୨୪%ବୃଦ୍ଧି ପାଇଛି ନିଗମର ପ୍ରିମିୟମ ଆୟ

ନୂଆଦିଲ୍ଲୀ,୧୪।୧୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ଅର୍ଦ୍ଧବାର୍ଷିକ ଫଳାଫଳ (୨୦୨୨-୨୩ ଆର୍ଥିକ ବର୍ଷର ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର) ନିକଟରେ ଘୋଷଣା କରାଯାଇଛି। ବିଶେଷକରି ନିଗମର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ ଡାଇରେକ୍ଟର୍ସ)ର ନିଷ୍ପତ୍ତିକ୍ରମେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସର ଫଳାଫଳ ସମ୍ପର୍କରେ ଏଲ୍‌ଆଇସି ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ନିଗମର ମୋଟ ପ୍ରିମିୟମ ଆୟ ପ୍ରାୟ ୨୪% (୨୩.୮୭%) ବୃଦ୍ଧି ଘଟି ୨,୩୦,୪୫୬ କୋଟି ଟଙ୍କାରେ ପହଞ୍ଚତ୍ଛି।

ଗତବର୍ଷ ଏହି ସମାନ ଅବଧି ମଧ୍ୟରେ ଏହା ୧,୮୬,୦୫୩ କୋଟି ଟଙ୍କା ଥିଲା। ସେହିଭଳି ନିଗମର ଟିକସ ପରବର୍ତ୍ତୀ ଲାଭ ୧୬,୬୩୫ କୋଟି ଟଙ୍କାକୁ ବୃଦ୍ଧି ଘଟିଛିା ଗତ ବର୍ଷ ଏହି ସମାନ ଅବଧି ମଧ୍ୟରେ ଏହାର ପରିମାଣ ୧,୪୩୭ କୋଟି ଟଙ୍କା ଥିଲା। ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ବର୍ଷ ପ୍ରିମିୟମ ଆୟ କ୍ଷେତ୍ରରେ ନିଗମ ବଜାରରେ ବୀମା କ୍ଷେତ୍ରରେ ମୁଖ୍ୟ ସ୍ଥାନ ବଜାୟ ରଖିଛି। ସେହିପରି ଆଇଆର୍‌ଡିଏ ରିପୋର୍ଟ ଅନୁଯାୟୀ ନିଗମ ଏ କ୍ଷେତ୍ରରେ ମଧ୍ୟ ଗତ ୬ ମାସରେ ୬୮.୨୫% ଅଂଶ ହାସଲ କରିଛି । ଗତ ୬ ମାସରେ ନିଗମ ବ୍ୟକ୍ତିଗତ ବର୍ଗରେ ୮୩,୫୯,୦୨୯ ପଲିସି ବିକ୍ରି କରିଛି ।

ଏ କ୍ଷେତ୍ରରେ ମଧ୍ୟ ନିଗମର ଅଭିବୃଦ୍ଧି ୧୩.୫୫% ଘଟିଛି। କମ୍ପାନୀର ପରିଚାଳନାଗତ ସମ୍ପତ୍ତି ୪୨,୯୩,୭୭୮ କୋଟିରେ ପହଞ୍ଚତ୍ଛି। ପରିଚାଳନାଗତ ଖର୍ଚ୍ଚ ଅନୁପାତ କଥା ବିଚାରକୁ ନେଲେ ଏହା ୧୬.୬୯%ସ୍ତରରେ ରହିଛି ା ଏ ସମ୍ପର୍କରେ ଏଲ୍‌ଆଇସିର ଅଧ୍ୟକ୍ଷ ଏମ୍‌.ଆର୍‌ କୁମାର କହିଛନ୍ତି, ନିଗମର ସମସ୍ତ ଅଂଶୀଦାରଙ୍କୁ ସାଙ୍ଗରେ ନେଇ କାରବାର ବଢ଼ାଇବା ଦିଗରେ ଏଲଆଇସି ଉଦ୍ୟମ ଜାରି ରଖିଛି। ସେହିଭଳି ନିଗମ ଆଗାମୀ ଦିନରେ ମଧ୍ୟ ଭଲ ପ୍ରଦର୍ଶନ ସାଙ୍ଗକୁ ନୂଆ ନୂଆ ସେବା ସୁବିଧା ବୀମାଧାରୀଙ୍କ ପାଇଁ ଉପଲବ୍ଧ କରାଇବ ବୋଲି ସେ ମତ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?