Posted inଜାତୀୟ

ଗିରଫ ହେଲେ ପ୍ରଶାନ୍ତ କିଶୋର

ପାଟନା,୬।୧: ଜନ ସୁରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଗିରଫ କରିଛି। ପାଟନା ଜିଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କୁ ଗିରଫ କରିବା ପୂର୍ବରୁ ପୋଲିସ ତାଙ୍କୁ ଅଟକ ରଖିଥିଲା।ଗିରଫ କରିବା ପୂର୍ବରୁ ପୋଲିସ ତାଙ୍କୁ ଅଟକ ରଖିଥିଲା। ସେ ଗାନ୍ଧୀ ମଇଦାନରେ ବାପୁ ମୂର୍ତ୍ତି ତଳେ ଆମରଣ ଅନଶନରେ ବସିଥିଲେ। ସୋମବାର (ଜାନୁୟାରୀ ୬, ୨୦୨୫) ସକାଳ ପ୍ରାୟ ୪ଟା ସମୟରେ ପୋଲିସ ପହଞ୍ଚି ପ୍ରଶାନ୍ତ କିଶୋରଙ୍କୁ ଏମ୍ସକୁ ନେଇଥିଲା। କିଛି ସମୟ ପରେ ପୋଲଇସ ସେଠାରୁ ପି.କେଙ୍କୁ ନେଇ ନୌବତପୁର ଆଡକୁ ଗଲା। ବର୍ତ୍ତମାନ ସୂଚନା ଦିଆଯାଇଛି ଯେ ପ୍ରଶାନ୍ତ କିଶୋର ଏବଂ କିଛି ସମର୍ଥକଙ୍କୁ ଗିରଫ କରାଯାଇଛି।

ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି, ଜନ ସୁରଜ ପାର୍ଟିର ପ୍ରଶାନ୍ତ କିଶୋର ଏବଂ ଅନ୍ୟ କେତେକ ସେମାନଙ୍କ ପାଞ୍ଚ ସୂତ୍ରି ଦାବି ଉପରେ ସୀମିତ ଅଞ୍ଚଳରେ ଗାନ୍ଧୀ ମଇଦାନର ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ବେଆଇନ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରତିବାଦ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ଗର୍ଦନିବାଗକୁ ଯିବା ପାଇଁ ନୋଟିସ ଜାରି କରାଯାଇଥିଲା, ସୀମିତ ଅଞ୍ଚଳରେ ବେଆଇନ ବିରୋଧ ଯୋଗୁଁ ଗାନ୍ଧୀ ମଇଦାନ ପୋଲିସ ଷ୍ଟେଶନରେ ଏକ ଏଫଆଇଆର କରାଯାଇଥିଲା।
ଏହା ମଧ୍ୟ କୁହାଯାଇଥିଲା, ବାରମ୍ବାର ଅନୁରୋଧ ଏବଂ ପର୍ଯ୍ୟାପ୍ତ ସମୟ ସତ୍ତ୍ୱେ ସାଇଟ ଖାଲି ହୋଇନଥିଲା। ତେଣୁ ସୋମବାର ତାଙ୍କୁ କେତେଜଣ ସମର୍ଥକଙ୍କ ସହ ଗିରଫ କରାଯାଇଛି। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପ୍ରକ୍ରିୟା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉଛି ଏହାକୁ କୋର୍ଟରେ ଉପସ୍ଥାପନ କରିବାକୁ ନିଆଯାଉଛି।

ଅନ୍ୟପକ୍ଷରେ ପାଟନା ଡିଏମ ଚନ୍ଦ୍ରଶେଖର ସିଂ କହିଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଏହା ପରେ ତାଙ୍କୁ ସକାଳ ୧୦ଟାରେ କୋର୍ଟରେ ହାଜର କରାଯିବ। କୁହାଯାଇଥିଲା ଯେ ପ୍ରଶାନ୍ତ କିଶୋରଙ୍କୁ ଏମ୍ସ ରେ ପରୀକ୍ଷା କରାଯାଇଥିଲା। ସେ ସୁସ୍ଥ ଥିବା ଜଣାପଡିଛି। ତେବେ ତାଙ୍କୁ କେଉଁଠାରେ ରଖାଯାଇଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ପିକେଙ୍କ ସହିତ ଏମ୍ସ ଛାଡିବା ପରେ ପୋଲିସ ନୌବତପୁର ଅଭିମୁଖେ ଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଏନଡିଏକୁ ଶକ୍ତ ଝଟ୍‌କା ଦେଲେ ନୀତିଶ କୁମାର! ଫେରାଇନେଲେ ସମର୍ଥନ

