Posted inଜାତୀୟ

୩ ନୂଆ କ୍ରିମିନାଲ ବିଲ୍‌ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୫ା୧୨: ଗତ ସପ୍ତାହରେ ପାର୍ଲାମେଣ୍ଟର ଉଭୟ ସଦନରେ ପାରିତ ହୋଇଥିବା ୩ ନୂଆ କ୍ରିମିନାଲ ବିଲ୍‌ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ଫଳରେ ଏହା ଆଇନରେ ପରିଣତ ହୋଇଛି। ବ୍ରିଟିଶ୍‌ ଅମଳରୁ ପ୍ରଚଳିତ ଆପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି), କୋଡ୍‌ ଅଫ୍‌ କ୍ରିମିନାଲ ପୋସିଜିଓର (ସିଆର୍‌ପିସି) ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଏହି ୩ ଆଇନ ଅଣାଯାଇଛି। ଏଥିରେ ଭିଡ଼ହିଂସା, ଆତଙ୍କବାଦ ଏବଂ ଜାତୀୟ ସୁରକ୍ଷା ପ୍ରତି ଅପରାଧ ଭଳି ଅପରାଧରେ ଦଣ୍ଡକୁ ବଢ଼ାଇ ଦିଆଯାଇଛି।

ଗତ ୨୦ ତାରିଖ ଲୋକ ସଭା ଏବଂ ୨୧ ତାରିଖରେ ରାଜ୍ୟ ସଭାରେ ଦୁଇତୃତୀୟାଂଶ ବିରୋଧୀ ଏମ୍‌ପିଙ୍କ ଅନୁପସ୍ଥିତିରେ ଶାସକ ଓ ପରୋକ୍ଷରେ ସହଯୋଗ କରୁଥିବା ଅନ୍ୟ କେତୋଟି ଦଳର ସମର୍ଥନରେ ବିଲ୍‌ଗୁଡ଼ିକୁ ଗୃହୀତ କରାଯାଇଥିଲା। ବିଲ୍‌ଗୁଡ଼ିକୁ ପ୍ରଶଂସା କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ନୂଆ ଯୁଗର ଆରମ୍ଭ ହୋଇଥିବା କହିଥିଲେ। ଭାରତର ନାଗରିକଙ୍କୁ ସମୟସୀମା ମଧ୍ୟରେ ନ୍ୟାୟ ଦେବା ଲକ୍ଷ୍ୟରେ ଏବଂ ସେମାନଙ୍କ ମାନବାଧିକାରର ସୁରକ୍ଷା ଦେବା ନିମନ୍ତେ ଉପରୋକ୍ତ ୩ ବିଲ୍‌ ଅଣାଯାଇଥିବା ଶାହା କହିଥିଲେ।

ଆଇପିସିରେ ୫୧୧ଟି ଦଫା ଥିବାବେଳେ ଏହା ବଦଳରେ ଅଣାଯାଇଥିବା ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଦଫା ରହିଛି। ୨୦ଟି ନୂଆ ଦଫା ଯୋଡ଼ାଯାଇଛି। ୩୩ଟି ଦଫାର ଜେଲଦଣ୍ଡର ଅବଧି ବଢ଼ାଯାଇଥିବାବେଳେ ୮୩ଟିର ଜରିମାନା ପରିମାଣ ବଢ଼ାଯାଇଛି। ସେହିପରି ୨୩ଟି ଅପରାଧ ନିମନ୍ତେ ସର୍ବନିମ୍ନ ଦଣ୍ଡକୁ ବାଧ୍ୟତାମୂଳକ କରାଯାଇଛି। ୬ଟି ଅପରାଧ ନିମନ୍ତେ ଦଣ୍ଡ ଭାବେ ଗୋଷ୍ଠୀ ସେବା କରିବାକୁ ଏହି ନୂଆ ଆଇନରେ ବ୍ୟବସ୍ଥା କରାଯାଇଛି। ୧୯ଟି ଦଫାକୁ ବିଲ୍‌ରୁ ବାଦ୍‌ ଦିଆଯାଇଛି।

ସେହିପରି ୪୮୪ଟି ଦଫା ବିଶିଷ୍ଟ ସିଆର୍‌ପିସି ପରିବର୍ତ୍ତେ ଅଣାଯାଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ୫୩୧ଟି ଦଫା ରହିଛି। ମୋଟ ୧୭୭ଟି ପ୍ରୋଭିଜନକୁ ପରିବର୍ତ୍ତନ କରାଯାଇଥିବାବେଳେ ୯ଟି ନୂଆ ଦଫା ଯୋଡ଼ାଯାଇଛି। ସେହିପରି ୩୯ଟି ନୂଆ ଉପ ଦଫା ସାମିଲ କରାଯାଇଛି। ୧୪ଟି ଦଫାକୁ ବିଲ୍‌ରୁ ହଟାଇ ଦିଆଯାଇଛି। ଅନ୍ୟପକ୍ଷରେ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ୧୭୦ଟି ପ୍ରୋଭିଜନ ରହିଛି। ପୂର୍ବର ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟରେ ୧୬୭ଟି ପ୍ରୋଭିଜନ ରହିଥିଲା। ମୋଟ ୨୪ଟି ପ୍ରୋଭିଜନକୁ ପରିବର୍ତ୍ତନ କରାଯାଇଛି। ୨ ନୂଆ ପ୍ରୋଭିଜନ ଏବଂ ୬ଟି ସବ୍‌-ପ୍ରୋଭିଜନକୁ ଯୋଡ଼ାଯାଇଛି। ୬ଟି ପ୍ରୋଭିଜନକୁ ବିଲ୍‌ ବାଦ୍‌ ଦିଆଯାଇଛି।

ନୂଆ ଆଇନରେ ଭିଡ଼ହିଂସା ଅପରାଧ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି। ସେହିପରି ପୋଲିସକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ବ୍ୟବସ୍ଥା ହୋଇଛି। ନୂଆ ଆଇନ ଅନୁଯାୟୀ ଗିରଫ ବ୍ୟକ୍ତିଙ୍କ ସବିଶେଷ ବିବରଣୀ ପ୍ରତି ଥାନାରେ ରେକର୍ଡ ହେବ ଏବଂ ଦାୟିତ୍ୱରେ ଥିବା ପୋଲିସ ଅଫିସର ଉକ୍ତ ରେକର୍ଡ ପରିଚାଳନା କରିବେ। ସେହିପରି ମାନବ ଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ଥିବା ଆଇନକୁ ଲିଙ୍ଗଗତ ନିରପେକ୍ଷ କରାଯାଇଛି। ୧୮ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ସ୍ବତଃ ପୋକ୍ସୋ ଆଇନର ଧାରା ଲାଗୁ ହେବା ବ୍ୟବସ୍ଥା ନୂଆ ଆଇନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri