Posted inଜାତୀୟ

୭ ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କଲେ ମୋଦି, ତିଆରି ହେବ ଫାଇଟର ପ୍ଲେନଠାରୁ ପିସ୍ତଲ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧୫ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୭ଟି ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କରିଛନ୍ତି । ଦେଶକୁ ସଶକ୍ତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ମୋଦି କହିଛନ୍ତି । ମୋଦି କହିଛନ୍ତି ସମୟ ସହିତ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା । କମ୍ପାନୀ ଗୁଡିକ ସମୟାନୁସାରେ ଅପଗ୍ରେଡ ହୋଇ ନ ଥିଲା । ମୋଦି ଆହୁରି ମଧ୍ୟ କହିଛନ୍ତି ୪୧ଟି ଅର୍ଡନାନ୍ସ ଫ୍ୟାକ୍ଟ୍ରି ବା କାରଖାନାକୁ ନବିକରଣ କରିବାର ନିଷ୍ପତ୍ତି, ୭ଟି ନୂଆ କମ୍ପାନୀର ଶୁଭାରମ୍ଭ ଦେଶର ଏହି ସଂକଳ୍ପ ଯାତ୍ରାର ଏକ ଅଂଶ । ଏହି ନିର୍ଣ୍ଣୟ ଗତ ୧୫-୨୦ ବର୍ଷ ହେବ ଝୁଲି ରହିଥିଲା । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ମୋର ବିଶ୍ୱାସ ରହିଛି ଯେ ଏହି ୭ଟି ନୂଆ କମ୍ପାନୀ ଆଗାମୀ ଦିନରେ ଦେଶର ସାମରିକ ଶକ୍ତିର ଏକ ପ୍ରମୁଖ ଆଧାର ହେବ । ଚଳିତ ବର୍ଷ ଦେଶ ତା’ର ୭୫ତମ ସ୍ୱାଧିନତା ଦିବସ ପାଳନ କରିଛି । ସ୍ୱାଧିନତାର ଏହି ଶୁଭ ମୁହୂର୍ତ୍ତରେ ଦେଶ ଏକ ନୂଆ ଭବିଷ୍ୟତ ନିର୍ମାଣ କରିବାକୁ ସଂକଳ୍ପ ନେଉଛି । ଯେଉଁକାମ ଦଶକ ଦଶକ ଧରି ପଡି ରହିଥିଲା ଏହାକୁ ଏବେ ପୂରଣ କରାଯାଇଛି । ମୋଦି କହିଛନ୍ତି ବିଶ୍ୱ ଯୁଦ୍ଧ ସମୟରେ ଭାରତର ଅର୍ଡନାନ୍ସ ଫ୍ୟାକ୍ଟୟିର ଦମ ବିଶ୍ୱ ଦେଖି ସାରିଛି । ଆମ ପାଖରେ ସବୁଠାରୁ ଭଲ ସଂସାଧନ ଥିଲା । ୱାର୍ଲଡ କ୍ଲାସ ସ୍କିଲ ବି ଥିଲା । ସ୍ୱାଧିନତା ପରେ ଏହା ଆବଶ୍ୟକ ଥିଲା ଫ୍ୟାକ୍ଟ୍ରିକୁ ଅପଗ୍ରେଡ କରିବାର ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri