ପାରାଦୀପ ଆସିବେ ରାଷ୍ଟ୍ରପତି

ପାରାଦୀପ,୧୦।୧୧(ଶରତ ରାଉତ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୭ରେ ପାରାଦୀପ ଗସ୍ତରେ ଆସିବେ। ଏ ନେଇ ସରକାରୀ ଭାବେ ରାଷ୍ଟ୍ରପତି ଭବନର ସଚିବ ସମ୍ପଦ ମେହେଟ୍ଟା ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଯୋଗେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଗୁରୁବାର ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ବୋଲି କୁହାଯାଇଛି। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ପାରାଦୀପରେ ରହିବେ ବୋଲି ସରକାରୀ ଚିଠିରେ ଦର୍ଶାଯାଇଛି। ୬୧ ବର୍ଷର ପାରାଦୀପ ବନ୍ଦର ଇତିହାସରେ ଦେଶର ସର୍ବୋଚ୍ଚ ନାଗରିକଙ୍କ ପ୍ରଥମ ଗସ୍ତ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ୧୯୬୨ ଜାନୁୟାରୀ ୩ରେ ପାରାଦୀପ ବନ୍ଦର ଶିଳାନ୍ୟାସ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦର ଆରମ୍ଭ କରିଥିଲେ। ପାରାଦୀପ ବନ୍ଦରର ବୋଇତ ବନ୍ଦାଣ ଉତ୍ସବ ୧୯୯୨ରୁ ଆରମ୍ଭ ହୋଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବୋଇତ ଯୋଗେ ଓଡ଼ିଶାର ଜଣେ ଝିଅ ନିବେଦିତା ଆଚାର୍ଯ୍ୟଙ୍କୁ ସେହି ବୋଇତରେ ଇଣ୍ଡୋନେସିଆ ପଠାଇଥିଲେ। ସେବେଠାରୁ ବୋଇତ ବନ୍ଦାଣ ଉତ୍ସବ ବର୍ଣ୍ଣାଢ୍ୟ ଭାବେ ପାଳନ ହେଉଛି। ବୋଇତ ବନ୍ଦାଣ ଦେଖିବା ପାଇଁ ପାରାଦୀପ ବନ୍ଦର ପ୍ରଶାସନ ସାଧାରଣ ଲୋକଙ୍କ ପାଇଁ କିଛି ସମୟ ପର୍ଯ୍ୟନ୍ତ ଗେଟ୍‌ ଖୋଲିଥାନ୍ତି। ଏହାକୁ ହଜାରରୁ ଅଧିକ ଲୋକ ଦେଖିଥାନ୍ତି। ବୋଇତ ବନ୍ଦାଣ ଉତ୍ସବ ପୂର୍ବ ସାରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହୋଇଥାଏ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ସମ୍ମାନ ଦେଇ ପାରାଦୀପରେ ଓଡ଼ିଶା ସରକାର ଓ ପାରାଦୀପ ବନ୍ଦର ଏଭଳି କାର୍ଯ୍ୟକ୍ରମ କରିଥାନ୍ତି। ଚଳିତବର୍ଷ ରାଷ୍ଟ୍ରପତିଙ୍କ ଗସ୍ତ ନିଷ୍ପତ୍ତି ପରେ ମହୋତ୍ସବର ଗୁରୁତ୍ୱ ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ବୁଧବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri