Posted inଜାତୀୟ

୪୧୨ ଜଣଙ୍କୁ ଦିଆଯିବ ବୀରତା ପୁରସ୍କାର

ନୂଆଦିଲ୍ଲୀ,୨୫।୧: ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ବୁଧବାର ବୀରତା ପୁରସ୍କାର ଘୋଷଣା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସ ଅବସରରେ ୪୧୨ ଜଣଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ। ଏଥିମଧ୍ୟରେ ୬ ଜଣଙ୍କୁ କୀର୍ତ୍ତିଚକ୍ର (୪ ଜଣଙ୍କୁ ମରଣୋତ୍ତର), ୧୫ ଶୌର୍ଯ୍ୟଚକ୍ର (୨ ମରଣୋତ୍ତର), ଜଣଙ୍କୁ ଗ୍ୟାଲେଣ୍ଟ୍ରି, ୯୨ ସେନା ପଦକ (୪ ମରଣୋତ୍ତର), ୭ ବାୟୁସେନା ପଦକ (ଗ୍ୟାଲେଣ୍ଟ୍ରି), ୨୯ ପରମ ବିଶିଷ୍ଟ ସେବା ପଦକ, ୩ଟି ଉତ୍ତମ ସେବା ପଦକ, ୨ଟି ବିଶିଷ୍ଟ ସେବା ପଦକ, ୫୨ ଅତି ବିଶିଷ୍ଟ ସେବା ପଦକ, ୧୦ ଯୁଦ୍ଧ ସେବା ପଦକ, ୨ ଜଣଙ୍କୁ ଦ୍ୱିତୀୟଥର ସେନା ପଦକ (କର୍ତ୍ତବ୍ୟ ପ୍ରତି ସମର୍ପଣ), ୩୬ ସେନା ପଦକ (କର୍ତ୍ତବ୍ୟ ପ୍ରତି ସମର୍ପଣ), ୨ ଜଣଙ୍କୁ ଦ୍ୱିତୀୟଥର ନୌସେନା ପଦକ (କର୍ତ୍ତବ୍ୟ ପ୍ରତି ସମର୍ପଣ) (ମରଣୋତ୍ତର), ୧୧ ନୌସେନା ପଦକ (କର୍ତ୍ତବ୍ୟ ପ୍ରତି ସମର୍ପଣ) (୩ ମରଣୋତ୍ତର), ୧୪ ବାୟୁ ସେନା ପଦକ (କର୍ତ୍ତବ୍ୟ ପ୍ରତି ସମର୍ପଣ), ୨ ଜଣଙ୍କୁ ଦ୍ୱିତୀୟଥର ବିଶିଷ୍ଟ ସେବା ପଦକ ଏବଂ ୧୨୬ ଜଣଙ୍କୁ ବିଶିଷ୍ଟ ସେବା ପଦକ ଦିଆଯିବ।
ମେଜର ଶୁଭାଙ୍ଗ ଡୋଗରା ଏବଂ ଜିତେନ୍ଦ୍ର ସିଂ ରାଜପୁତଙ୍କୁ କୀର୍ତ୍ତିଚକ୍ର ପ୍ରଦାନ କରାଯିବ। ଜମ୍ମୁ କଶ୍ମୀରର ବୁଦ୍ଧଗାମରେ ହୋଇଥିବା ଅପରେଶନରେ ତାଙ୍କର ପ୍ରମୁଖ ଭୂମିକା ପାଇଁ ଶୁଭାଙ୍ଗଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ପଦକ କୀର୍ତ୍ତିଚକ୍ର ପ୍ରଦାନ କରାଯିବ। ଅପରେଶନ ସମୟରେ ସେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରି ଆହତ ସୈନିକମାନଙ୍କୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ଶାହରୁଖ ଖାନ ଜଣେ ବିଶ୍ୱାସଘାତକ: ଭାଜପା ନେତାଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ,୧।୧: ଉତ୍ତର ପ୍ରଦେଶର ମିରଟରେ ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତା ସଙ୍ଗୀତ ସୋମ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri