Posted inଜାତୀୟ

ସୁପ୍ରିମକୋର୍ଟ ରୋକିବା ସତ୍ତ୍ୱେ ଭାଙ୍ଗିଲେ

ନୂଆଦିଲ୍ଲୀ,୨୧ା୪: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ସାମ୍ପ୍ରଦାୟିକ ଦଙ୍ଗା ପ୍ରଭାବିତ ନୂଆଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟ ବୁଧବାର ରୋକ ଲଗାଇଛନ୍ତି। ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ପକ୍ଷରୁ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନ ବନ୍ଦ ପାଇଁ ଜାମିଆତ୍‌ ଉଲେମା-ଇ-ହିନ୍ଦ୍‌ ଦାଏର କରିଥିବା ଆବେଦନର ଶୁଣାଣି କରି ସମ୍ପୃକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏନ୍‌ଡିଏମ୍‌ସି କର୍ତ୍ତୃପକ୍ଷ କୋର୍ଟ ଅର୍ଡର ପାଇ ନ ଥିବା ଦର୍ଶାଇ ବୁଲ୍‌ଡୋଜର ଲଗାଇ କେତେକ ଦୋକାନ ଗୃହକୁ ଭାଙ୍ଗି ଦେଇଥିଲେ। ଫଳରେ ଅଦାଲତ ପୁଣି ଥରେ ହସ୍ତକ୍ଷେପ କରି ନିର୍ଦ୍ଦେଶର ତୁରନ୍ତ ଅନୁପାଳନ କରିବାକୁ କହିଥିଲେ। ଶୀର୍ଷ ଅଦାଲତ ଏହାର ପରବର୍ତ୍ତୀ ଶୁଣାଣି ଗୁରୁବାର ଧାର୍ଯ୍ୟ କରିଛନ୍ତି।
ଗତ ୧୬ ତାରିଖ ସନ୍ଧ୍ୟାରେ ହନୁମାନ ଜୟନ୍ତୀ ପାଳନ ଉପଲକ୍ଷେ ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ ଶୋଭାଯାତ୍ରା ଚାଲିଥିବାବେଳେ ଏକ ମସ୍‌ଜିଦ ନିକଟରେ ଲୋକଙ୍କ ଉପରକୁ ଟେକାମାଡ଼ ହୋଇଥିଲା। ଏହାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ହିଂସାରେ ଗୁଳିମାଡ଼ ହେବାରୁ ୮ ପୋଲିସ କର୍ମଚାରୀଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ପୋଲିସ ସିସିଟିଭି କ୍ୟାମେରାରୁ ସଂଗୃହୀତ ଫୁଟେଜ୍‌ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓ ଆଧାରରେ ମୁଖ୍ୟ ଅଭିଯୁକ୍ତ ଅନ୍‌ସାର ଓ ଅସ୍‌ଲମ୍‌ଙ୍କ ସମେତ ୨୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନଁାରେ ଦଙ୍ଗା ଭିଆଇବା, ହତ୍ୟା ଉଦ୍ୟମ ଓ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ମଙ୍ଗଳବାର ଦିଲ୍ଲୀ ପୋଲିସ ୫ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ମଧ୍ୟ ମାମଲା ରୁଜୁ କରିଛି। ଏନ୍‌ଏସ୍‌ଏ ଲାଗୁ ହେଲେ ଜଣକୁ ବିନା କୌଣସି ଅଭିଯୋଗରେ ମଧ୍ୟ ଅଟକ ରଖାଯାଇପାରେ। ଏହି ପ୍ରସଙ୍ଗରେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଏବଂ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଯୋଗୁ ରାଜନୀତି ସରଗରମ ହୋଇଥିବାବେଳେ ଦିଲ୍ଲୀ ଭାଜପା ସଭାପତି ଆଦେଶ ଗୁପ୍ତା ଏନ୍‌ଡିଏମ୍‌ସି ମେୟର ରାଜା ଇକ୍‌ବାଲ ସିଂଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ହନୁମାନ ଜୟନ୍ତୀ ଶୋଭାଯାତ୍ରାର
ଦଙ୍ଗା ସୃଷ୍ଟିକାରୀ ତଥା ଅସାମାଜିକ ବ୍ୟକ୍ତିମାନେ ବିଭିନ୍ନ ସ୍ଥାନ ଜବରଦଖଲ କରି ବେଆଇନ ନିର୍ମାଣ କରିଛନ୍ତି। ସ୍ଥାନୀୟ ଏଏପି ବିଧାୟକ ଓ ନେତାମାନେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ତେଣୁ ବେଆଇନ ନିର୍ମାଣଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ଭଙ୍ଗାଯାଉ ବୋଲି ସେ ଅନୁରୋଧ କରିଥିଲେ। ଏଥିଯୋଗୁ ଏନ୍‌ଡିଏମ୍‌ସି ମେୟରଙ୍କ ରାଜନୈତିକ ଅଭିସନ୍ଧିକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଉଚ୍ଛେଦ ପ୍ରକ୍ରିୟା ରୋକିବା ପାଇଁ ଜାମିଆତ୍‌ ଉଲେମା-ଇ-ହିନ୍ଦ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସାମ୍ପ୍ରଦାୟିକ ହିଂସା ପ୍ରଭାବିତ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ଜାହାଙ୍ଗୀରପୁରୀରେ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ ବାସଚ୍ୟୁତ କରାଯାଉଛି। ଏପରି କି ଉଚ୍ଛେଦ ପୂର୍ବରୁ କାହାକୁ ନୋଟିସ୍‌ ମଧ୍ୟ କରାଯାଇ ନାହିଁ। ଏହା ଉପରେ ସ୍ଥଗିତାଦେଶ ଜାରି କରାଯାଉ ବୋଲି ସଙ୍ଗଠନ ପ୍ରାର୍ଥନା କରିଥିଲା। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମୁସଲିମ୍‌ ସଙ୍ଗଠନ ପକ୍ଷରୁ ଦାଏର ଆବେଦନର ତ୍ୱରିତ ଶୁଣାଣି କରି ହସ୍ତକ୍ଷେପ କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଅଭିଯାନ ତୁରନ୍ତ ବନ୍ଦ କରାଯାଉ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେବା ସହ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ। ତେବେ ବ୍ୟାପକ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ପୂର୍ବାହ୍ନ ୯ଟା ୩୦ରୁ ୯ଟି ବୁଲ୍‌ଡୋଜରରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ହୋଇ ନ ଥିଲା। ବିବାଦର କେନ୍ଦ୍ରବିନ୍ଦୁ କୁହାଯାଉଥିବା ମସ୍‌ଜିଦ ନିକଟ ଦୋକାନ ଓ ଅନ୍ୟ ନିର୍ମାଣଗୁଡ଼ିକୁ ଏନ୍‌ଡିଏମ୍‌ସିର ବୁଲ୍‌ଡୋଜର ଭାଙ୍ଗିଚାଲିଥିଲା। ମେୟର ଇକ୍‌ବାଲ ସିଂ କହିଥିଲେ, କୋର୍ଟ ଅର୍ଡର ନ ଧରିବା ଯାଏ ଅଭିଯାନ ଜାରି ରହିବ। ଇତିମଧ୍ୟରେ ଏକ ଏକ୍‌ଜାଭେଟର ଉକ୍ତ ମସ୍‌ଜିଦର ଗେଟ୍‌ ନିକଟକୁ ଯାଇ ପାଖରେ ଥବା ଦୋକାନଗୁଡ଼ିକୁ ଧ୍ୱସ୍ତବିଧ୍ୱସ୍ତ କରିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ଏଭଳି ବେଆଇନ ତଥା ଅସାମ୍ବିଧାନିକ ବୋଲି ଜାମିଆତ୍‌ ଉଲେମା-ଇ-ହିନ୍ଦ୍‌ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦୁଷ୍ୟନ୍ତ ଡାଭେ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିଲେ। ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା କପିଲ ସିବଲ ସଙ୍ଗଠନ ପକ୍ଷରୁ ଭିନ୍ନ ଏକ ପିଟିଶନ ଦାଏର କରିଥିଲେ। ଦଙ୍ଗା ଅଭିଯୁକ୍ତମାନଙ୍କ ଘର ଭାଙ୍ଗିବା ଭଳି ପଦକ୍ଷେପ ନ ନେବା ପାଇଁ କେନ୍ଦ୍ର, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ। ସିଜେଆଇ ରମନା ଏଥିରେ ପୁନର୍ବାର ହସ୍ତକ୍ଷେପ କରି କହିଥିଲେ, ସ୍ଥଗିତାଦେଶ ଜାରି କରିବା ସତ୍ତ୍ୱେ ସେମାନେ ଉଚ୍ଛେଦ ବନ୍ଦ କରୁନାହାନ୍ତି। କୋର୍ଟ ଅର୍ଡର ଅନୁପାଳନ ପାଇଁ ଏନ୍‌ଡିଏମ୍‌ସି ମେୟର, କମିଶନର ଓ ଦିଲ୍ଲୀ ପୋଲିସ ନିକଟକୁ ତୁରନ୍ତ ପଠାଇବାକୁ ସୁପ୍ରିମକୋର୍ଟ ସେକ୍ରେଟାରି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ବରିଷ୍ଠ ସିପିଏମ୍‌ ନେତା ବ୍ରିନ୍ଦା କରାଟ ସୁପ୍ରିମକୋର୍ଟ ରାୟର ଏକ କପି ଧରି ଉଚ୍ଛେଦସ୍ଥଳରେ ପହଞ୍ଚତ୍ଥିଲେ। ଉଚ୍ଛେଦ କାର୍ଯ୍ୟ ବନ୍ଦ ହେବା ପରେ ବ୍ରିନ୍ଦା ଜାହାଙ୍ଗୀରପୁରୀ ବାସିନ୍ଦାଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?