ଅମଳ ପୂର୍ବରୁ ଧାନ ଫସଲରେ ରୋଗପୋକ

ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଅଧିକ ଧାନଚାଷ ଯୋଗୁ କୃଷି ପ୍ରଧାନ ଜିଲା ଭାବେ ମଧ୍ୟ ଏହି ଜିଲା ପରିଚିତ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ। ଫସଲ ଅମଳ ପରେ ଧାନର ଅଭାବୀ ବିକ୍ରି ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଅନ୍ୟପଟେ ଅମଳ ଆରମ୍ଭରୁ ମଧ୍ୟ ଚାଷୀଙ୍କ ଦୁର୍ଦ୍ଦଶା ଥମୁନାହିଁ। ଜିଲାରେ ଆଗକୁ ଧାନ ଅମଳ ହେବାକୁ ରହିଛି। କିନ୍ତୁ ଅମଳ ନ ହେଉଣୁ ଧାନ ଫସଲରେ ରୋଗପୋକ ଉପଦ୍ରବ ଚାଷୀଙ୍କ ନିଦ ହଜାଇ ଦେଇଛି। ଚାଷୀମାନେ ତୁହାକୁ ତୁହା କୀଟନାଶକ ପ୍ରୟୋଗ କରୁଛନ୍ତି। ମାତ୍ର କିଛି ସୁଧାର ଆସୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। କାଣ୍ଡବିନ୍ଧା ପୋକ, ନଳୀପୋକ, ସଢ଼ାରୋଗ ପରେ ଏବେ ଜିଲାର ବିଭିନ୍ନ ସ୍ଥାନରେ ଧାନ ଫସଲରେ ଚକଡ଼ା (ମାଟିଆ ଗୁଣ୍ଡି) ରୋଗପୋକ ଉପଦ୍ରବ ହେଲାଣି। ଏହା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଅପରପକ୍ଷେ ଆଗଭଳି ବର୍ତ୍ତମାନ ଆଉ କୀଟନାଶକରେ ଚାଷୀଙ୍କୁ ରିହାତି ମିଳୁନାହିଁ। ଫଳରେ ପୂର୍ବାପେକ୍ଷା ଚାଷୀଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ୁଛି ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ରଙ୍କୁ ପଚାରିବାରୁ କାଁ ଭାଁ କିଛି କୀଟନାଶକରେ ରିହାତି ମିଳୁଛି। କିନ୍ତୁ ଏପର୍ଯ୍ୟନ୍ତ ଠାକୁରଙ୍କ ଦୟାରୁ ଧାନ ଫସଲରେ ସେଭଳି କିଛି ରୋଗପୋକ ଉପଦ୍ରବ ହୋଇନାହିଁ। ଯେଉଁଠି ଫସଲରେ ରୋଗପୋକ ଉପଦ୍ରବ ହୋଇଥିବା ସୂଚନା ପାଇଲେ ସେଠାକୁ କୃଷି ବିଭାଗ ଟିମ୍‌ ପହଞ୍ଚତ୍ ବିହିତ ପଦକ୍ଷେପ ନେବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri