ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟଣା: ୩ ଗିରଫ

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ମୁକୁନ୍ଦପ୍ରସାଦର ମହମ୍ମଦ ସାଜିବ ଓରଫ ସାଜୁ ହତ୍ୟାାକାଣ୍ଡରେ ଶିଳ୍ପାଞ୍ଚଳ ପୋଲିସ ୩ ଅଭିଯୁକ୍ତଙ୍କ ଗିରଫ କରିଥିବା ଏସପି ଅବିନାଶ କୁମାର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ମୁକୁନ୍ଦପ୍ରସାଦ ପୋଡାସାହିର ବିଶ୍ବଜିତ ମହାରଣା(୧୯) ଓରଫ ମିକିନା, ମୁକେଶ ସେଠୀ ଓରଫ ଟିମର(୨୬) ଏବଂ ଜଗତସିଂହପୁର ଥାନା ଅନ୍ତର୍ଗତ କାଳିଆବରା ଗ୍ରାମର ଆଶିଷ ପଟ୍ଟନାୟକ(୧୯)। ବର୍ତ୍ତମାନ ସେ ମୁକୁନ୍ଦପ୍ରସାଦ ବଉଳସାହିର ବାସିନ୍ଦା। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଓ ଅନ୍ୟ ସାମଗ୍ରୀ ଜବତ କରିଛି।
ଗତ ରବିବାର ସାଜୁ ବାଇକ ଧରି ଘରୁ ବାହାରି କୌଣସି କାମରେ ଯାଉଥିଲେ। ଚାଚେରା ଶବରସାହି ଛକରେ ଅଭିଯୁକ୍ତ ମାନେ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ। ସାଜୁ ସେଠାରୁ ଦୌଡି ଯାଇ ଏକ ବ୍ୟାରେଜରେ ପସିଯିବା ବେଳେ ଅଭିଯୁକ୍ତ ମାନେ ଖଣ୍ଡାରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲେ।
ସାଜୁଙ୍କ ହତ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ମୁକୁନ୍ଦପ୍ରସାଦ ଛକରେ ମୃତଦେହ ରଖି ଟାୟର ଜାଲି ରାସ୍ତାରୋକ କରିଥିଲେ। ଏପରିକି ଉତ୍ତେଜିତ ଲୋକେ ପୋଡାସାହି, ଦଧିବାମନ ସାହିରେ ଘରେ ପସି ଭଙ୍ଗାରୁଜା, ପୋଡାଜଳା, ବାଇକ ଭାଙ୍ଗିବା ସହ ମନ୍ଦିର ସିଂହ ଭାଙ୍ଗିବା, ଗୋଶାଳାରେ ଭଙ୍ଗାରୁଜା, ଗୋରୁଗାଈଙ୍କୁ ହାଣିଥିଲେ। ପରିସ୍ଥିତି ଅଣାୟତ ହେବାରୁ ଡିଜିୱାଇଭି ଖୁରାନିଆ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲାପାଳ, ଏସ୍‌ପି ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି।
ଉପ ଜିଲାପାଳ ଦୀପ୍ତିରଞ୍ଜନ ସେଠୀ ମୁକୁନ୍ଦପ୍ରସାଦର ୫ଟି ୱାର୍ଡରେ ବିଏନ୍‌ଏସ୍‌ ୧୬୩ ଧାରା ଜାରି କରିଛନ୍ତି। ଏହା ବଳବତ୍ତର ରହିଛି। ଏହି ଧାରା ଅନୁସାରେ ଏହି ୫ଟି ୱାର୍ଡରେ ଔଷଧ ଦୋକାନକୁ ବାଦ ଦେଲେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି। ସମସ୍ତ ଛକରେ ପୋଲିସ ପଇଁତରା ମାରୁଛନ୍ତି, ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ପୋଲିସ ପାଟ୍ରୋଲିଂ ଚାଲିଛି। ସ୍ଥିତି ସ୍ବାଭାବିକ ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri