ବବି ଦାସଙ୍କୁ କଡ଼ା କାଉଣ୍ଟର କଲେ ପ୍ରୀତିରଞ୍ଜନ ଘଡ଼ାଇ, କହିଲେ କୋରେଇରେ ଯେଉଁମାନେ ଥିଲେ ସମସ୍ତେ…

ଯାଜପୁର,୫ା୧: ବିଜେଡି ନେତା ବବି ଦାସଙ୍କ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ବବି କୋରେଇର ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରି କହିଥିଲେ ସୁଯୋଗ ପାଇ ସାରିବା ପରେ କୋରେଇ ଛାଡ଼ି ପଳାଇଛନ୍ତି। ଏହାର ଜବାବରେ ପ୍ରୀତିରଞ୍ଜନ ଘଡ଼ାଇ(ଡାନି) କହିଛନ୍ତି, ବବି କେଉଁ ପରିପ୍ରେକ୍ଷୀରେ ଏକଥା କହିଲେ ମୁଁ ଜାଣି ନାହିଁ। କୋରେଇରୁ ପ୍ରଫୁଲ୍ଲ ଘଡ଼ାଇ, ଅଶୋକ ଦାସ, ସଞ୍ଚିତା ମହାନ୍ତି ଜିତିଥିଲେ। ଅଶୋକ ବଳ, ଆକାଶ ଦାସନାୟକ ବିଧାୟକ ନିର୍ବାଚିତ ହୋଇଛନ୍ତି। କୋରେଇରେ ଯେଉଁମାନେ ଥିଲେ ସମସ୍ତେ ଅଛନ୍ତି, କେହି କୁଆଡ଼େ ଯାଇନାହାନ୍ତ। ଯାଜପୁର ଜିଲା ନୁହେଁ ପୂରା ରାଜ୍ୟରେ ସବୁ ବିଜେଡି ନେତା ଅଛନ୍ତି।

ସୂଚନା ଥାଉକି, ବବି ଦାସ ଏକଥା ବି କହିଥିଲେ କୋରେଇରେ ଅବିଶ୍ବାସର ବାତାବରଣ ବଢ଼ି ଯାଇଛି। ଏହି ଅବିଶ୍ବାସର ବାତାବରଣ ଭାଙ୍ଗିବା ପାଇଁ ଆମେ ଏକାଠି ହେବୁ। ବ୍ୟାସନଗର ପୌରାଞ୍ଚଳର ଯୋଡ଼ାବର ବନ୍ଧୁମିଳନରେ ଏପରି କହିଛନ୍ତ ବବି।

Dharitri – Odisha’s No.1 Odia Daily

Share