ଭୁବନେଶ୍ୱର,୧୦।୧୧: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
ବିଧାନସଭାର ଏହି ଶୀତ ଅଧିବେଶନ ନଭେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ୍ ୨୯ଟି କାର୍ଯ୍ୟ ଦିବସ ରହିବ।
ନଭେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗର ମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ବିବରଣୀ ଉପସ୍ଥାପନ କରିବେ। ଏହି ଅତିରିକ୍ତ ବ୍ୟୟ ସମ୍ବନ୍ଧୀୟ ‘ଆପ୍ରୋପ୍ରିଏସନ୍ ବିଲ୍’ ଡିସେମ୍ବର ୮ ତାରିଖରେ ପାରିତ ହେବାର ସମ୍ଭାବନା ରହିଛି।