ନବୀନଙ୍କ ଉପରେ ବର୍ଷିଲେ ପ୍ରଭାତ, ସିଧା ଶୁଣାଇଦେଲେ…

ଭୁବନେଶ୍ୱର,୧୦।୪: ଓ୍ବକଫ୍‌ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ କରିବା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲାଖୋଲିି ଭାବେ ଗଣମାଧ୍ୟମ ସମ୍ମୁଖରେ ପ୍ରଭାତ ଦଳର କେହି ନୁହନ୍ତି ବୋଲି କହିବା ସହ ଚିଟଫଣ୍ଡ ମାମଲାରେ ସେ ଜେଲ ଯିବା କଥା କହିଛନ୍ତି। ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ପ୍ରଭାତଙ୍କ ଉପରୁ ୨୦୧୭ରେ ବିଜେଡି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ଏକ ଚିଠି ଘୂରି ବୁଲୁଛି। ୨୦୧୭ ନଭେମ୍ବର ୧୦ରେ ବିଜେଡି ପକ୍ଷରୁ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉକ୍ତ ଚିଠିରେ ଦର୍ଶାଇଛନ୍ତି ଯେ, ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବାଙ୍କୀ ବିଧାୟକ ପ୍ରଭାତ ତ୍ରିିପାଠୀଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ପ୍ରଭାତ ବିଜେଡିରେ ଏବେଯାଏ ଥିଲେ ତେବେ ସେ ଦଳରେ ନ ଥିଲେ ବୋଲି ନବୀନ କିଭଳି ଗଣମାଧ୍ୟମ ଆଗରେ କହିଲେ। ବାସ୍ତବରେ ପ୍ରଭାତଙ୍କ ନିଲମ୍ବନ କଥା ବିଜେଡି ସୁପ୍ରିମୋ ଜାଣିଛନ୍ତି କି ନା ତାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିଜେଡିର ରାଜ୍ୟ ସଭା ସଦସ୍ୟ ଓ ଅନ୍ୟ ବରିଷ୍ଠ ନେତାମାନେ ପାଣ୍ଡିଆନଙ୍କୁ ନେଇ ଯେଉଁ ଆକ୍ଷେପ କରିଛନ୍ତି ସେନେଇ ତାଙ୍କ ଉପରେ ଦଳ ପକ୍ଷରୁ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ନେଇ ଚର୍ଚ୍ଚା ବଢ଼ିଲାଣି।

ତେବେ ଗୁରୁବାର ନବୀନ ପଟ୍ଟନାୟକଙ୍କ ବୟାନ ଉପରେ ପ୍ରଭାତ ତ୍ରିପାଠୀ କାଉଣ୍ଟର ଜବାବ ରଖିଛନ୍ତି। ସେ କହିଛନ୍ତି, ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରି ନ ଥିଲି। ମୁଁ ଦଳରେ ନାହଁ ବୋଲି କହିବା ମହାମିଥ୍ୟା। ନବୀନଙ୍କ ପରି ନେତାଙ୍କ ମୁହଁରେ ଏକଥା ଅଶୋଭନୀୟ। ୧୦ ହଜାର ଲୋକଙ୍କ ଆଗରେ ମୋତେ ପ୍ରଶଂସା କରିଥିଲେ ନବୀନ । ତେଣୁ ମୁଁ ଦଳରେ ନାହିଁ ବୋଲି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି। ଚିଟଫଣ୍ଡ କେସ ବିଚାରାଧୀନ ଅଛି। ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି। ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି।

ସେହିପରି ପ୍ରେସମିଟ କରି ନବୀନଙ୍କ ସହ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି କାଲିଯାଏଁ ଖୋଦ ନବୀନ ଏବଂ ଦଳର ନମ୍ବର ଟୁ ମୁଖିଆ ସାଜିଥିବା ବ୍ୟକ୍ତି ମୋତେ ପ୍ରଶଂସା କରୁଥିବାବେଳେ ହଠାତ ମୋତେ ଦଳରୁ କାଢିଦେଲେ । ମୁଁ ଦଳରେ ଆଉ ନାହିଁ ବୋଲି ଭାରି ସହଜରେ କହିଦେଲେ । ପ୍ରକୃତ କଥା ହେଲା ଦଳର ଭିତିରି ମୁଖିଆ ସାଜିଥିବା ବ୍ୟକ୍ତି ଜଣକୁ ନିଜକୁ ବଞ୍ଚାଇବାକୁ ଏଭଳି ନବୀନ ପଟ୍ଟନାୟକୁ ଢାଲ ସଜାଇ ଏଭଳି ଷଡଯନ୍ତ୍ର ରଚିଛନ୍ତି ବୋଲି କହିଛନ୍ତି ପ୍ରଭାତ ।

