ଦାରିଙ୍ଗବାଡି, ୨୪ ।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ ସୋମବାର ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏ ନେଇ ବ୍ଲକ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଗତ କିଛି ଦିନ ହେଲା ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଚନା, ଚିତ୍ରାଙ୍କନ, ସଙ୍ଗୀତ, ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ହୋଇଛି। ଶନିବାର ସାମୁହିକ ପରେଡ ଅଭ୍ୟାସ ଜୋରଦାର ଚାଲିଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ପରେଡ ଅଭ୍ୟାସ କରୁଥିବା ବେଳେ ତାଙ୍କୁ ଉତ୍ସାହିତ କରିବା ସହ ପରେଡ୍କୁ ଆହୁରି ଆକୃଷ୍ଟ କରିବା ପାଇଁ ନିଜେ ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ଆଇଆଇଆସି ସଂଗ୍ରାମ କେଶରୀ ଜେନା ବିଦ୍ୟାର୍ଥୀଙ୍କ ସହ ସାମିଲ ହୋଇଥିଲେ।
ଏଥିରେ ବିଦ୍ୟାର୍ଥୀମାନେ ୨ ଅଧିକାରୀଙ୍କୁ ନିକଟରେ ପାଇ ଖୁସି ଓ ଗର୍ବ ଅନୁଭବ କରିଥିଲେ। ଏହି ପରେଡକୁ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ଶିକ୍ଷକ ରଶ୍ମୀରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଦିବସକୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶୀ ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି।
Dharitri – Odisha’s No.1 Odia Daily