ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍ଦାର କରାଯାଉଛି। ୪ଦିନ ଧରି ଏହି ମହୋତ୍ସବ ପାଳନ କରାଯିବ। ଏଥିପାଇଁ ମଞ୍ଚକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଥିସହ ଚଳିତବର୍ଷ ଅଧିକ ଶୀତ ଅନୁଭୂତ ହେଉଥିବାରୁ ପର୍ଯ୍ୟଟକଙ୍କ ପାଇଁ କପଡ଼ା ଟେଣ୍ଟ ବଦଳରେ ଜର୍ମାନ ହ୍ୟାଙ୍ଗର ଟେଣ୍ଟ ବ୍ୟବସ୍ଥା କରାଯାଇଛି। ଯାହାକି ପୂର୍ବ ନିର୍ଦ୍ଧାରିତ ପ୍ରକାରେ ନୂଆବର୍ଷରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି। ବିଡିଓ ତଥା ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ଓ ଅନ୍ୟ କର୍ମକର୍ତ୍ତା ମହୋତ୍ସବ ପଡ଼ିଆରେ ପହଞ୍ଚି ଏହି ଟେଣ୍ଟ, ମଞ୍ଚ କାର୍ଯ୍ୟକୁ ତଦାରଖ କରିଛନ୍ତି।