କଲ୍ୟାଣିସିଂହପୁର, ୧୭।୯( ଦୀପକ କୁମାର ପରିଡ଼ା ): ମହୁମାଛି ଆକ୍ରମାଣରେ ଗର୍ଭବତୀ ମହିଳା ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଚାଷ ଜମିରେ କାମ କରୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର ଗୁରୁତର ଅବସ୍ଥାରେ ରାୟଗଡା ଜିଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଦୂଲଦୁଲଗୁଡା ଗାଁ ନିକଟରେ। ଗର୍ଭବତୀ ମା’ ମଞ୍ଜୁଳା ହିଆଲଟା ତିନି ବର୍ଷର ଝିଅ ସହ ଦୂଲଦୁଲି ଗୁଡା ଛକ ନିକଟକୁ ଯାଉଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ନିକଟସ୍ଥ ଚାଷଜମିରେ କାମ କରୁଥିବା କିଛି ଯୁବକଙ୍କ ଦ୍ୱାରା ଉଦ୍ଧାର ହୋଇ ସେହି ରାସ୍ତା ଦେଇ ଆସୁଥିବା ବିଦ୍ୟୁତ ବିଭାଗର ଗାଡି ସାହାଯ୍ୟରେ କଲ୍ୟାଣସିଂହପର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହୋଇଥିଲେ। ଏହି ସମ୍ପର୍କରେ କାର୍ଯ୍ୟରତ ଡାକ୍ତରଙ୍କ ଶହ ଯୋଗାଯୋଗ କରିବାରୁ ମହୁମାଛି ଆକ୍ରମାଣରେ ଗୁରୁତରରେ ଆସିଥିବା ଗର୍ଭବତୀ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ଯେହେତୁ ସେ ଗର୍ଭବତୀ ଅଛନ୍ତି ଉଚ୍ଚତର ଚିକିତ୍ସା ପାଇ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।