ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଐତିହାସିକ ମୁହୂର୍ତ୍ତ କହିଲେ ବାଚସ୍ପତି

ଭୁବନେଶ୍ୱର,୨୭ା୧୧: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଓଡ଼ିଶା ବିଧାନସଭାରେ ପହଞ୍ଚିଛନ୍ତି। ବିଧାୟିକାରୁ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ବିଧାନସଭା ଗସ୍ତ। ରାଜଭବନରୁ ବାହାରି ସେ ବିଧାନସଭାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିପରିଷଦର ସଦସ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ।

ବିଧାନସଭା ଗୃହରେ ବାଚସ୍ପତି ବିବୃତି ରଖି ରାଷ୍ଟ୍ରପତିଙ୍କୁ ବଧାଇ ଜଣାଇଛନ୍ତି ଏବଂ ଏହି ମୁହୂର୍ତ୍ତକୁ ବିଧାନସଭା ପାଇଁ ‘ଐତିହାସିକ’ ବୋଲି ବର୍ଣ୍ଣନା କରିଛନ୍ତି। ସେ ରାଷ୍ଟ୍ରପତିଙ୍କ ରାଜନୈତିକ କ୍ୟାରିୟର ଓ ଅନ୍ୟାନ୍ୟ କାର୍ଯ୍ୟକୁ ସ୍ମରଣ କରିଥିଲେ।

Share