ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି ୬ଟି ନୋଶନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ ଆଦି ୨ ଦଫା ଦାବି ନେଇ ବୁଧବାର ପ୍ରାଥମିକ ଶିକ୍ଷକ ମହାସଂଘ ଷ୍ଟିଅରିଂ କମିଟିର ସଦସ୍ୟମାନେ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହାସଂଘ ଆବାହକ ରାମଲାଲ ପଟେଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲା ଏବଂ ବ୍ଲକର ଷ୍ଟିଅରିଂ କମିଟି ସଦସ୍ୟମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଅପରାହ୍ଣ ୨ଟାରେ ଆଲୋଚନା ପାଇଁ ଆବାହକଙ୍କୁ ସରକାରଙ୍କ ପକ୍ଷରୁ ଡକରା ଆସିଥିଲା। ଆବାହକଙ୍କ ପରିବର୍ତ୍ତେ କମିଟିର ସଦସ୍ୟମାନେ ଯାଇଥିଲେ। ତେବେ ଦାବି ପୂରଣ ନିମନ୍ତେ ଯଦି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନ କରନ୍ତି, ତେବେ ଧାରଣା ଜାରି ରହିବ। ଆଗାମୀ ଦିନରେ ଆହୁରି ତୀବ୍ରତର କରିବା ପାଇଁ ଜିଲା ଓ ବ୍ଲକସ୍ତରକୁ ପ୍ରସାରିତ କରାଯିବ। ଏଥିପାଇଁ ଶିକ୍ଷା ବ୍ୟବସ୍ଥାରେ ଯେଉଁ ବାଧା ସୃଷ୍ଟି ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଦସ୍ୟମାନେ କହିଥିଲେ। ଏହି ଗଣଧାରଣାରେ ଷ୍ଟିଅରିଂ କମିଟି ସଦସ୍ୟ ସୁଶାନ୍ତ କୁମାର ବେହେରା, ଅଜିତ ମହାରଣା, ଶ୍ରୀକାନ୍ତ ବାରିକ, ଯୁଧିଷ୍ଠିର ସାହୁ, ସନ୍ତୋଷ ସାହୁ, ଅଜୟ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri