ଧର୍ମଶାଳା,୨୦ା୮: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି।
ପ୍ରଭାତଙ୍କ ବିରୋଧରେ ଅଗଷ୍ଟ ୧୧ରୁ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ସେ ଆଜି ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି।


