ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି: ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ

ଛତ୍ରପୁର,୨୦।୩(ଦିଲ୍ଲୀପ ସାମଲ): ନିର୍ବାଚନ କମିଶନ ପକ୍ଷରୁ ନିଭୁଲ ଭୋଟର ତାଲିକା ପ୍ରସ୍ତୁତିକୁ ଗୁରୁତ୍ୱ ଦେଇଛନ୍ତି, ତେଣୁ ଜିଲ୍ଲା ର୍ନିବାଚନ କାର୍ଯ୍ୟାଳୟ ଗୁଡିକ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ନିଭୁଲ ଭୋଟର ତାଲିକା ପ୍ରସ୍ତୁତି ଚଳାଇ ଥିବାବେଳେ ଜିଲାସ୍ତରରେ ଏହାର ବାରମ୍ବାର ସମୀକ୍ଷା କରାଯାଉଛି। ବିଶେଷ ଭାବରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୃତ ଲୋକଙ୍କୁ ତାଲିକାରୁ ବାଦ ଦେବା ସହିତ ଜଣେ ମଧ୍ୟ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନ ପଡିବେ ସେଥିପାଇଁ ଗୁରୁତ୍ୱ ଦିଆଯାଉଅଛି।
ଗଞ୍ଜାମ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆୟୋଜିତ ବୈଠକରେ ନିର୍ଭୁଲ ଭାବରେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରତି ବୁଥ ପାଇଁ ଜଣେ ବୁଥ ଲେବଲ ଏଜେଣ୍ଟ (ପ୍ରତିନିଧି)ଙ୍କ ନାମ ଦେବାକୁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅନୁରୋଧ କରାଯାଇଥିଲା। ଏମାନେ ଏଲଓମାନଙ୍କୁ ସହଯୋଗ କରିବେ, ଭୋଟର ପରିଚୟପତ୍ର ସହ ଆଧାର ସଂଯୁକ୍ତ କରିବା, ତାଲିକା ପ୍ରସ୍ତୁତିରେ ସ୍ବଚ୍ଛତା ଅବଲମ୍ବନ କରିବା ସହ ମାର୍ଗଦର୍ଶିକାକୁ ଅନୁସରଣ କରି ତାଲିକା ପ୍ରସ୍ତୁତି କରାଯିବ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଛତ୍ରପୁର ଅତିରିକ୍ତ ଉପଜିଲାପାଳ ପାର୍ଥ ସାରଥୀ ହାଁସଦା,ଡେପୁଟି କଲେକ୍ଟର ଅଭିଷେକ ସାହୁ, ଭାଜପା ଜିଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା,ଭାଜପା ନେତା ଦିପ୍ତୀସ ପଟ୍ଟନାୟକ, ଆପ ପାର୍ଟିର ଲିଗାଲ ସେଲର ସଭାପତି କୈଳାଶ ସେଠି, ବିଏସପିର ରାଜେନ୍ଦ୍ର ବେହେରା ଓ ସୁନୀଲ କୁମାର ବେହେରା, ସିପିଆଇ(ଏମ)ର ଏନ. ଗଙ୍ଗାଧର ରେଡ୍ଡୀ, ଛାତ୍ର ବିଜୁ ଜନତାଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଭି. ମଙ୍ଗଳେଶ୍ୱର ରାଓଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ନିର୍ବାଚନ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ବଡ଼ ଖୁସିଖବର : ଆସିଲା ସିଏମ୍‌ କିଷାନ ଟଙ୍କା

ଭୁବନେଶ୍ୱର,୩୦।୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ସୁଖ, ସମୃଦ୍ଧି ଓ ସୌଭାଗ୍ୟର ଦିନ। ଏହି ଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ...

OUAT ଫାର୍ମରେ ହଳକରି  ଧାନ ବୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ସୁଖ, ସମୃଦ୍ଧି ଓ ସୌଭାଗ୍ୟର ଦିନ। ଏହି ଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ...

ଓ୍ବାର୍‌ରୁମ୍‌ରେ ମୋଦି, ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ, ୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ କମିଟି ଅନ ସିକ୍ୟୁରିଟି (CCS) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ବସିଛିି। ଜମ୍ମୁ...

CISCE ISC ICSE Board Result 2025: ପ୍ରକାଶ ପାଇଲା ICSE ଦଶମ- ISC ଦ୍ୱାଦଶ ଶ୍ରେଣୀ ଫଳାଫଳ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୩୦।୪:ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ (CISCE) ICSE ଦଶମ ଶ୍ରେଣୀ ଏବଂ ISC ଦ୍ୱାଦଶ ଶ୍ରେଣୀର ଫଳାଫଳ ଘୋଷଣା କରିଛି। ଆଜି ବୋର୍ଡ ମୁଖ୍ୟାଳୟରେ...

India Pakistan: ଟାର୍ଗେଟ ଫିକ୍ସ କଲା ସେନା, ଆଜି ରାତି ଅଧରେ ବଡ଼ ଆଟାକ୍‌!

ନୂଆଦିଲ୍ଲୀ,୩୦।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଯୋଜନା ପ୍ଲାନିଂ ପ୍ରସ୍ତୁତ କରିଛି।...

ଅଖିମୂଠି ଅନୁକୂଳ କଲେ ଆଇନମନ୍ତ୍ରୀ: ହଳଲଙ୍ଗଳ ଯୋଚି ବୁଣିଲେ ବିହନ

ଖୋର୍ଦ୍ଧା,୩୦।୪(ପ୍ରଭାତ ପାଣିଗ୍ରାହୀ) : ଆଜି ପବିତ୍ର ‘ଅକ୍ଷୟ ତୃତୀୟା’। ଏହି ଅବସରରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଜଙ୍ଗଠାରେ ଚାଷୀ ଭାଇ ମାନଙ୍କ ଉପସ୍ଥିତିରେ ଭୂମିପୂଜନ...

ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ଅକ୍ଷୟ ତୃତୀୟା ପାଳିତ

ପଦ୍ମପୁର ୩୦।୪ (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ବୁଧବାର...

ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଣ୍ଟ୍ରି କଲା ଆମେରିକା: କହିଲା – ‘ସାରା ବିଶ୍ୱ ଦେଖୁଛି’

ଓ୍ବାଶିଂଟନ୍‌,୩୦।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭୟରେ ଅଛି। ସେ ଭାରତର ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri