ଭଞ୍ଜନଗର,୧୨ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ବଡ଼କୋଦଣ୍ଡା ଛକ ରେନବୋ କଲୋନୀରେ ଥିବା ଇସ୍କନ ଶାଖା ଏବଂ ବ୍ରହ୍ମପୁର ଶାଖା ପକ୍ଷରୁ ମିଳିତ ଭାବେ ଆଜକୁ ୩ ଦିନ ହେବ ନୃସିଂହ ଚତୁର୍ଦ୍ଦଶୀ ପୂଜା ଚାଲିଥିଲା। ତାହା ସୋମବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି। ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ନୃସିଂହ ଦେବଙ୍କ ଆବିର୍ଭାବ ତିଥିରେ ଦୀର୍ଘ ତିନିଦିନ ଧରି ପ୍ରହ୍ଲାଦ ଚରିତ ଗୋବିନ୍ଦ ମୁରାରି ଦାସଙ୍କ ଦ୍ୱାରା କଥା ଅମୃତ ଏବଂ ତିନିଦିନ ବ୍ୟାପୀ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଆଜି ନାମହଟ କେନ୍ଦ୍ର ପ୍ରାଙ୍ଗଣରେ ମହାଯଜ୍ଞ ସହ ମହାଭିଷେକ ହୋଇଥିଲା। ବ୍ରହ୍ମପୁର ମନ୍ଦିରର ଅଧ୍ୟକ୍ଷ ପଞ୍ଚରତ୍ନ ଦାସଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମକୁ କଳାନିଧି ହରି ଦାସ ସଂଯୋଜନା କରିଥିଲେ। ରାମକୃଷ୍ଣ ମୋହନ ଦାସ, ଶଙ୍ଖଧର ବିଷ୍ଣୁ ଦାସ, ହଳଧର କୁଶଳ ଦାସ, ବଳବାନ ପତିତପାବନ ଦାସ, ପ୍ରଦ୍ୟୁମ୍ନ ପ୍ରଧାନ, ସୁନୀଳ କର, ବିଜୟ ସାହୁ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ। ସମଗ୍ର ପୃଥିବୀରେ ଅରାଜକତା ବଢ଼ିବାରେ ଲାଗିଛି। ତେଣୁ ବିଶ୍ବ ଶାନ୍ତି ପାଇଁ ଏହି କାର୍ଯ୍ୟକ୍ରମ ହୋଇଥିଲା।


