Posted inଜାତୀୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ୨୧ ତୋପ ସଲାମୀ

ନୂଆଦିଲ୍ଲୀ,୨୬।୧: ଆଜି ସାରା ଦେଶରେ ୭୭ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କର୍ତ୍ତବ୍ୟ ପଥଠାରେ ମଧ୍ୟ ଗଣତନ୍ତ୍ର ଦିବସ ପରେଡ ଅନୁଷ୍ଠିତ ହେଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛନ୍ତି। ମୁଖ୍ୟ ଅତିଥି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ ଡେର୍‌ ଲେଏନଙ୍କ ସହିତ କର୍ତ୍ତବ୍ୟ ପଥଠାରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଏବଂ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା।
ରାଷ୍ଟ୍ରପତି ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ କରିଛନ୍ତି। ଶୁଭାଂଶୁ ଭାରତର ସବୁଠାରୁ ପ୍ରତିଷ୍ଠିତ ବୀରତା ପୁରସ୍କାର ଅଶୋକ ଚକ୍ର ଗ୍ରହଣ କରିଥିବା ପ୍ରଥମ ମହାକାଶଚାରୀ ହୋଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…

ମୃତଦେହ ରଖି ରାସ୍ତାରୋକୋ: ଆନ୍ଦୋଳନକାରୀଙ୍କୁ ବିଧାୟକ, ଭାଜପା କାର୍ଯ୍ୟକର୍ତ୍ତା ଭେଟି…

ହାଟଡିହୀ,୨୬।୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳନିଆଁ ବଜାରରେ ରବିବାର ଏକ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଏକ ସାଇକେଲ ଆରୋହୀଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ…

ବଲାଙ୍ଗୀରରେ ସାଧାରଣତନ୍ତ୍ର ସମାରୋହ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ଜିଲାପାଳ କହିଲେ…

ବଲାଙ୍ଗୀର,୨୬ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ମହକୁମାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗାନ୍ଧୀନଗର ପଡ଼ାସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀ ଭବନ ସମ୍ମୁଖ…

ଥାନାଠାରୁ ୫୦ ମିଟର ଦୂରରେ ୯ ଦୋକାନରୁ ଚୋରି

ଧର୍ମଶାଳା,୨୬ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନାଠାରୁ ୫୦ମିଟର ଦୂରରେ ଥିବା ବଜାରରେ ଥିବା ଦୋକାନଗୁଡ଼ିକ ମଧ୍ୟରୁ ପାଖାପାଖି ୯ରୁ ଅଧିକ ଦୋକାନରୁ ଚୋରି ହୋଇଥିବା…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି୨୦ ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ପ୍ରମୁଖ ଟୁର୍ନାମେଣ୍ଟ ପୂର୍ବରୁ, ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ…

୨୦ ଜଣଙ୍କୁ  ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୨୬।୧: ଉଲ୍ଲେଖନୀୟ ସେବା ପାଇଁ ୨୦ ଜଣଙ୍କୁ  ମିଳିଲା ପୋଲିସ ପଦକ। ଏହି ପଦକ ରାଜ୍ୟପାଳ ପ୍ରଦାନ କରିଛନ୍ତି। ବର୍ଗ-୧ରେ IPS ନୀତି ଶେଖର, ସତ୍ୟଜିତ ନାୟକଙ୍କୁ…

ଗଣତନ୍ତ୍ର ଦିବସରେ ସଚେତନତାର ବାର୍ତ୍ତା ବାଣ୍ଟିଲେ ବିଚାରପତି:

ପୁରୁଷୋତ୍ତମପୁର,୨୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସିଭିଲକୋର୍ଟ ପକ୍ଷରୁ ବାଲ୍ୟ ବିବାହମୁକ୍ତ ଭାରତ ଗଠନ ଲାଗି ସଚେତନତାର ବାର୍ତ୍ତା ବଣ୍ଟାଯାଇଛି। ତାଲୁକ୍‌…

ବିଶ୍ୱ ଦେଖିଲା ଭାରତର ଶକ୍ତି: ସୁଖୋଇର ଗର୍ଜନ ଶୁଣି ଶତ୍ରୁଙ୍କ ବୋହିଲା ଝାଳ

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସରେ ସାରା ବିଶ୍ୱ ଦିଲ୍ଲୀରେ କର୍ତ୍ତବ୍ୟ ପଥରେ ନୂତନ ଭାରତର ଶକ୍ତି ଦେଖିଲା। ଭାରତୀୟ ସେନାର ବୀରତ୍ୱ, ରାଫାଲ ଏବଂ ସୁଖୋଇର ଗର୍ଜନ ଶତ୍ରୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri