ବୃଦ୍ଧି ପାଉଛି ବିଭିନ୍ନ ଡାଲିର ମୂଲ୍ୟ

ନୂଆଦିଲ୍ଲୀ,୧୧।୮: ମୌସୁମୀ ବର୍ଷା ଓ ଆମଦାନୀର ହ୍ରାସ ଯୋଗୁ ବିଭିନ୍ନ ବର୍ଗର ଡାଲିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଖାଇବା ତେଲ ପରେ ବର୍ତ୍ତମାନ ଡାଲି ଦର ଆକାଶଛୁଆଁ ରହିବା ଉଭୟ ସରକାର ଓ ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି। ଗତ ୬ ସପ୍ତାହ ମଧ୍ୟରେ ହରଡ଼ ଡାଲି ଏବଂ ବିରି ଡାଲିର ଦାମ ୧୫% ରୁ ଊର୍ଦ୍ଧ୍ୱ ବୃଦ୍ଧି ଘଟିଛି। ଏହାର ସବୁଠାରୁ ବଡ଼ କାରଣ ହେଉଛି ଉକ୍ତ ଫସଲ ଉତ୍ପାଦନ ଅଞ୍ଚଳରେ ଅଧିକ ଜଳ ପ୍ରବାହ ହେତୁ ଫସଲ କ୍ଷତିର ଆଶଙ୍କା ସାଙ୍ଗକୁ ଖରିଫ୍‌ ଋତୁରେ କମ୍‌ ମହଜୁଦ ଯୋଗୁ ଏଭଳି ହେଉଥିବା କୁହାଯାଇଛି।

ବିଶେଷକରି ମହାରାଷ୍ଟ୍ରର ଲାଟୁରରେ ଭଲ ଗୁଣବତ୍ତାର ହରଡ଼ ଡାଲିର ଏକ୍ସ-ମିଲ୍‌ ଦାମ୍‌ ଗତ ୬ ସପ୍ତାହ ପୂର୍ବରୁ ପାଖାପାଖି ୯୭ ଟଙ୍କା ରହିଥିଲା। ହେଲେ ବର୍ତ୍ତମାନ ଏହାର ମୂଲ୍ୟ କିଲୋଗ୍ରାମ୍‌ ପିଛା ୧୧୫ ଟଙ୍କାରେ ବିକ୍ରି ହେଉଛି। ସେହିପରି କୃଷି ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ତାଜା ସୂଚନା ଅନୁସାରେ ହରଡ଼ ଡାଲିର ଦାମ୍‌ ଗୋଟିଏ ବର୍ଷ ପୂର୍ବରୁ ୪.୬% ଏବଂ ବିରି ଡାଲି ୨% କମ୍‌ ରହିଥିଲା। ପ୍ରମୁଖ ଡାଲି ଜାତୀୟ ଶସ୍ୟ ଉତ୍ପାଦିତ ଅଞ୍ଚଳରେ ଜଳ ପ୍ରବାହ ହେତୁ ଫସଲ କ୍ଷତି ହେବା ଆଶଙ୍କା କରି ଦାମ୍‌ ବୃଦ୍ଧି କରାଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାହିଦା ଫେରାଇ ଆଣିବା ଲାଗି ଅଭିଜିତଙ୍କ ମନ୍ତ୍ର

ନୂଆଦିଲ୍ଲୀ,୬।୫: ଚାହିଦା ଫେରାଇ ଆଣିବା ଲାଗି ଭାରତ ପର୍ଯ୍ୟାପ୍ତ ପରିମାଣର ଆର୍ଥତ୍କ ପ୍ୟାକେଜ ପ୍ରଦାନ କରୁ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି।...

ଖସିଲା ବଜାର କାରବାର

ନୂଆଦିଲ୍ଲୀ,୨୬।୧୦: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନର ପ୍ରଭାବ ଶେୟାର ବଜାର କାରବାର ଉପରେ ପଡ଼ିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ...

ରୁଷିଆ ଶକ୍ତିମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା: ତୈଳ, ବାଷ୍ପ କ୍ଷେତ୍ରରେ ନିବେଶ ଲାଗି କମ୍ପାନୀଙ୍କୁ ଆହ୍ବାନ

ଭୁବନେଶ୍ୱର,୪ା୭: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରୁଷିଆ ଶକ୍ତିମନ୍ତ୍ରୀ ଆଲେକଜାଣ୍ଡାର ନୋଭାକଙ୍କ ସହ ଟେଲିଫୋନ ଯୋଗେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।...

ଅଟୋ ସେକ୍ଟରରେ ମାନ୍ଦାବସ୍ଥା;କେନ୍ଦ୍ର ଠାରୁ ପ୍ୟାକେଜ ମାଗିଲା ଉଦ୍ୟୋଗ

ନୂଆଦିଲ୍ଲୀ,୮-୮: ଦେଶର ଅଟୋ ସେକ୍ଟର ଏବେ ବଡ଼ ଦୁର୍ଦ୍ଦିନ ଦେଇ ଗତି କରୁଛି। ଅର୍ଥନୀତି ଧିମା ହେବା କାରଣରୁ ଅଟୋ ସେକ୍ଟର ଏବେ ମାନ୍ଦାବସ୍ଥାର ସମ୍ମୁଖୀନ...

ଭାରତରେ ୨୧ ଧନ କୁବେରଙ୍କ ପାଖରେ ଗଦାଗଦା ଧନ, କରୋନା ମହମାରୀରେ ୧୨୧ ପ୍ରତିଶତ ବଢ଼ିଛି…

ନୂଆଦିଲ୍ଲୀ,୧୬।୧ : ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ନେଇ ଦୁନିଆରେ ଏକ ଦୀର୍ଘ ବିତର୍କ ଚାଲିଛି। ତେବେ ଭାରତ ପରି ବିକଶିତ ଦେଶରେ ମଧ୍ୟ...

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୨।୮: ଦିନକ ପରେ ପୁଣି ଥରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ...

ବିଫଳ ହେଉଛି ପ୍ରମୁଖ ଆର୍ଥତ୍କ ସଂସ୍କାର;୧୯୯୧ ଭଳି ମ୍ୟାଜିକ ନୀତିର ଆବଶ୍ୟକତା

ନୂଆଦିଲ୍ଲୀ: ପୂର୍ବରୁ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବାରେ ସରକାରଙ୍କ ପ୍ରମୁଖ ଆର୍ଥତ୍କ ସଂସ୍କାର ବିଫଳ ହେଉଥିବା ଅର୍ଥ ବିଶେଷଜ୍ଞମାନେ କହିଛନ୍ତି।...

ଇଣ୍ଡିଗୋ ବିବାଦ:ନିଜ ଅଂଶଧନ ବିକିବେନି ଗଙ୍ଗଓ୍ବାଲ

ନୂଆଦିଲ୍ଲୀ,୧୭-୭: ଇଣ୍ଡିଗୋ ବିମାନ କମ୍ପାନୀର ଦୁଇ ସହ ପ୍ରତିଷ୍ଠାତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏପରି ସ୍ଥିତିରେ କମ୍ପାନୀରେ ଥିବା ନିଜ ଅଂଶଧନ ବିକ୍ରି ନ...

Advertisement
Archives

Model This Week