ବଟେଶ୍ୱର ବାଲିଯାତ୍ରା ପ୍ରସ୍ତୁତି ବିଶୃଙ୍ଖଳାକାରୀ ପ୍ରତି କଡା କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୧୭।୧୦(ବିଦ୍ୟାଧର ସାହୁ ): ଆଗକୁ ବଟେଶ୍ୱର ଐତିହାସିକ ବାବା ବଟେଶ୍ୱର ପୀଠରେ ବାଲିଯାତ୍ରା।  ଏଥିପାଇଁ ବଟେଶ୍ୱର ଐତିହ୍ୟ ସରାଂକ୍ଷଣ କମିଟି ପକ୍ଷରୁ ଶନିବାର ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଗଂଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ ନିକଟସ୍ଥ ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ପରିସର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁଲିସ ପ୍ରଶାସନ ସହ ମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଛି। ବଟେଶ୍ୱର୍ ମନ୍ଦିରପରିଚାଳନା କମିଟି ସଭାପତି ପୀତାମ୍ବର ସ୍ୱାଇଁ ଏବଂ କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସରପଂଚ ଦିଲୀପ ଛୋଟରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପ୍ରତ୍ୟେକ ସୋମବାର ପ୍ରବଳ ଶ୍ରଦ୍ଧାଳୁ ମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥି ସହ ଟ୍ରାଫିକ ସମସ୍ୟା ,ଦୋକାନୀ ମାନଙ୍କ ସୁବ୍ୟବସ୍ଥା ଏବଂ ରାସ୍ତା ଜାମ୍ ହେବା ଓ ପାଣି ସମସ୍ୟା ସହ ମନ୍ଦିର ପରିସରରେ ସିସିଟିଭି ଫୁଟେଜ ଏବଂ ସମୁଦ୍ର ବେଳାଭୂମି ଉପରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହୋଇଥିଲା`।`ପ୍ରସ୍ତୁତି ବୈଠକରେ ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡେଇ,ଅତିରିକ୍ତ ରମ୍ଭା ଥାନା ଅଧିକାରୀ ତୁଳାରାମ ମହାନନ୍ଦା, ହୂମ୍ମା ଫାଣ୍ଡି ଅଧିକାରୀ ବିନୟ ଦାଶ, ସୂଚନା ଲୋକ ସଂପର୍କ ଅଧିକାରୀ ସୌରଭ ପ୍ରଧାନ, ମନ୍ଦିର ପରିଚାଳନା କମିଟି ସମ୍ପାଦକ ରଞ୍ଜିତ ପଲାଇ ପ୍ରମୁଖ ମଞ୍ଚସିନ ଥିଲେ। ବିଭିନ୍ନ ସମସ୍ୟା ଗୁଡିକର କିପରି ସମାଧାନ ହୋଇପାରିବ ସେ ସମର୍କରେ ଆଲୋଚନା କରିଥିଲେ। ବିଶେଷକରି ଦୁଇବର୍ଷ ହେଲା ହୂମ୍ମା ବାଇପାସ ଠାରୁ ଶୈବପୀଠ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଠିକାଦାର ଙ୍କ ମନମାନି ଯୋଗୁଁ ସମ୍ପୂର୍ଣ୍ଣ ହୋଇନଥିବା ଯୋଗୁଁ ବୈଠକରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ମନ୍ଦିର ପରିଚାଳନା କମିଟି ଉପ ସଭାପତି ଶବର ତାରାଇ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ କଣ୍ଟିଆଗଡ଼, ନୀଳାଦ୍ରିପୁର, ଗୋଖରକୁଦା, ଖଟୁଆକୁଦା, ମୟୁରପଦା, ପୋଡ଼ମପେଟା ପ୍ରମୁଖ ୬ ଖଣ୍ଡ ଗ୍ରାମର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?