ପ୍ରଭାତ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ମୋ ବିରୋଧରେ ଯାହା ଚିଟଫଣ୍ଡ ଦୁର୍ନୀତି ମାମଲା ଥିଲା, ତାହା ହାଇକୋର୍ଟ ଏବେ ବି ବିଚାରାଧିନ ରହିଛି । ଏଯାଏଁ ଏନେଇ କିଛି ବି ନିଷ୍ପତ୍ତି ଶୁଣାଇନାହାଁନ୍ତି କୋର୍ଟ । ମୁଁ ଦୋଷୀ ବୋଲି କୌଣସି ନିଷ୍ପତ୍ତି ହୋଇନାହିଁ । ଫଳରେ ବିଜେଡି ୨୦୧୭ରେ ମୋ ଉପରେ ଲାଗିଥିବା ସସପେନ୍ସସନକୁ ପ୍ରତ୍ୟାହାର କରିଥିଲା । ସେବେଠୋରୁ ୨୦୨୪ ନିର୍ବାଚନ ଭିତରେ ମୁଁ ବାଙ୍କୀ ହେଉ କି ପୂରା କଟକ ଜିଲାରେ ବିଭିନ୍ନ ସ୍ଥାନରେ ହୋଇଥିବା ସଭା ସମିତିରେ ଉପସ୍ଥିତ ଥିଲି । ୨୦୨୪ ନିର୍ବାଚନ ବେଳେ ମୋର କାମକୁ ନେଇ ଖୋଦ ଦଳର ଦୁଇ ନମ୍ବର ମୁଖିଆ ମୋତେ ମଞ୍ଚ ଉପରେ ପ୍ରଶଂସା କରିଥିଲେ । ଏହାବାଦ ଦଳର ରାଜ୍ୟ ସଭାପତି ମଧ୍ୟ ମୋତେ ଲୋକଙ୍କ ଆଗରେ ପ୍ରଶଂସା କରିଛନ୍ତି । ହେଲେ କାଲି ହଠାତ ମୋତେ ଦଳରୁ କାଢିଦେଲେ ? ମୁଁ ଦଳରେ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ କହିଦେଲେ ।

ନିଜକୁ ଦୁଇ ନମ୍ବର ମୁଖିଆ କହୁଥିବା ବ୍ୟକ୍ତିଙ୍କ ସ୍ଥିତି ଦଳରେ ଟଳମଳ । ଏହାଛ ଡା ରାଜ୍ୟ ସଭାରେ ସସ୍ମିତ ପାତ୍ର କାହା ପ୍ରରୋଚନାରେ ଓ୍ବକଫକୁ ସମର୍ଥନ କଲେ ସେକଥା ଦଳର ସବୁ ନେତା ଜାଣିଥିଲେ ବି ପ୍ରକୃତ ସତ ଲୁଚାଇବାକୁ ସେ ଚକ୍ରାନ୍ତ କରିଛନ୍ତି । ମୋତେ ଲୋକଙ୍କ ଆଗରେ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତା’ଛଡା ଗଣମାଧ୍ୟମରେ ମୁଁ ଯାହା କହିଛି ବୋଲି ଭାଇରାଲ ହେଉଛି ମୁଁ ତ କାହାକୁ କିଛି କହିନାହିଁ । କିଛି ବିଚାର ନକରି ମୋ ବିରୋଧରେ ଏଭଳି ମହାମିଥ୍ୟା କହିବା ଅନ୍ତତଃ ନବୀନ ପଟ୍ଟନାୟକଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଆଦୌ ଶୋଭା ପାଏନି ବୋଲି କହିଛନ୍ତି ପ୍ରଭାତ ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…

ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି।...

ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri