Posted inଜାତୀୟ

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ

ନୂଆଦିଲ୍ଲୀ/ଇମ୍ଫାଲ,୧୧।୨: ମଣିପୁରରେ ଜାତିଆଣ ହିଂସା ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ଗତ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବୀରେନ୍‌ ସିଂ ଇସ୍ତଫା ଦେଇଥିଲେ। ଇତିମଧ୍ୟରେ ୨ ଦିନ ବିତିଥିଲେ ମଧ୍ୟ ଭାଜପା କେନ୍ଦ୍ରୀୟ ନେତୃତ୍ୱ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିବାରେ ବିଫଳ ହୋଇଛି। ତେଣୁ ଏହି ହିଂସାପ୍ରବଣ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ଭାଜପା ରାଷ୍ଟ୍ରପତି ଶାସନ ବିରୋଧୀ ହୋଇଥିବାରୁ ଏହାକୁ ଏଡ଼ାଇବା ପାଇଁ ଉଦ୍ୟମ ଚଳାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସେଠାରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଶାସନ ଚାଲବା ସ୍ଥିତି ଏବେ ନାହିଁ ବୋଲି ରାଜ୍ୟପାଳଙ୍କ ରିପୋର୍ଟରୁ ରାଷ୍ଟ୍ରପତି ଯଦି ଅନୁଭବ କରନ୍ତି, ତେବେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବ।

ବୀରେନ୍‌ ସିଂଙ୍କ ଇସ୍ତଫା ପରେ ମଣିପୁରରେ ନେତୃତ୍ୱ ସଙ୍କଟ ଦେଖାଦେଇଥିବାବେଳେ ମଙ୍ଗଳବାର ଭାଜପାର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପ୍ରଭାରୀ ସମ୍ବିତ ପାତ୍ର, ରାଜ୍ୟ ସଭାପତି ଏ. ସାରଦା ଦେବୀ ରାଜ୍ୟପାଳ ଅଜୟ କୁମାର ଭାଲ୍ଲାଙ୍କୁ ଭେଟି ଆଲୋଚନା କରିଛନ୍ତି। ତେବେ ଆଲୋଚନାର ନିଷ୍କର୍ଷ ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ୨୦୨୩ ମେ’ରୁ ମଣିପୁରରେ ମେଇତି ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଜାତିଆଣି ସଂଘର୍ଷ ଲାଗି ରହିବାରୁ ଏଥିରେ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଲୋକ ବାସହରା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ଆମେରିକୀୟ ଲେକ୍ସ ଫ୍ରିଡମ୍ୟାନ, ଯିଏ ମୋଦିଙ୍କ ସହ କଲେ ୩ଘଣ୍ଟାର ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୧୬।୩: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ତିନି ଘଣ୍ଟା ଧରି ସେ ମୋଦିଙ୍କ ସହ...

ମୁସଲିମ ସମ୍ପ୍ରଦାୟରୁ ଅଧିକରୁ ଅଧିକ ଆଇପିଏସ-ଆଇଏଏସ ବାହାରନ୍ତୁ, ଏମିତି କାହିଁକି କହିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ,୧୬।୩: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶନିବାର କହିଛନ୍ତି ଯେ, ସେ ସାର୍ବଜନୀନ ଆଲୋଚନାରେ ଜାତି ଏବଂ ଧର୍ମକୁ ଆଣନ୍ତି ନାହିଁ। ମୁଁ ବିଶ୍ୱାସ କରେ ଯେ...

ଭାରତର ବଡ଼ ଶତ୍ରୁ, ଆତଙ୍କୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,୧୬।୩: ଭାରତର ମୋଷ୍ଟ ଓ୍ବାର୍ଟେଡ ଆତଙ୍କବାଦୀ ଅବୁ କତାରକୁ ହତ୍ୟା କରାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅବୁ...

ଆସିଲା ବଡ଼ ଖବର, ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ

ନୂଆଦିଲ୍ଲୀ,୧୬।୩: ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ...

ରାନ୍ୟା ରାଓ କେମିତି ପାଲଟିଲେ Gold Smuggler? କ’ଣ ଥିଲା ସୁନା ଚାଲାଣ ରୁଟ୍‌, କିଏ ଦେଲା ସାଥ୍‌

ମୁମ୍ବାଇ,୧୫ା୩: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁନା ଚୋରା ଚାଲାଣ ପାଇଁ ରାନ୍ୟା...

‘RSS ଆତଙ୍କବାଦୀ ସଙ୍ଗଠନ, ଶାଖାରେ ଶିଖାଯାଉଛି ଭୁଲ କଥା’, କଂଗ୍ରେସ ନେତାଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୧୫।୩: ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ଏମପି ହୁସେନ ଦଲୱାଇ ଶନିବାର (ମାର୍ଚ୍ଚ ୧୫, ୨୦୨୫) ତୁଷାର ଗାନ୍ଧୀ, ଅସଦୁଦ୍ଦିନ ଓଓ୍ବାଇସି ଏବଂ...

ଭାଜପାର ବଡ଼ ଅଭିଯୋଗ, କହିଲା ହିଂସା ଲୁଚାଉଛନ୍ତି ମମତା ସରକାର

କୋଲକାତା,୧୫।୩: ପଶ୍ଚିମବଙ୍ଗର ବୀରଭୂମି ଜିଲାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସହରର କିଛି ଅଞ୍ଚଳରେ ଶନିବାର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ରାଜ୍ୟ...

ଚେତାବନୀ ଜାରି କଲା ପାଣିପାଗ ବିଭାଗ, ହିମାଚଳରେ ଆସିବ ନୂଆ ବିପର୍ଯ୍ୟୟ

ନୂଆଦିଲ୍ଲୀ,୧୫।୩: ହିମାଚଳର ଅନେକ ଜିଲାରେ ପାଗ ଖରାପ ହେବାକୁ ଯାଉଛି। ପାଣିପାଗ ବିଭାଗ ଆଗାମୀ ୨୪ଘଣ୍ଟା ପାଇଁ ହିମାଚଳ ପ୍ରଦେଶର କିଛି ଉଚ୍ଚ ଅଞ୍ଚଳରେ ହିମସ୍ଖଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri