ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର ଚାଲିଛି।
ସୋମବାର ଭୁବନେଶ୍ବରରୁ ବିବାନ ଯୋଗେ ଉତ୍କେଲା ଏୟାର ଷ୍ଟିପରେ ଓହ୍ଲାଇ ପୂର୍ବାହ୍ନ ୧୦ଟାରେ କେସିଙ୍ଗା ଅଞ୍ଚଳରେ  ପହଞ୍ଚିବେ। ପ୍ରଥମେ ବ୍ଲକର ଗୁର୍ଜିମୁଣ୍ଡାସ୍ଥିତ ଯୋଗମାୟାପୀଠରେ ନବ ନିର୍ମିତ ପାର୍କ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ପରେ କେସିଙ୍ଗା ସହରସ୍ଥିତ  ପିଏମ ଶ୍ରୀ  ହାଇ ସ୍କୁଲରେ ନବ ନିର୍ମିତ ବାଳକ ହଷ୍ଟେଲ ଉଦ୍‌ଘାଟନ କରିବେ। କନ୍ତେଶିର ଗ୍ରାମସ୍ଥିତ ମାଇନର ଇରିଗେସନ ବିଭାଗ ପକ୍ଷରୁ ନିର୍ମିତ ଟୋରିଜାମ ସ୍ପଷ୍ଟକୁ ଉଦ୍‌ଘାଟନ କରିବେ ବୋଲି କେସିଙ୍ଗା ବିଡିଓ  ଜନ୍ମେଜୟ ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି।
Dharitri – Odisha’s No.1 Odia Daily