋଲାଣ୍ଡରୁ ୨୦ ଜଣ ଯୁବକଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିବୁ। ଏହାକୁ ସଫଳ କରିବା ପାଇଁ ଭାରତ ‘ଜାମ ସାହେବ ଯୁବ ମେମୋରିଆଲ କାର୍ଯ୍ୟକ୍ରମ’ ଆରମ୍ଭ କରିବାକୁ ଯାଉଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱର କୌଣସି ଦେଶରେ ସଙ୍କଟ ଦେଖାଦେଇଥାଏ, ସେତେବେଳେ ଭାରତ ହେଉଛି ବିଶ୍ୱର ପ୍ରଥମ ଦେଶ ଯିଏ ସାହାଯ୍ୟ ପାଇଁ ଆଗେଇ ଆସେ। କରୋନା ସମୟରେ ମଧ୍ୟ ଭାରତ ସମଗ୍ର ବିଶ୍ୱରେ ଲୋକଙ୍କୁ ସାହାଯ୍ୟ କରିଥିଲା। ସେତେବେଳେ ଭାରତ ‘ମାନବିକତା ପ୍ରଥମେ’ ବିଷୟରେ ଆଲୋଚନା କରିଥିଲା। ଆମେ ଯୁଦ୍ଧ ବିଷୟରେ ନୁହେଁ ବରଂ ଶାନ୍ତି ବିଷୟରେ କହିଥାଉ।

ପୋଲାଣ୍ଡ ପରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଯିବେ। ସେଠାରେ ସେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବା ସହ ଆଲୋଚନା କରିପାରିବେ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଉପରେ ବିଶ୍ୱ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରରେ ଡୁବିଯିବ ବାଂଲାଦେଶ! ଆଦାନୀ ଗ୍ରୁପ୍‌ର ଚେତାବନୀ

ଢାକା,୯।୯: ଶେଖ ହସିନା ସରକାରଙ୍କ ପରାଜୟ ପରେ ବାଂଲାଦେଶରେ ଆର୍ଥିକ ସଙ୍କଟ ଗଭୀର ହେବାରେ ଲାଗିଛି। ଋଣ ପାଇବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ମହମ୍ମଦ...

ଭାରତ ପାଇଁ ଖୁସି ଖବର! ରୋହିଙ୍ଗ୍ୟାଙ୍କ ପାଇଁ ବାଂଲାଦେଶ ଉଠାଇଲା…

ଢାକା/ନୂଆଦିଲ୍ଲୀ,୯।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ରବିବାର ଦକ୍ଷିଣ ଏସିଆରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ଶୀଘ୍ର ଥଇଥାନ ଘୋଷଣା କରିଛନ୍ତି। ମହମ୍ମଦ ୟୁନୁସ...

‘ଭାରତରେ ଏବେ କେହି ପ୍ରଧାନମନ୍ତ୍ରୀଙ୍କୁ ଡରୁ ନାହାଁନ୍ତି…’, ବିଦେଶରେ ଭାଜପାକୁ ଟାର୍ଗେଟ କଲେ ରାହୁଲ

ଡଲାସ,୯।୯: ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧୀ ଟେକ୍ସାସରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଭାରତର ଭାଜପା ସରକାର ଉପରେ ଖୁବ ବର୍ଷିଛନ୍ତି। ରାହୁଲ ଗାନ୍ଧୀ...

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, କହିଲା ଭଲ ସମ୍ପର୍କ ଚାହୁଁଛୁ ହେଲେ…

ଢାକା,୯।୯: ଶେଖ ହସିନାଙ୍କ ପତନ ପରେ ବାଂଲାଦେଶର ସ୍ଥିତିରେ ସୁଧାର ଆସୁନାହିଁ, କିନ୍ତୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଅହଂକାର ଦେଖାଇବାକୁ ପଛାଉ ନାହାଁନ୍ତି। ରବିବାର...

ଭେନେଜୁଏଲାର ବିରୋଧୀ ନେତା ଗୋଞ୍ଜାଲେଜ୍‌ଙ୍କ ସ୍ପେନ୍‌ ପଳାୟନ

କାରାକସ୍‌,୯ା୯: ଭେନେଜୁଏଲାର ପୂର୍ବତନ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍‌ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ସ୍ପେନ୍‌ ତାଙ୍କୁ ଆଶ୍ରୟ ଦେବା ନିମନ୍ତେ ଅନୁମତି ପ୍ରଦାନ...

ରାହୁଲ ଗାନ୍ଧୀଙ୍କୁ ଆମେରିକାରେ ସ୍ବାଗତ

ଡଲାସ, ୯।୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୩ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କୁ ଡଲାସ୍‌ରେ ଭାରତୀୟମାନେ ସ୍ବାଗତ କରିଛନ୍ତି। ଏହି...

‘ମୋତେ ମୁକ୍ତ କର’, ନିଜକୁ ଜେଲରୁ ମୁକ୍ତ କରିବାକୁ ଦାବି କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୮।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ସଂଶୋଧିତ ଦୁର୍ନୀତି ନିବାରଣ ଆଇନ ଆଧାରରେ...

ବଦଳିବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ଜାତୀୟ ସଙ୍ଗିତ! ଜମାତ-ଇ-ଇସଲାମି ଦେଲା ଅଲଟିମେଟମ

ଢାକା,୮।୯: ବାଂଲାଦେଶର ଜମାତ-ଇ-ଇସଲାମି ଦଳର ପୂର୍ବତନ ମୁଖ୍ୟଙ୍କ ପୁତ୍ର ଅବଦୁଲ୍ଲା ଅମାନ ଆଜମୀ ଦେଶର ଜାତୀୟ ସଂଗୀତ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ରବୀନ୍ଦ୍ରନାଥ ଟାଗୋରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri