ଚିକିତ୍ସା ଅବହେଳାରୁ ଚାଲିଗଲା ଗର୍ଭବତୀ ଆଶାକର୍ମୀଙ୍କ ଜୀବନ, ରାଜରାସ୍ତାରେ ମୃତଦେହ ରଖି…

ଉମରକୋଟ,୧ା୯(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ଆଶାକର୍ମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଦୁଃଖଦ ଘଟଣା ଘଟିଛି।  ପ୍ରସବ ପାଇଁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା, ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡ଼ବାସନୀ ଗ୍ରାମର  ଆଶାକର୍ମୀ ଦମୟନ୍ତୀ ଭତ୍ରା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଯିଏ ରବିବାର ପ୍ରସବ ବେଦନା ହେବାରୁ ଅପରାହ୍ନରେ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଉପକଣ୍ଠ ସ୍ବାସ୍ଥ୍ୟକେନ୍ଦ୍ରରେ ୩ ଘଣ୍ଟା ଚିକିତ୍ସା କରି ପରେ ନବରଙ୍ଗପୁରକୁ ରେଫର କରାଯାଇଥିଲା। ନବରଙ୍ଗପୁର ଯିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବର୍ତ୍ତମାନ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଆଶାକର୍ମୀଙ୍କ ପରିବାର ଏବଂ ଭାଷା ସଂଘ ପକ୍ଷରୁ ଏହି ଘଟଣାକୁ ନେଇ ଚିକିତ୍ସା କରୁଥିବା ଡାକ୍ତର ସାଗରିକା ସ୍ବାଇଁଙ୍କୁ ଦାୟୀ କରିଛନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁ ଅକାଳରେ ଆଶାକର୍ମୀ ମୃତ୍ୟୁବରଣ କରିଥିବା ପ୍ରକାଶ କରିଛନ୍ତି।

ଏହି ଘଟଣା ପରେ ଉମରକୋଟ ଡିଏନକେ ମେଡିକାଲ ଛକଠାରେ ମୃତ ଆଶାକର୍ମୀଙ୍କ ମୃତଦେହ ରଖି କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ। ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛି। ଏହି ଆନ୍ଦୋଳନରେ ଜିଲା ଆଶାକର୍ମୀ ସଂଘ ଓ ଜିଲା ମଜଦୂର ସଂଘ ଆନ୍ଦୋଳନ କରୁଛନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁ ଆଶାକର୍ମୀଙ୍କ ମୃତ୍ୟୁ ହୋଇଛି ଏଣୁ ତୁରନ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆନ୍ଦୋଳନକାରୀ ଦାବି କରିଛନ୍ତି । ଏହାସହ ଆଶାକର୍ମୀ ଜଣେ ସରକାରୀ କର୍ମଚାରୀ ହୋଇଥିବା ଯୋଗୁ କେନ୍ଦ୍ର ସରକାର ପକ୍ଷରୁ ୫୦ ଲକ୍ଷ ଏବଂ ରାଜ୍ୟ ସରକାର ପକ୍ଷରୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି ରଖାଯାଇଛି।

ସୂଚନାଯୋଗ୍ୟ, ଡାକ୍ତର ସାଗରିକା ସ୍ବାଇଁ କିଛି ଦିନ ପୂର୍ବେ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ବିଭାଗରେ କାର୍ଯ୍ୟ ଆରମ୍ଭ କରିଥିଲେ। କାର୍ଯ୍ୟ ଆରମ୍ଭ କରିବା ପର ଦିନଠାରୁ ଅଧିକାଂଶ ସମୟରେ ଗର୍ଭବତୀ ମହିଳାଙ୍କୁ ନବରଙ୍ଗପୁର ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ରେଫର କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ପ୍ରତିବାଦ ପାଇଁ ମୃତ ଆଶାକର୍ମୀଙ୍କ ମୃତଦେହକୁ ଗ୍ରାମବାସୀ କୋକେଇ ସାହାଯ୍ୟରେ ପ୍ରାୟ ୫ କିଲୋମିଟର ବୋହି ବୋହି ଉମରକୋଟ ଆଣି ରାଜରାସ୍ତାରେ ରଖି ପ୍ରତିବାଦ କରୁଛନ୍ତି। ଫଳରେ ଉମରକୋଟରୁ ନବରଙ୍ଗପୁରକୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri