ଗ୍ରୀନ କାର୍ଡ ଧାରକଙ୍କୁ ସୁବିଧା ପ୍ରଦାନ ଲାଗି ପ୍ରସ୍ତୁତି: ବାଇଡେନ ସରକାରଙ୍କୁ ଅପିଲ…

ଓ୍ବାଶିଂଟନ,୨୯।୭ : ଆମେରିକାର ଗ୍ରୀନ କାର୍ଡ ଆବେଦନକାରୀଙ୍କ ବ୍ୟାକଲଗ ହଟାଇବା ପାଇଁ କାର୍ଯ୍ୟନିର୍ବାହୀ ପଦକ୍ଷେପ ନେବାକୁ ଆମେରିକାର କେତେକ ସାଂସଦ ଗୋଷ୍ଠୀ ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଅପିଳ କରିଛନ୍ତି। ୨୦୨୦ ମସିହାରେ, ଗ୍ରୀନ କାର୍ଡ ପାଇଁ ଆବେଦନ କରିଥିବା ଭାରତୀୟଙ୍କର ଅପେକ୍ଷା ସମୟ ସୀମା ୧୯୫ ବର୍ଷ ବୋଲି କୁହାଯାଉଛି। ଆମେରିକାର ସାଂସଦମାନେ ଏହା ଉପରେ ଉଦବେଗ ପ୍ରକାଶ କରିଛନ୍ତି।
ଭାରତୀୟ-ଆମେରିକୀୟ କଂଗ୍ରେସ କର୍ମୀ ରାଜା କୃଷ୍ଣମୂର୍ତ୍ତି ଏବଂ ଲ୍ୟାରି ବୁଶନଙ୍କ ନେତୃତ୍ୱରେ ୫୬ ଜଣ ସାଂସଦଙ୍କ ଏକ ଦ୍ୱିପାକ୍ଷିକ ଦଳ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ଗୃହ ସୁରକ୍ଷା ସଚିବ ଆଲେଜାଣ୍ଡ୍ରୋ ମାୟୋରକୋସଙ୍କୁ ଏନେଇ ଚିଠି ଲେଖିଛନ୍ତି।

ଏହି ଚିଠିରେ ’ଫାଉଣ୍ଡେଶନ ଫର ଇଣ୍ଡିଆ ଆଣ୍ଡ ଇଣ୍ଡିଆନ ଡାଏସପୋରା ଷ୍ଟଡିଜ’ ଉଚ୍ଚମାନର ଗ୍ରୀନ କାର୍ଡ ଆବେଦନକାରୀଙ୍କୁ ରିହାତି ପ୍ରଦାନ କରିବାକୁ ଏବଂ ଚାକିରି ପାଇଁ ଆବେଦନକାରୀଙ୍କ ତାରିଖକୁ ‘ସାମ୍ପ୍ରତିକ’ ଭାବରେ ପ୍ରକାଶ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ବହୁ ସଂଖ୍ୟକ ଗ୍ରୀନ କାର୍ଡଧାରୀ ଆମେରିକାରେ କାମ କରନ୍ତି, ଏଭଳି ପରିସ୍ଥିତିରେ, ଏତେ ଲମ୍ବା ବ୍ୟାକଲଗ ଯୋଗୁଁ ଆମେରିକା ସରକାର ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବ୍ୟାକଲଗ କାରଣରୁ, ଆମେରିକା ଉଚ୍ଚଶିକ୍ଷିତ କର୍ମଚାରୀଙ୍କ ଅଭାବର ସମ୍ମୁଖୀନ ହେଉଛି। ଆମେରିକାରେ ଗ୍ରୀନ କାର୍ଡରେ କାର୍ଯ୍ୟ କରୁଥିବା ଏସଟିଇଏମ କର୍ମଚାରୀ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ) ଆମେରିକାର ଟେକ୍ନୋଲୋଜି ଜଗତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଆମେରିକାର ବଡ କମ୍ପାନୀଗୁଡିକ ପ୍ରତିବର୍ଷ ଭାରତ ଏବଂ ଚାଇନାର ହଜାର ହଜାର ଯୁବକଙ୍କୁ ଏଚ-୧ବି ଭିଜା କିମ୍ବା ଗ୍ରୀନ କାର୍ଡ ଦେଇ ଚାକିରି ଦିଅନ୍ତି। ଆମେରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ଗ୍ରୀନ କାର୍ଡ ଏବଂ ଏଚ-୧ ବି ଭିଜା ଆବେଦନକାରୀଙ୍କ ବ୍ୟାକଲଗ ଉପରେ ଉଦବେଗ ପ୍ରକାଶ କରିଛନ୍ତି। ଏହି କାରଣରୁ ଆମେରିକାର ସାଂସଦମାନେ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ କାର୍ଯ୍ୟର୍ନିବାହୀ ପଦକ୍ଷେପ ନେବାକୁ ବିଡେନ ସରକାରଙ୍କୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri