Posted inଜାତୀୟ

୩ ନୂଆ କ୍ରିମିନାଲ ବିଲ୍‌ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୫ା୧୨: ଗତ ସପ୍ତାହରେ ପାର୍ଲାମେଣ୍ଟର ଉଭୟ ସଦନରେ ପାରିତ ହୋଇଥିବା ୩ ନୂଆ କ୍ରିମିନାଲ ବିଲ୍‌ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ଫଳରେ ଏହା ଆଇନରେ ପରିଣତ ହୋଇଛି। ବ୍ରିଟିଶ୍‌ ଅମଳରୁ ପ୍ରଚଳିତ ଆପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି), କୋଡ୍‌ ଅଫ୍‌ କ୍ରିମିନାଲ ପୋସିଜିଓର (ସିଆର୍‌ପିସି) ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଏହି ୩ ଆଇନ ଅଣାଯାଇଛି। ଏଥିରେ ଭିଡ଼ହିଂସା, ଆତଙ୍କବାଦ ଏବଂ ଜାତୀୟ ସୁରକ୍ଷା ପ୍ରତି ଅପରାଧ ଭଳି ଅପରାଧରେ ଦଣ୍ଡକୁ ବଢ଼ାଇ ଦିଆଯାଇଛି।

ଗତ ୨୦ ତାରିଖ ଲୋକ ସଭା ଏବଂ ୨୧ ତାରିଖରେ ରାଜ୍ୟ ସଭାରେ ଦୁଇତୃତୀୟାଂଶ ବିରୋଧୀ ଏମ୍‌ପିଙ୍କ ଅନୁପସ୍ଥିତିରେ ଶାସକ ଓ ପରୋକ୍ଷରେ ସହଯୋଗ କରୁଥିବା ଅନ୍ୟ କେତୋଟି ଦଳର ସମର୍ଥନରେ ବିଲ୍‌ଗୁଡ଼ିକୁ ଗୃହୀତ କରାଯାଇଥିଲା। ବିଲ୍‌ଗୁଡ଼ିକୁ ପ୍ରଶଂସା କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ନୂଆ ଯୁଗର ଆରମ୍ଭ ହୋଇଥିବା କହିଥିଲେ। ଭାରତର ନାଗରିକଙ୍କୁ ସମୟସୀମା ମଧ୍ୟରେ ନ୍ୟାୟ ଦେବା ଲକ୍ଷ୍ୟରେ ଏବଂ ସେମାନଙ୍କ ମାନବାଧିକାରର ସୁରକ୍ଷା ଦେବା ନିମନ୍ତେ ଉପରୋକ୍ତ ୩ ବିଲ୍‌ ଅଣାଯାଇଥିବା ଶାହା କହିଥିଲେ।

ଆଇପିସିରେ ୫୧୧ଟି ଦଫା ଥିବାବେଳେ ଏହା ବଦଳରେ ଅଣାଯାଇଥିବା ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଦଫା ରହିଛି। ୨୦ଟି ନୂଆ ଦଫା ଯୋଡ଼ାଯାଇଛି। ୩୩ଟି ଦଫାର ଜେଲଦଣ୍ଡର ଅବଧି ବଢ଼ାଯାଇଥିବାବେଳେ ୮୩ଟିର ଜରିମାନା ପରିମାଣ ବଢ଼ାଯାଇଛି। ସେହିପରି ୨୩ଟି ଅପରାଧ ନିମନ୍ତେ ସର୍ବନିମ୍ନ ଦଣ୍ଡକୁ ବାଧ୍ୟତାମୂଳକ କରାଯାଇଛି। ୬ଟି ଅପରାଧ ନିମନ୍ତେ ଦଣ୍ଡ ଭାବେ ଗୋଷ୍ଠୀ ସେବା କରିବାକୁ ଏହି ନୂଆ ଆଇନରେ ବ୍ୟବସ୍ଥା କରାଯାଇଛି। ୧୯ଟି ଦଫାକୁ ବିଲ୍‌ରୁ ବାଦ୍‌ ଦିଆଯାଇଛି।

ସେହିପରି ୪୮୪ଟି ଦଫା ବିଶିଷ୍ଟ ସିଆର୍‌ପିସି ପରିବର୍ତ୍ତେ ଅଣାଯାଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ୫୩୧ଟି ଦଫା ରହିଛି। ମୋଟ ୧୭୭ଟି ପ୍ରୋଭିଜନକୁ ପରିବର୍ତ୍ତନ କରାଯାଇଥିବାବେଳେ ୯ଟି ନୂଆ ଦଫା ଯୋଡ଼ାଯାଇଛି। ସେହିପରି ୩୯ଟି ନୂଆ ଉପ ଦଫା ସାମିଲ କରାଯାଇଛି। ୧୪ଟି ଦଫାକୁ ବିଲ୍‌ରୁ ହଟାଇ ଦିଆଯାଇଛି। ଅନ୍ୟପକ୍ଷରେ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ୧୭୦ଟି ପ୍ରୋଭିଜନ ରହିଛି। ପୂର୍ବର ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟରେ ୧୬୭ଟି ପ୍ରୋଭିଜନ ରହିଥିଲା। ମୋଟ ୨୪ଟି ପ୍ରୋଭିଜନକୁ ପରିବର୍ତ୍ତନ କରାଯାଇଛି। ୨ ନୂଆ ପ୍ରୋଭିଜନ ଏବଂ ୬ଟି ସବ୍‌-ପ୍ରୋଭିଜନକୁ ଯୋଡ଼ାଯାଇଛି। ୬ଟି ପ୍ରୋଭିଜନକୁ ବିଲ୍‌ ବାଦ୍‌ ଦିଆଯାଇଛି।

ନୂଆ ଆଇନରେ ଭିଡ଼ହିଂସା ଅପରାଧ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି। ସେହିପରି ପୋଲିସକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ବ୍ୟବସ୍ଥା ହୋଇଛି। ନୂଆ ଆଇନ ଅନୁଯାୟୀ ଗିରଫ ବ୍ୟକ୍ତିଙ୍କ ସବିଶେଷ ବିବରଣୀ ପ୍ରତି ଥାନାରେ ରେକର୍ଡ ହେବ ଏବଂ ଦାୟିତ୍ୱରେ ଥିବା ପୋଲିସ ଅଫିସର ଉକ୍ତ ରେକର୍ଡ ପରିଚାଳନା କରିବେ। ସେହିପରି ମାନବ ଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ଥିବା ଆଇନକୁ ଲିଙ୍ଗଗତ ନିରପେକ୍ଷ କରାଯାଇଛି। ୧୮ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ସ୍ବତଃ ପୋକ୍ସୋ ଆଇନର ଧାରା ଲାଗୁ ହେବା ବ୍ୟବସ୍ଥା ନୂଆ ଆଇନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାରଣରେ ସମ୍ପୂର୍ଣ୍ଣ ବ୍ୟବସାୟିକ ଆକାଉଣ୍ଟ ସିଜ୍ କରିପାରିବନି ପୋଲିସ: ହାଇକୋର୍ଟ

କଟକ, ୧୩।୩: ସକ୍ରିୟ ବ୍ୟବସାୟ ଅନୁଷ୍ଠାନର ସମ୍ପୁର୍ଣ୍ଣ ପାଣ୍ଠିକୁ ସିଜ୍ କରିପାରିବନି ପୋଲିସ୍। ଏକ ମାମଲାର ଶୁଣାଣି କରିବା ମସୟରେ ଏଭଳି ଗୁରୁତ୍ବପୁର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ।…

ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ୍, ଫ୍ରିଜଠୁ ନେଇ ସୁନାଗହଣା…..

ରାୟଗଡ଼ା,୧୩।୩(ଆଶିଷ ରଞ୍ଜନ ପଣ୍ଡା): ବନ୍ଧୁକ ଦେଖାଇ ମାଡ ମାରିବା ସହ ସୁନା ଅଳଙ୍କାର ଓ ଆସବାବପତ୍ର ଲୁଟିନେଲେ ଲୁଟେରା । ଏମିତି ଘଟଣା ଘଟିଛି ରାୟଗଡା ସହରର ଫାୟାର୍…

ଛାତିଥରା ଘଟଣା… ଅଧରାତିରେ ଚାରି ଝିଅଙ୍କୁ କୂଅରେ ଫିଙ୍ଗିଦେଲେ ମା’, ନିଜେ ବି ହାରିଲେ ଜୀବନ

ଭୋପାଳ,୧୩।୩: ଗୁରୁବାର ସକାଳେ ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କେସଲି ପୋଲିସ ଷ୍ଟେସନ ଅଧୀନସ୍ଥ ଖାମାରିଆ ଗାଁରେ ଜଣେ ମହିଳାଙ୍କ…

ଯୁଦ୍ଧ ମଝିରେ ଟ୍ରମ୍ପଙ୍କୁ ଭୟଙ୍କର ଧମକ ଦେଲା ଇରାନ, କହିଦେଲା ଏମିତି, ଆମେରିକା ଛାନିଆ!

ଓ୍ବାଶିଂଟନ,୧୩।୩: ଆମେରିକା ଏବଂ ଇସ୍ରାଏଲ ଇରାନକୁ ଏକ ଭୟଙ୍କର ଧ୍ୱଂସାତ୍ମକ ଦୃଶ୍ୟ ଉପସ୍ଥାପନ କରିଛନ୍ତି ଯାହା ହୃଦୟ ବିଦାରକ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆହୁରି ଗଭୀର ହେଉଛି। ଇରାନର…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

କଂଗ୍ରେସର ୮ ଗଲେ, ୬ ରହିଲେ

ଭୁବନେଶ୍ୱର, ୧୩।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ…

ବେଧଡକ୍ ଚାଲିଛି ନିଶା କାରବାର: ପୋଲିସ-ଅବକାରୀ ଚୁପ୍, ଅଣ୍ଟା ଭିଡ଼ିଲେ ମହିଳା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଧଡକ୍ ଚାଲିଛି ନିଶା କାରବାର । ସବୁ ଜାଣି ଅଜଣା ଭଳି ଚୁପ୍…

ଏପ୍ରିଲ ୨ରେ ପ୍ରବେଶ ଉତ୍ସବ-ଖଡ଼ିଛୁଆଁ, ୧୭ରୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୩(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ଏପ୍ରିଲ ୨ରେ ଶିଶୁବାଟିକା ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆ କାର୍ଯ୍ୟକ୍ରମ କରାଯିବ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri