ପଞ୍ଚାୟତ- ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ଯୋଗଦେଲେ ୧୨ ଜିଲାର…

ସମ୍ବଲପୁର, ୧୩।୧(ପ୍ରମୋଦ ବହିଦାର):ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ବଲପୁରରେ ଡିଭିଜନାଲ ଜିଲାପାଳ ସମ୍ମିଳନୀ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ, ସଚିବ ସନ୍ତୋଷ କୁମାର ଦାଶ ଓ RDC, ସମ୍ବଲପୁର ସଚିନ ରାମଚନ୍ଦ୍ର ଜାଧବ ମଞ୍ଚାସୀନ ଅଛନ୍ତି।

ଉତ୍ତରାଞ୍ଚଳ RDC ଅଫିସ୍‌ରେ ଏହି ବୈଠକଆରମ୍ଭ ହୋଇଛି। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଇଲେକ୍ଟୋରାଲ ରୋଲ ପ୍ରସ୍ତୁତି ଆଲୋଚନା ହୋଇଛି। ବୈଠକରେ ଉତ୍ତରାଞ୍ଚଳ ରେଞ୍ଜ ଅନ୍ତର୍ଗତ ୧୨ ଜିଲାର ଜିଲାପାଳ ଉପସ୍ଥିତ ଅଛନ୍ତି। ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି। ଏହି ବୈଠକ ୩ ଟା ପର୍ଯ୍ୟନ୍ତ ଚାଲିବ।