ନୂଆଦିଲ୍ଲୀ,୨୨।୧:ମୋଦି ସରକାରଙ୍କୁ ବଡ଼ ଝଟ୍‌କା ଦେଲେ ନୀତିଶ କୁମାର। ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ) ନିଜ ସମର୍ଥନ ପ୍ରତ୍ୟାହାର...

ଆମେରିକାରେ ଜୟଶଙ୍କରଙ୍କୁ ଅପମାନ! ପଛଧାଡିକୁ ଯିବାକୁ କହିଲେ…ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୨।୧:ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇ ସାରିଛନ୍ତି। ତାଙ୍କ ଶଫଥ ସମାରୋହରେ ଭାରତ ସମେତ ଅନେକ ଦେଶ ଏଥିରେ ଯୋଗ ଦେଇଥିଲେ।...

କୃଷକଙ୍କୁ ଖୁସିଖବର ଦେବେ ମୋଦି ସରକାର! ବୃଦ୍ଧି ହେବ…

ନୂଆଦିଲ୍ଲୀ,୨୨।୧: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଚାଷୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ...

ସ୍କୁଲରେ ପ୍ରଧାନଶିକ୍ଷକ-ଶିକ୍ଷୟିତୀ କରୁଥିଲେ ଏମିତି କାମ, ସିସିଟିଭିରେ ଧରାପଡିବା ପରେ…

ନୂଆଦିଲ୍ଲୀ,୨୨।୧: ରାଜସ୍ଥାନର ଜଣେ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଜଣେ ମହିଳା ଶିକ୍ଷୟିତ୍ରୀ ସ୍କୁଲର କାର୍ଯ୍ୟାଳୟ ଭିତରେ ଅଶାଳୀନ କାର୍ଯ୍ୟ କରୁଥିବାର ଏକ ଭିଡିଓ ଭାଇରାଲ...

ମୃତ୍ୟୁ ପର୍ଯ୍ୟନ୍ତ ମୋଦିଙ୍କ ହାତ ଛାଡିବି ନାହିଁ: କାହିଁକି ଏମିତି କହିଲେ ମାନଝୀ

ପାଟନା,୨୨।୧: ମୋଦି କ୍ୟାବିନେଟ ଛାଡିବା ଗୁଜବ ଉପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନଝୀ ମୁହଁ ଖୋଲିଛନ୍ତି। ସେ ମିଥ୍ୟା...

ଭୟରେ ଟ୍ରମ୍ପ! ଚାଇନାର ଉଡିଲା ହୋସ୍‌, ମୋଦି ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୨।୧: ଦାୟିତ୍ୱ ନେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ (ବ୍ରାଜିଲ, ଋଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା) ଦେଶଗୁଡ଼ିକ ଉପରେ ୧୦୦ପ୍ରତିଶତ...

ରାଶନ କାର୍ଡରୁ ନାଁ କଟାଯାଇଥିଲେ ଆଉଥରେ ହୋଇପାରିବ କି ଆବେଦନ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୨।୧: ଭାରତରେ ଆଜି ମଧ୍ୟ ଏପରି ଅନେକ ଲୋକ ଅଛନ୍ତି। ଯେଉଁମାନେ ଦିନକୁ ଦୁଇଥର ଖାଇବାର ବ୍ୟବସ୍ଥା ମଧ୍ୟ କରିପାରନ୍ତି ନାହିଁ। ଏପରି ଲୋକଙ୍କୁ ଭାରତ...

ଦଣ୍ଡାଦେଶ ବିରୋଧରେ ଅପିଲ୍‌ କରିପାରିବେ ପଶ୍ଚିମବଙ୍ଗ ସରକାର

କୋଲକାତା,୨୨।୧: ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ସଞ୍ଜୟ ରାୟଙ୍କୁ ସିଆଲଦାର ଅତିରିକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri