ସାଧାରଣତନ୍ତ୍ର ଦିବସ ପାଇଁ ଜୋରଦାର ପ୍ରସ୍ତୁତି: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତାରେ ଚଞ୍ଚକତା

ଦାରିଙ୍ଗବାଡି,୨୩।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଦାରିଙ୍ଗବାଡି ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ବିଭିନ୍ନ ପ୍ରତିଯୋଗିତା ତଥା ଚିତ୍ରାଙ୍କନ, ବକ୍ତୃତା,କୁଇଜ, ଗଳ୍ପ କଥନ, ପ୍ରବନ୍ଧ ଲିଖନ, ସଙ୍ଗୀତ ଓ ଦଳଗତ ନୃତ୍ୟ ଆଦି ପ୍ରଥମେ କ୍ଲଷ୍ଟର ସ୍ତରୀୟ ଓ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ବିଚାରକ ମଣ୍ଡଳୀ ଦ୍ୱାରା ଚୟନ କରାଯାଉଛି। ତେବେ ନିଜ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତା କରାଉଥିବା ବିଚାରକ ମଣ୍ଡଳୀ ନିଜ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମନୋନୀତ କରି ଚଞ୍ଚକତା କରାଯାଉଥିବା ଅଭିଯୋଗ ହୋଉଛି। ଏହି ଅଭିଯୋଗ ପରେ ମଧ୍ୟ ଏହାର ସମାଧାନ କରିବା ପରିବର୍ତ୍ତେ ପୁନଃଯାଞ୍ଚ କରାଯିବ କହି ବିଚାରକ ମଣ୍ଡଳୀ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।
ପ୍ରକାଶ ଯେ, ପ୍ରଥମ ଶ୍ରେଣୀରୁ ଦଶମ ଓ ଦ୍ୱାଦଶ ଏବଂ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା କରାଯାଉଥିବା ବେଳେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ପର୍ଯ୍ୟନ୍ତ ଚିତ୍ରାଙ୍କନରେ ଦାରିଙ୍ଗବାଡି ହିଲଭିୟୁ ପାର୍କର ଚିତ୍ରାଙ୍କନ କରିବାପାଇଁ କମିଟି ଦେଇଥିଲା। ଏହା ପ୍ରଥମେ କ୍ଲଷ୍ଟର ଓ କୃତିତ୍ୱ ଛାତ୍ରୀଛାତ୍ର ବ୍ଲକ ସ୍ତରରେ ସେ ସମାନ ଚିତ୍ର ଆଙ୍କିବେ ହେଲେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ଛାତ୍ର ଆୟୁଷ୍ମାନ ସାହୁ ଉକ୍ତ ଚିତ୍ର ନିଖୁଣଭାବେ ଆଙ୍କିଥିଲେ ମଧ୍ୟ ତାଙ୍କୁ କ୍ଲଷ୍ଟର ସ୍ତରରେ ବାଦ ଦିଆଯାଇଥିଲା। ଏନେଇ ଆୟୁଷ୍ମାନଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ବିଚାରକ ମଣ୍ଡଳୀ ଉକ୍ତ ନିଜସ୍ବ ଭୁଲକୁ ଲୁଚାଇବାକୁ ଉଦ୍ୟମ କରୁଥିବା ଆୟୁଷ୍ମାନଙ୍କ ପରିବାର ଅଭିଯୋଗ କରିଛନ୍ତି। ଆୟୁଷ୍ମାନଙ୍କୁ ଉଚିତ ନ୍ୟାୟ ଦିଆଯାଉ ଏବଂ ନିଖୁଣ ଭାବେ ହିଲଭିୟୁ ପାର୍କର ଅବିକଳ ଚିତ୍ର ଆଙ୍କିଥିବା ଚିତ୍ରକୁ ପୁନଃ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି।
ସୂଚନାଯୋଗ୍ୟ,ଗତ ବର୍ଷ ମଧ୍ୟ ଏଭଳି ଚଞ୍ଚକତା କରାଯାଇଥିବା ବେଳେ ଦୀର୍ଘ ବର୍ଷ ଧରି ଗୋଟିଏ ବିଚାରକ ମଣ୍ଡଳୀ ଚୟନ ଦାୟିତ୍ୱରେ ରହୁଥିବାରୁ ଚଞ୍ଚକତା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଆୟୁଷ୍ମାନ ୟୁନିସେଫରୁ ରାଜ୍ୟ ସ୍ତରରେ ଚିତ୍ରାଙ୍କନରେ ଦୁଇ ଦୁଇଥର କୃତିତ୍ୱ ଅର୍ଜନ କରିଥିବାବେଳେ ପିଲାଟି ଦିନରୁ ନିଜ ବିଦ୍ୟାଳୟ ସମେତ ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତାରେ ସେ ସଫକତା ହାସଲ କରିସାରିଛନ୍ତି। ଏନେଇ ଜାତୀୟ ଦିବସ କମିଟିର କୋଷାଧ୍ୟକ୍ଷ ତଥା ଦାରିଙ୍ଗବାଡି ତହସିଲଦାର ଶରତ ଶବର ଘଟଣାର ତଦନ୍ତ କରାଯିବ ଏବଂ ଉକ୍ତ ଅଭିଯୋଗ ହୋଇଥିବା ଚିତ୍ରାଙ୍କନ ଖାତାକୁ ପୁନଃନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri