Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ଦଳର ପତାକା ଧରି ବୁଲିବି, ଏମିତି କ’ଣ କହିଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୮।୮: ଲୋକ ସଭାରେ କଂଗ୍ରେସ ଏମପି ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଜାତିଗତ ଜନଗଣନା ନେଇ ନିରନ୍ତର ଦାବି କରୁଛନ୍ତି। ସେ କହିଛନ୍ତି ଯେ, ଏହା ମାଧ୍ୟମରେ ଆମେ ଜାଣିବାକୁ ପାଇବା ଯେ କେଉଁ ସମାଜ କେତେ ପଛୁଆ ବର୍ଗରେ ଅଛି। ଅନେକ ଦଳ ମଧ୍ୟ ତାଙ୍କ ଦାବିକୁ ସମର୍ଥନ କରିଛନ୍ତି। ଏହି ସମୟରେ ଜନସୁରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର, ରାହୁଲଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାହୁଲଙ୍କ ଦଳର ପତାକା ଉତ୍ତୋଳନ କରିବାକୁ ମୁଁ ପ୍ରସ୍ତୁତ, କିନ୍ତୁ ଜାତିଗତ ଜନଗଣନା ମାଧ୍ୟମରେ କଂଗ୍ରେସ ଦାରିଦ୍ର୍ୟ ଦୂରୀକରଣ କରି ଦେଖାଉ।

ଜନଗଣନା ବିଷୟରେ ରାହୁଲ ଗାନ୍ଧୀ ଆଲୋଚନା କରିଛନ୍ତି। ସେ କହିଛନ୍ତି, ୯୦ ପ୍ରତିଶତ ଲୋକ ସିଷ୍ଟମରେ ନାହାଁନ୍ତି। ଏହାର ଜବାବରେ ପ୍ରଶାନ୍ତ କିଶୋର କହିଛନ୍ତି, ଆମେ ଗତ ଦୁଇ ବର୍ଷ ଧରି ଜାତିଗତ ଜନଗଣନା ସଂପର୍କରେ ବିବୃତ୍ତି ଦେଉଛୁ। ଜନଗଣନା ନିହାତି ହେବା ଉଚିତ। ଏଥିରେ କୌଣସି ଅସୁବିଧା ନାହିଁ। କିନ୍ତୁ ଜନଗଣନା ସରିବା ପରେ ସମସ୍ତଙ୍କର ଦାରିଦ୍ରତା ଏବଂ ସମସ୍ୟା ଦୂର ହୋଇଯିବ ତାହା ଘଟିବ ନାହିଁ।

ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି, ଆମ ପାଖରେ ବର୍ତ୍ତମାନ ଜନଗଣନା ତଥ୍ୟ ଅଛି, ଯାହା ଦର୍ଶାଏ ଯେ ଏସସି-ଏସଟି ସମ୍ପ୍ରଦାୟର ଲୋକମାନେ ସବୁଠାରୁ ଗରିବ ଏବଂ ଅର୍ଥନୈତିକ-ସାମାଜିକ ଦୃଷ୍ଟିରୁ ପଛୁଆ। ରାହୁଲ ଗାନ୍ଧୀ କିମ୍ବା ସେହି ସମସ୍ତ ଲୋକ ଯେଉଁମାନେ ଜାତି ଜନଗଣନା କରିବାକୁ ଚାହୁଁଛନ୍ତି ସେମାନେ ଏହାର ଜବାବ ରଖନ୍ତୁ। ଏସସି-ଏସଟି ସମାଜର ଅବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଉନ୍ନତ ହୋଇନାହିଁ, ଜନଗଣନା ଦ୍ୱାରା ଆପଣ କେବଳ ସୂଚନା ପାଇବେ, କିନ୍ତୁ ଏହା ଆପଣଙ୍କ ଅବସ୍ଥାରେ ଉନ୍ନତି ଆଣିବ ନାହିଁ। ଏହା ସମାନ କଥା ଯେ ଆପଣ ଲାଇବ୍ରେରୀକୁ ଯାଇ ପଣ୍ଡିତ ହୋଇପାରିବେ ନାହିଁ। ଆପଣଙ୍କୁ ସେଠାରେ ପଢିବାକୁ ପଡିବ।

ରାହୁଲ ଗାନ୍ଧୀ ଉତ୍ତର ରଖନ୍ତୁ ଯେ, ତାଙ୍କ ସରକାର ୬୦ବର୍ଷ ଧରି କ୍ଷମତାରେ ଥିଲେ, ତେବେ ଜାତିଗତ ଜନଗଣନା କାହିଁକି କରାଗଲା ନାହିଁ। ଯେଉଁ ରାଜ୍ୟଗୁଡିକରେ କଂଗ୍ରେସ ସରକାର ଅଛି ସେଠାରେ ଜାତି ଜନଗଣନା କରାଯାଉ। ଜନଗଣନା କରି ସେ ଦରିଦ୍ରତା ଦୂର କରି ଦିଅନ୍ତୁ ଆମେ ସମସ୍ତେ ତାଙ୍କ ଦଳର ପତାକା ଧରି ବୁଲିବୁ ବୋଲି ପିକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri