ଦରଦାମ୍‌ ବୃଦ୍ଧିର ଦୋହରା ମାଡ଼, ପୁଣି ମହଙ୍ଗା ହେଲା ସିଏନ୍‌ଜି-ପିଏନ୍‌ଜି…

ନୂଆଦିଲ୍ଲୀ, ୧୪।୪ : ଦେଶରେ ଇନ୍ଧନ ଲଗାତାର ମହଙ୍ଗା ହେବାରେ ଲାଗିଛି। ଗୁରୁବାର ସିଏନ୍‌ଜି-ପିଏନ୍‌ଜର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ବୁଧବାର-ଗୁରୁବାର ମଧ୍ୟରାତ୍ରରୁ ଦିଲ୍ଲୀରେ ସିଏନଜିର ମୂଲ୍ୟ କିଲୋଗ୍ରାମ ପିଛା ଅଢ଼େଇ ଟଙ୍କା ଏବଂ ପିଏନଜି ମୂଲ୍ୟରେ ୪.୨୫ ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ମୂଲ୍ୟ ଗୁରୁବାରଠାରୁ କାର୍ଯ୍ୟକାରୀ ହୋଇଛି।

ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍‌ଜିର ମୂଲ୍ୟ କିଲୋଗ୍ରାମ ପିଛା ୭୧.୬୧ ଟଙ୍କାରେ ପହଞ୍ଚିଥିବାବେଳେ ପିଏନଜିର ନୂଆ ଦାମ୍‌ ପ୍ରତି ଏସସିଏମ୍‌ ପିଛା ୪୫.୮୬ ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ମାସରେ ସିଏନଜି ମୂଲ୍ୟରେ ଏହା ହେଉଛି ଚତୁର୍ଥ ବୃଦ୍ଧି। ଚାରୋଟି କିସ୍ତିରେ ଏହାର ଦାମ୍‌ ୧୩ ଦିନ ମଧ୍ୟରେ ୧୦.୮୦ ଟଙ୍କା ବୃଦ୍ଧି ପାଇଛି।

ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ (ଆଇଜିଏଲ) ଚଳିତ ମାସରେ ତୃତୀୟ ଥର ପାଇଁ ସିଏନ୍‌ଜିର ମୂଲ୍ୟ ବୃଦ୍ଧି କରିଛି। ଏହାପୂର୍ବରୁ, ଏପ୍ରିଲ ୧ ଏବଂ ଏପ୍ରିଲ ୭ ରେ ସିଏନ୍‌ଜିର ମୂଲ୍ୟ ବୃଦ୍ଧି କରାଯାଇଥିଲା। ଏହି ବୃଦ୍ଧି ପରେ ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ସିଏନ୍‌ଜିର ମୂଲ୍ୟ କିଲୋଗ୍ରାମ ପିଛା ୭୪.୧୭ ଟଙ୍କାରେ ପହଞ୍ଚିଥିବାବେଳେ ଗୁରୁଗ୍ରାମର ଲୋକଙ୍କୁ ଏକ କିଲୋଗ୍ରାମ ସିଏନ୍‌ଜି ପାଇଁ ୭୯.୯୪ ଟଙ୍କା ଦେବାକୁ ପଡୁଛି।
ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୩.୫୦ ଟଙ୍କା ବୃଦ୍ଧି କରାଯାଇଛି। ଏହାର ମୂଲ୍ୟ ମୁଜାଫରନଗର, ମେରଟ ଏବଂ ଶାମଲିରେ ୭୮.୮୪ ଟଙ୍କା, ରେୱାରୀରେ ୮୨.୦୭ ଟଙ୍କା, କର୍ନଲ ଏବଂ କୈଥଲରେ ୮୦.୨୭ ଟଙ୍କା, କାନପୁର, ହମିରପୁର ଏବଂ ଫତେହପୁରରେ ୮୩.୪୦ ଟଙ୍କା ଏବଂ ଅଜମେର, ପାଲି ଏବଂ ରାଜସାମଣ୍ଡରେ ୮୧.୮୮ ଟଙ୍କା ରହିଛି।

ସିଏନ୍‌ଜି ବ୍ୟତୀତ, ପାଇପ ମାଧ୍ୟମରେ ଘରେ ପହଞ୍ଚୁଥିବା ପିଏନ୍‌ଜି ଦାମ୍‌ ଏସ୍‌ସିଏମ୍‌ ପିଛା ୪.୨୫ ଟଙ୍କା ବୃଦ୍ଧି ପାଇଛି। ଘରୋଇ ପିଏନ୍‌ଜି ମୂଲ୍ୟରେ ବୃଦ୍ଧି ଇନପୁଟ ଗ୍ୟାସ ମୂଲ୍ୟର ଆଂଶିକ କଭର୍‌ କରିବାକୁ କରାଯାଇଛି। ବୃଦ୍ଧି ପରେ, ବର୍ତ୍ତମାନ ଦିଲ୍ଲୀରେ ପିଏନ୍‌ଜିର ନୂଆ ଦାମ୍‌ ଏସ୍‌ସିଏମ୍‌ ପିଛା ୪୫.୮୬ ଟଙ୍କାକୁ ବୃଦ୍ଧି ପାଇଛି। ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହାର ମୂଲ୍ୟ ଏସ୍‌ସିଏମ୍‌ ପିଛା ୪୫.୯୬ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି କର୍ନଲ ଏବଂ ରେୱାରିରେ ଏହାର ମୂଲ୍ୟ ୪୪.୬୭ ଟଙ୍କା ଥିବାବେଳେ ଗୁରୁଗ୍ରାମରେ ୪୪.୦୬ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri