ସାଧୁସନ୍ଥଙ୍କ ସମାଗମରେ ଚଳଚଞ୍ଚଳ ଖଣ୍ଡଗିରି

ଭୁବନେଶ୍ୱର,୩ା୨ (ସୌମ୍ୟରଞ୍ଜନ ରାଉତ) ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ଏଥିସହ ୫ରୁ ସ୍ଥାନୀୟ ପାନ୍ଥିକାଠାରେ ଐତିହ୍ୟ, ସଂସ୍କୃତିର ଗାଥା ପ୍ରଦର୍ଶନ ସହ ମନୋରଞ୍ଜନ କରିବ ଐରଖାରବେଳ ମହୋତ୍ସବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଐତିହ୍ୟ ଖଣ୍ଡଗିରି ଓ ଉଦୟଗିରି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଇତିମଧ୍ୟରେ ଖଣ୍ଡଗିରିରେ ନାଗା ସାଧୁଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ମିଳୁଛି। ପାହାଡ଼ ପାଦଦେଶରେ ଯଜ୍ଞକୁଣ୍ଡ ତିଆରି କରି ସେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିବାବେଳେ ସାଧାରଣ ଲୋକେ ସାଧୁସନ୍ଥଙ୍କ ଆଶୀର୍ବାଦ ପାଇଁ ଏବେଠୁ ଭିଡ଼ ଲଗାଇଲେଣି। ଅନ୍ୟପକ୍ଷରେ ଏଥର ପ୍ରଥମଥର ଖଣ୍ଡଗିରି ପାହାଡ ଉପରକୁ ଯିବା ପାଇଁ ଟିକେଟ୍‌ର ବ୍ୟବସ୍ଥା କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରତିବର୍ଷ ୬ଟି ଯାତ୍ରା କମିଟି ପକ୍ଷରୁ ଯାତ୍ରା ଆୟୋଜନ ହେଉଥିବାବେଳେ ଚଳିତ ବର୍ଷ ୭ଟି କମିଟି ଦାୟିତ୍ୱ ନେଉଛନ୍ତି। ତେବେ ୬ଟି ପେଣ୍ଡାଲରେ ୧୨ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ କଳିଙ୍ଗ ଗଣନାଟ୍ୟ ନିଜ ନାଟକ ‘ବାଜିବ ସାହାନାଇ ତୋରି ପାଇଁ’ ମଞ୍ଚସ୍ଥ କରିବ। ଏଥିସହ ଏହି ନାଟ୍ୟ ସଂସ୍ଥା ‘କଳିଙ୍ଗ ସାଂସ୍କୃତିକ ପରିଷଦ’ ନାମରେ କମିଟି ଗଢ଼ି ଏହି ନାଟକକୁ ୪ଦିନ ପରିବେଷଣ କରିବ। ଏନେଇ କମିଟି ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗଠାରୁ ଆବଶ୍ୟକ ଜାଗା ପାଇଁ ଅନୁମତି ଆଣିସାରିଛି ବୋଲି କଳିଙ୍ଗ ଗଣନାଟ୍ୟର ମ୍ୟାନେଜର ମଧୂସୁଦନ ପ୍ରଧାନ କହିଛନ୍ତି। ନାଟକରେ ମୁଖ୍ୟ ଆକର୍ଷଣ ଭାବରେ ଯାତ୍ରା ଦୁନିଆର ଆଗଧାଡିର କଳାକାର ସୁରେଶ ପଣ୍ଡାଙ୍କ ସହ ବହୁ ଚର୍ଚ୍ଚିତ କଳାକାର ଅଭିନୟ କରିବେ।

ଖଣ୍ଡଗିରି କୁମ୍ଭ ମେଳା ସହ ପଞ୍ଚ ଐତିହ୍ୟ କୁଣ୍ଡର ମହାତ୍ମ୍ୟ ଜଡିତ ରହିଥିବା କୁହାଯାଇଥାଏ। ତାହା ହେଲା ରାଧା କୁଣ୍ଡ, ଶ୍ୟାମ କୁଣ୍ଡ, ଲଳିତା କୁଣ୍ଡ, ଗୁପ୍ତ ଗଙ୍ଗା ଓ ଆକାଶ ଗଙ୍ଗା । ଏଥର ମଧ୍ୟ ଏସବୁ ଐତିହ୍ୟ କୁଣ୍ଡକୁ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଇଛି। ଖଣ୍ଡଗିରିର ପାହାଡର ଶୀର୍ଷରେ ଥିବା ଆକାଶ ଗଙ୍ଗା ସବୁଠାରୁ ଅଧିକ ଅପରିଷ୍କାର ସହ ଅନାବନା ଅଳିଆ ଆବର୍ଜନାରେ ପୂର୍ଣ୍ଣ ରହିଛି। ସାଧୁସନ୍ଥଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞରେ ଗୁପ୍ତଗଙ୍ଗାର ପବିତ୍ର ଜଳ ଆବଶ୍ୟକ ରହିଥାଏ। କୁମ୍ଭମେଳା ଅବସରରେ ସାଧୁସନ୍ଥ ଏହି ଗୁମ୍ଫା ନିକଟରେ ଜପତପ କରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ସ୍ଥାନଗୁଡିକ ଅତ୍ୟଧିକ ଅପରିଷ୍କାର ହୋଇଥିବାରୁ ସାଧୁସନ୍ଥ ଓ ସାଧାରଣ ଲୋକେ ସେଠାକୁ ଯାଇପାରୁ ନାହାନ୍ତି। ଏହାର ସୁରକ୍ଷା ଦିଗରେ ପ୍ରଶାସନର କାର୍ଯ୍ୟ କରୁନାହିଁ ବୋଲି ପାଦୁକା ଅଶ୍ରମର ଆଲୋକ ବାବା କହିବା ସହ ପର୍ଯ୍ୟଟନ ବିଭାଗ ଏହି ପବିତ୍ର କୁଣ୍ଡଗୁଡ଼ିକର ସୁରକ୍ଷା କରୁ ବୋଲି ସେ ଦାବି କରିଛନ୍ତି। ଏନେଇ ବିଏମ୍‌ସି ଜେଡିସି ରାକେଶ କୁମାର ପାତ୍ର କହିଛନ୍ତି, ମେଳା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ସମସ୍ତ ଐତିହ୍ୟ କୁଣ୍ଡକୁ ପରିଷ୍କାର କରାଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri