ଇ-କମର୍ସରେ ପାର୍ବଣ ବିକ୍ରି ୨୨ ହଜାର କୋଟି

ନୂଆଦିଲ୍ଲୀ: ପାର୍ବଣ ଉପଲକ୍ଷେ ବିଭିନ୍ନ ଇ-କମର୍ସ କମ୍ପାନୀରେ ସେଲ୍‌ ଜାରି ରହିଛି। ଗତ ୫ଦିନରେ କମ୍ପାନୀଗୁଡିକ ୨୨ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଥିବା ରେଡସିର କନ୍‌ସଲଟିଂ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି। ପ୍ରଥମ ପର୍ଯ୍ୟାୟ ପୂଜା ସେଲ୍‌ରେ ଆମାଜନ, ଫ୍ଲିପ୍‌କାର୍ଟ,ସ୍ନାପ୍‌ଡିଲ ଏବଂ ମିନ୍ତ୍ରା ଭଳି ଅନ୍ୟ କମ୍ପାନୀ ପ୍ରାୟ ୨୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର କରିବେ ବୋଲି ଆକଳନ କରାଯାଇଛି। ଗତ ବର୍ଷ କଥା ତୁଳନା କଲେ ଚଳିତ ବର୍ଷ ଫେଷ୍ଟିସ ସେଲ୍‌ର ପ୍ରାରମ୍ଭିକ କିଛିଦିନ କାରବାରକୁ ଜୋର୍‌ଦାର ରେସ୍‌ପନ୍ସ ମିଳିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ଅନ୍‌ଲାଇନରେ ବିକ୍ରି ଅଭିବୃଦ୍ଧି ଜୋର୍‌ଦାର ହେଉଥିବା ଏଥିରୁ ଅନୁମାନ କରିହେବ। ଏହି ସମୟରେ କମ୍ପାନୀଗୁଡିକ ଗ୍ରାହକଙ୍କୁ ଭଲ ଅଫର ଦେଉଛନ୍ତି। ଟିୟର-୨ ସହରଗୁଡ଼ିକରେ ମୋବାଇଲ ଫୋନ ଅର୍ଡର ଉନ୍ନତ ରହିଛି। ଲକ୍‌ଡାଉନ ପରେ ଏହି ବର୍ଗରେ ଲୋକମାନେ ବେଶି ଅର୍ଡର କରୁଥିବା ନଜରକୁ ଆସିଛି। ଚଳିତ ବର୍ଷ ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ ଡେଜ ଅକ୍ଟୋବର ୧୬ରୁ ୨୧ ଯାଏ ରହିଥିବା ବେଳେ ମିନ୍ତ୍ରାର ବିଗ୍‌ ଫ୍ୟାଶନ ଫେଷ୍ଟିଭାଲ ଅକ୍ଟୋବର ୧୬ରୁ ୨୨ଯାଏ ଉପଲବ୍ଧ।
ସେହିଭଳି ଆମାଜନର ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ଅକ୍ଟୋବର ୧୭ରୁ ଆରମ୍ଭ ହୋଇଛି। ଏହା ପ୍ରାୟ ମାସେ ଯାଏ ଚାଲିବ। ଆମାଜନ ପ୍ଲାଟ୍‌ଫର୍ମରେ ୧.୧ ଲକ୍ଷ ସେଲର ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏମାନେ ୨୪ ଘଣ୍ଟା ଅର୍ଡର ଲାଭ କରୁଛନ୍ତି। ଛୋଟ ଛୋଟ ସହରରେ ଏହି ସେଲରମାନେ ରହିଥିବା କମ୍ପାନୀ ସୂଚନା ଦେଇଛି। କମ୍ପାନୀଗୁଡିକ କେତେ ସଂଖ୍ୟକ ଅର୍ଡର ଲାଭ କରିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପାର୍ବଣରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ କାରବାର ହେବା ନେଇ ଆକଳନ କରାଯାଇଛି। ସେହିଭଳି ସ୍ନାପ୍‌ଡିଲର ଫେଷ୍ଟିଭ ସିଜନ ଚଳିତ ମାସ ୨୦ ତାରିଖ ଯାଏ ଉପଲବ୍ଧ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?